Posted inଫୁରସତ

ଅଗଷ୍ଟ ୧୪ରେ ଦୁଇଭାଗ ହୋଇଥିଲା ଦେଶ; ଲୁହରେ ଭିଜିଥିଲା ଭାରତ ମା’ର ପଣତ

ଭାରତ ଇତିହାସରେ ଅଗଷ୍ଟ ୧୪ ତାରିଖକୁ ଲୁହରେ ଲେଖାଯାଇଛି। କାରଣ ଏହି ଦିନ ଦେଶ ବିଭାଜିତ ହୋଇଥିଲା। ୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଏବଂ ୧୯୪୭ ଅଗଷ୍ଟ ୧୫ରେ ଭାରତ ଏକ ପୃଥକ ରାଷ୍ଟ୍ର ଘୋଷିତ ହୋଇଥିଲା। ଏହା କେବଳ ଦେଶର ବିଭାଜନ ଥିବା କହିବା ବାହୁଲ୍ୟ। କାରଣ ଏହା ବାସ୍ତବରେ ହୃଦୟ, ପରିବାର, ସମ୍ପର୍କ ଏବଂ ଭାବର ବିଭାଜନ ଥିଲା। ଭାରତମାତା ଛାତିରେ ଏହି ବିଭାଜନର କ୍ଷତ ଶତାବ୍ଦୀ ଧରି ରହିବ। ଦେଶ ତଥା ବିଶ୍ୱ ଇତିହାସରେ ଅଗଷ୍ଟ ୧୪ ତାରିଖରେ ହୋଇଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମଗୁଡିକ କିଛି ଏଭଳି:

୧୮୬୨: ବମ୍ବେ ହାଇକୋର୍ଟର ପ୍ରତିଷ୍ଠା
୧୮୮୮: ଇଂଲଣ୍ଡର ଫୋକେଷ୍ଟୋନରେ ପ୍ରଥମ ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ
୧୯୧୭: ଜର୍ମାନୀ ଏବଂ ଅଷ୍ଟ୍ରିଆ ବିରୁଦ୍ଧରେ ଚାଇନା ଯୁଦ୍ଧ ଘୋଷଣା କରିଥିଲା
୧୯୨୪: ପ୍ରସିଦ୍ଧ ଲେଖକ ତଥା ସାମ୍ବାଦିକ କୁଲଦୀପ ନାୟାରଙ୍କ ଜନ୍ମ
୧୯୩୮: ଟେଲିଭିଜନରେ ବିବିସିର ପ୍ରଥମ ଫିଚର ଫିଲ୍ମ (ଷ୍ଟୁଡେଣ୍ଟ ଅଫ ପ୍ରାଗ) ପ୍ରସାରିତ ହୋଇଥିଲା
୧୯୪୭: ଭାରତ ବିଭାଜିତ ହେଲା ଏବଂ ପାକିସ୍ତାନ ଏକ ଅଲଗା ରାଷ୍ଟ୍ର ହେଇଥିଲା
୧୯୬୮: ମୋରାରଜୀ ଦେଶାଇଙ୍କୁ ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ନିଶାନ-ଇ-ପାକିସ୍ତାନ ପ୍ରଦାନ କରାଯାଇଥିଲା
୧୯୭୧: ୧୧୦ ବର୍ଷ ପରେ ବାହାରେନ୍‌ ବ୍ରିଟିଶ ଶାସନରୁ ସ୍ବାଧୀନତା ଲାଭ କରିଥିଲା
୨୦୦୩: ପୂର୍ବ ଆମେରିକା ଏବଂ କାନାଡାରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇଗଲା। ଏହାର ପ୍ରଭାବ ନ୍ୟୁୟର୍କ ଏବଂ ଓଟୋବା ଭଳି ବଡ଼ ସହର ଉପରେ ପଡ଼ିଥିଲା
୨୦୦୬: ମିଳିତ ଜାତିସଂଘର ଉଦ୍ୟମରେ ଇସ୍ରାଏଲ ଏବଂ ଦକ୍ଷିଣ ଲେବନାନରେ ପାଞ୍ଚ ସପ୍ତାହ ଧରି ଜାରି ରହିଥିବା ବିବାଦ ସମାପ୍ତ ହେଲା
୨୦୦୬: ଇରାକର କାହଟାନିଆରେ ବୋମା ବିସ୍ଫୋରଣରେ ୪୦୦ ଲୋକ ପ୍ରାଣ ହରାଇଲେ
୨୦୧୩: ମିସ୍ରରେ ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ୬୩୮ ଜଣ ଲୋକ ପ୍ରାଣ ହରାଇଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri