ନାଲ୍‌କୋରେ ହେବ ଏଚ୍‌ଆଇଭି ସ୍କ୍ରିନିଂ

ଅନୁଗୋଳ ଅଫିସ୍‌, ୯।୮ : ଏଡ୍‌ସ ଓ ଏଚ୍‌ଆଇଭି ସଂକ୍ରାନ୍ତୀୟ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲା ଏଡ୍‌ସ ନିୟନ୍ତ୍ରଣ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସରେ ନାଲ୍‌କୋଠାରେ ହେବାକୁ ଥିବା ଏଚ୍‌ଆଇଭି ସ୍କ୍ରିନିଂ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପାଳନ କରିବାକୁ ଆଲୋଚନା କରାଯାଇଥିଲା। ଏଥିପାଇଁ ନାଲ୍‌କୋ ଜିଲା ଏଡ୍‌ସ ପ୍ରତିରୋଧ କକ୍ଷରେ ଏକ କମ୍ପ୍ୟୁଟର ଲଗାଯିବ। ଆସନ୍ତା ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ଏକ ସଚେତନତା ରଥ ବିଭିନ୍ନ ବ୍ଲକ ପରିକ୍ରମା କରିବ। ଏଚ୍‌ଆଇଭି ଆକ୍ରାନ୍ତଙ୍କ ଭତ୍ତା ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। ଦି ମେଡିକ୍ସ ପକ୍ଷରୁ ତୃତୀୟ ଲିଙ୍ଗୀଙ୍କ ଆଧାରକାର୍ଡ ପ୍ରସ୍ତୁତି ପାଇଁ ସହାୟତା କରାଯିବ। କୋଭିଡ୍‌ ସମୟରେ ଏଡ୍‌ସ ଆକ୍ରାନ୍ତ ପାଇଁ ଆସିଥିବା ରାଶନ ସାମଗ୍ରୀକୁ ତୁରନ୍ତ ବଣ୍ଟନ ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି। ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଭୟ ଦାଶ, ଜିଲା ଏଡ୍‌ସ ନିୟନ୍ତ୍ରଣ ଅଧିକାରୀ ଡ. ବିଶ୍ୱବିହାରୀ ମହାନ୍ତି, ଡିପିଏମ୍‌ ଡା. ପ୍ରମିଳା ହୋତା, ଡା. ଶାଶ୍ୱତ ସାଗର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜିଲାରେ ୪ ଲକ୍ଷ ୯୭ ହଜାର ୮୦୮ ଜଣଙ୍କ କାଉନ୍‌ସେଲିଂ ଏବଂ ୪ ଲକ୍ଷ ୪୧ ହଜାର ୮୦ ଜଣଙ୍କ ଏଚ୍‌ଆଇଭି ପରୀକ୍ଷା ହୋଇଛି। ସେମାନଙ୍କ ମଧ୍ୟରୁ ୨,୦୦୪ ଜଣ ଆକ୍ରାନ୍ତ ବୋଲି ସୂଚନା ଦିଆଯାଇଛି। ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀ, ସାମାଜିକ କର୍ମୀ, ଶିଳ୍ପ ସଂସ୍ଥାର କର୍ମକର୍ତ୍ତା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri