Posted inଖେଳ

ଇତିହାସ ରଚିଲେ ଚେତେଶ୍ୱର ପୂଜାରା

ଭୋପାଳ,୪।୧: ରଣଜୀ ଟ୍ରଫି ୨୦୨୨-୨୩ରେ ଚେତେଶ୍ୱର ପୂଜାରା ଦ୍ୱିଶତକ ସ୍କୋର କରି ଇତିହାସ ରଚିଛନ୍ତି। ରଣଜୀ ଟ୍ରଫିରେ ସୌରାଷ୍ଟ୍ର ପାଇଁ ଖେଳିଥିବା ପୂଜାରା ଝାଡଖଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଅପରାଜିତ ୨୪୩ ରନ୍‌ର ପାଳି ରଖେଳିଥିଲେ। ଏହି ଦ୍ୱିଶତକ ସହିତ ପୂଜାରା ଏକ ବିଶେଷ ରେକର୍ଡ ସୃଷ୍ଟି କରିଛନ୍ତି। ପୂଜାରା ପ୍ରଥମ ଶ୍ରେଣୀରେ ସର୍ବାଧିକ ଦ୍ୱିଶତକ ହାସଲ କରିବାରେ ମିଳିତ ଚତୁର୍ଥ ବ୍ୟାଟ୍ସମ୍ୟାନ ହୋଇଥିଲେ। ଦ୍ୱିଶତକ ସହିତ ପୂଜାରା ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସାର୍‌ ଡନ ବ୍ରାଡମ୍ୟାନଙ୍କ ତାଲିକାରେ ଯୋଗ ଦେଇଥିଲେ।
ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ପୂଜାରାଙ୍କ ଏହା ୧୭ତମ ଦ୍ୱିଶତକ। ଝାଡଖଣ୍ଡ ବିପକ୍ଷ ମ୍ୟାଚର ତୃତୀୟ ଦିନରେ ପୂଜାରା ଦ୍ୱିଶତକ ପୂରଣ କରିଥିଲେ। ସୌରାଷ୍ଟ୍ର ବ୍ୟାଟ୍ସମ୍ୟାନ ୩୦ ଚୌକା ସହାୟତାରେ ଅପରାଜିତ ୨୪୩ ରନ୍‌ ସ୍କୋର କରିଥିଲେ। ପ୍ରଥମ ଶ୍ରେଣୀରେ ସର୍ବାଧିକ ଦ୍ୱିଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ ସାର୍‌ ଡନ ବ୍ରାଡମ୍ୟାନ, ଯିଏ ୩୭ ଦ୍ୱିଶତକ ହାସଲ କରିଛନ୍ତି। ଏହା ପରେ ଇଂଲଣ୍ଡର ପୂର୍ବତନ କିମ୍ବଦନ୍ତୀ ୱାଲି ହାମଣ୍ଡ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯିଏ ୩୬ ଡବଲ ଶତକ ହାସଲ କରିଛନ୍ତି।
ତେବେ ତାଲିକାର ତୃତୀୟ ନାମ ଇଂଲଣ୍ଡର ପ୍ୟାଟି ହେଣ୍ଡ୍ରେନ। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ମୋଟ ୨୨ ଦ୍ୱିଶତକ ହାସଲ କରିଥିଲେ। ଏହା ପରେ ଇଂଲଣ୍ଡର ହର୍ବର୍ଟ ସଟକ୍ଲିଫ, ଇଂଲଣ୍ଡର ରାମପ୍ରକାଶ ଏବଂ ଭାରତର ଚେତେଶ୍ୱର ପୂଜାରା ମିଳିତ ଭାବେ ୧୭-୧୭ ପ୍ରଥମ ଶ୍ରେଣୀ ଦ୍ୱିଶତକ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସରଫରାଜ ଲିକ୍‌ କରିଛନ୍ତି ଡ୍ରେସିଂ ରୁମ୍‌ ଖବର?ଗମ୍ଭୀର ଯୁବ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍‌ ଲାଗି ଅଷ୍ଟ୍ରେଲିଆ ଗସ୍ତ ବେଶ ବିବାଦୀୟ ଥିଲା। ସିରିଜର ପ୍ରଥମ ମ୍ୟାଚ୍‌ ଦଳ ଜିତିଥିଲେ ହେଁ ଲଗାତାର ଭାବେ ବାକି...

