Posted inଖେଳ

ଇତିହାସ ରଚିଲେ ଚେତେଶ୍ୱର ପୂଜାରା

ଭୋପାଳ,୪।୧: ରଣଜୀ ଟ୍ରଫି ୨୦୨୨-୨୩ରେ ଚେତେଶ୍ୱର ପୂଜାରା ଦ୍ୱିଶତକ ସ୍କୋର କରି ଇତିହାସ ରଚିଛନ୍ତି। ରଣଜୀ ଟ୍ରଫିରେ ସୌରାଷ୍ଟ୍ର ପାଇଁ ଖେଳିଥିବା ପୂଜାରା ଝାଡଖଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଅପରାଜିତ ୨୪୩ ରନ୍‌ର ପାଳି ରଖେଳିଥିଲେ। ଏହି ଦ୍ୱିଶତକ ସହିତ ପୂଜାରା ଏକ ବିଶେଷ ରେକର୍ଡ ସୃଷ୍ଟି କରିଛନ୍ତି। ପୂଜାରା ପ୍ରଥମ ଶ୍ରେଣୀରେ ସର୍ବାଧିକ ଦ୍ୱିଶତକ ହାସଲ କରିବାରେ ମିଳିତ ଚତୁର୍ଥ ବ୍ୟାଟ୍ସମ୍ୟାନ ହୋଇଥିଲେ। ଦ୍ୱିଶତକ ସହିତ ପୂଜାରା ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସାର୍‌ ଡନ ବ୍ରାଡମ୍ୟାନଙ୍କ ତାଲିକାରେ ଯୋଗ ଦେଇଥିଲେ।
ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ପୂଜାରାଙ୍କ ଏହା ୧୭ତମ ଦ୍ୱିଶତକ। ଝାଡଖଣ୍ଡ ବିପକ୍ଷ ମ୍ୟାଚର ତୃତୀୟ ଦିନରେ ପୂଜାରା ଦ୍ୱିଶତକ ପୂରଣ କରିଥିଲେ। ସୌରାଷ୍ଟ୍ର ବ୍ୟାଟ୍ସମ୍ୟାନ ୩୦ ଚୌକା ସହାୟତାରେ ଅପରାଜିତ ୨୪୩ ରନ୍‌ ସ୍କୋର କରିଥିଲେ। ପ୍ରଥମ ଶ୍ରେଣୀରେ ସର୍ବାଧିକ ଦ୍ୱିଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ ସାର୍‌ ଡନ ବ୍ରାଡମ୍ୟାନ, ଯିଏ ୩୭ ଦ୍ୱିଶତକ ହାସଲ କରିଛନ୍ତି। ଏହା ପରେ ଇଂଲଣ୍ଡର ପୂର୍ବତନ କିମ୍ବଦନ୍ତୀ ୱାଲି ହାମଣ୍ଡ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯିଏ ୩୬ ଡବଲ ଶତକ ହାସଲ କରିଛନ୍ତି।
ତେବେ ତାଲିକାର ତୃତୀୟ ନାମ ଇଂଲଣ୍ଡର ପ୍ୟାଟି ହେଣ୍ଡ୍ରେନ। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ମୋଟ ୨୨ ଦ୍ୱିଶତକ ହାସଲ କରିଥିଲେ। ଏହା ପରେ ଇଂଲଣ୍ଡର ହର୍ବର୍ଟ ସଟକ୍ଲିଫ, ଇଂଲଣ୍ଡର ରାମପ୍ରକାଶ ଏବଂ ଭାରତର ଚେତେଶ୍ୱର ପୂଜାରା ମିଳିତ ଭାବେ ୧୭-୧୭ ପ୍ରଥମ ଶ୍ରେଣୀ ଦ୍ୱିଶତକ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?