ଖେଳିବା ତ ଦୂରର କଥା, ଶେଯରୁ ଉଠି ପାରୁନାହାନ୍ତି ବୁମ୍‌ରା; ଆସିଲା ଚିନ୍ତାଜନକ ଖବର…

ନୂଆଦିଲ୍ଲୀ,୧୫।୧: ଟିମ୍‌ ଇଣ୍ଡିଆକୁ ଲାଗିପାରେ ବଡ଼ ଝଟ୍‌କା। ତାରକା ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କ ଖେଳିବାକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି। କାରଣ ଖେଳିବା ତ ଦୂରର...

ଟିମ୍ ଇଣ୍ଡିଆର ମହିଳା ଶକ୍ତି: ଦିନିକିଆରେ କଲେ ବଡ଼ ରେକର୍ଡ, ଯାହା ପୁରୁଷ ଟିମ୍ କେବେ କରିପାରି ନାହିଁ

ରାଜକୋଟ,୧୫।୧: ଭାରତର ମହିଳା କ୍ରିକେଟ୍ ଦଳ ବୁଧବାର (ଜାନୁଆରୀ ୧୫) ରାଜକୋଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଏକଦିବସୀୟ ମ୍ୟାଚ୍ କୁ ୩୦୪ ରନରେ ଜିତି ସିରିଜରେ...

ଅବସରକୁ ନେଇ ଅଶ୍ୱିନଙ୍କ ବଡ଼ ବୟାନ, କହିଲେ ‘ମୁଁ ଆହୁରି ଖେଳିବାକୁ ଚାହୁଁଥିଲି ହେଲେ…’

ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍‌ର ଭେଟେରାନ୍‌ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ମଝିରେ ହଠାତ ସନ୍ନ୍ୟାସ ନେଇ ସମସ୍ତଙ୍କୁ...

ପ୍ୟାରିସ ଅଲମ୍ପିକ୍ସରେ ଜିତିଥିବା ଦୁଇଟି ଯାକ ମେଡାଲ ଫେରାଇବେ ମନୁ ଭାକର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୫।୧: ପ୍ୟାରିସ ୨୦୨୪ରେ ଦୁଇଟି ମେଡାଲ ବିଜେତା ମନୁ ଭାକର ନିଜ ପଦକ ଫେରାଇବାକୁ ଯାଉଛନ୍ତି। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ...

ପିଏଙ୍କ ପାଇଁ ପୁଣି ଟାର୍ଗେଟରେ ଗମ୍ଭୀର, ବିସିସିଆଇ ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୧: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ପୂର୍ବରୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ...

ଉତ୍‌କ୍ଷିପ୍ତ ହୋଇ କ୍ୟାମେରା ଭାଙ୍ଗିଦେଲେ ଏହି ଖେଳାଳି

ମେଲବୋର୍ନ,୧୪।୧: ଅଷ୍ଟ୍ରେଲିଆନ ଓପନ ଟେନିସରେ ଡାନିଲ ମେଡ୍‌ଭେଡେଭ ତାଙ୍କ ର଼୍ୟାକେଟରେ ନେଟ୍‌ରେ ସଂଯୁକ୍ତ ଥିବା ଏକ କ୍ଷୁଦ୍ର କ୍ୟାମେରାକୁ ଭାଙ୍ଗି ଦେଇଛନ୍ତି। ରଡ୍‌ ଲାଭର ଆରେନାଠାରେ...

ରଣଜୀ ଦଳ ସହ ଅଭ୍ୟାସ କଲେ ରୋହିତ

ମୁମ୍ବାଇ,୧୫।୧: ସମ୍ପ୍ରତି ଖରାପ ଫର୍ମ ଦେଇ ଗତି କରୁଥିବା ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମଙ୍ଗଳବାର ଏଠାରେ ମୁମ୍ବାଇ ରଣଜୀ ଟ୍ରଫି ଦଳ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri