ଏପ୍ରିଲର ଇତିହାସ

୩ ବର୍ଷ ପୂର୍ବେ, ୧୫ ଏପ୍ରିଲ ୨୦୨୧ରେ କୋଭିଡ୍‌ ଉପରେ ୩ ମାସ ମଧ୍ୟରେ ନ୍ୟାଶନାଲ ଟାସ୍କଫୋର୍ସର ପ୍ରଥମ ବୈଠକ ହୋଇଥିଲା (ଶେଷ ବୈଠକ ୧୧ ଜାନୁଆରୀ)। ସେହି ସମୟରେ ଦୈନିକ ସଂକ୍ରମଣ ୨,୧୬,୦୦୦ରେ ଥିଲାବେଳେ ୧୧୦୦ରୁ ଅଧିକ ମୃତ୍ୟୁ ଘଟୁଥିଲା। ଏହାର ୨ ଦିନ ପରେ, ୧୭ ଏପ୍ରିଲରେ ନରେନ୍ଦ୍ର ମୋଦିଙ୍କ ଆସାନସୋଲ ସମାବେଶରେ ଅନେକ ଲକ୍ଷ ଲୋକ ଉପସ୍ଥିତ ଥିଲେ। ସେହିଦିନ ୨,୬୦,୦୦୦ ସଂକ୍ରମିତ ହେବା ସହ ମୃତ୍ୟୁ ସଂଖ୍ୟା ଥିଲା ୧୫୦୦। ଏହି ସମୟ ପର୍ଯ୍ୟନ୍ତ ମୋଦି ଦ୍ରୁତ ସଂକ୍ରମଣ ବୃଦ୍ଧି ପ୍ରତି ଅଧିକ ଗୁରୁତ୍ୱ ଦେଇ ନ ଥିବା ଦେଖାଯାଇଥିଲା, ଯଦିଓ ସରକାରଙ୍କୁ ଆଗାମୀ ଦ୍ୱିତୀୟ ତରଙ୍ଗ ବିଷୟରେ ବାରମ୍ବାର ଚେତାବନୀ ଦିଆଯାଇଥିଲା। ୧୭ ଏପ୍ରିଲ ସନ୍ଧ୍ୟାରେ ମୋଦି ପଶ୍ଚିମବଙ୍ଗରୁ ଫେରି ବୋଧହୁଏ ଦିଲ୍ଲୀର ଡାକ୍ତରଖାନାଗୁଡ଼ିକରେ ଘଟିଥିବା ବିପର୍ଯ୍ୟୟ ସମ୍ପର୍କରେ ଜାଣିବା ପରେ ସ୍ଥିତିର ଗମ୍ଭୀରତା ହୃଦୟଙ୍ଗମ କରି କାର୍ଯ୍ୟ କରିଥିଲେ। ପରଦିନ ୧୮ ଏପ୍ରିଲରେ ମୋଦି କୁମ୍ଭ କାର୍ଯ୍ୟକ୍ରମ ବାତିଲ କରିଥିଲେ। ସେତେବେଳେ ଦୈନିକ ସଂକ୍ରମଣ ୨,୭୫,୦୦୦ ଥିଲା। ତଥାପି ମାଲଦା, ମୁର୍ଶିଦାବାଦ, ବୀରଭୂମ ଏବଂ କୋଲକାତା ରାଲି ବାତିଲ କରିବାକୁ ମୋଦିଙ୍କୁ ଆଉ ୪ ଦିନ ସମୟ ଲାଗିଯାଇଥିଲା। ସେତେବେଳକୁ ଦୈନିକ ସଂକ୍ରମଣ ୩,୩୨,୦୦୦ ଥିଲାବେଳେ ୨୨୦୦ ମୃତ୍ୟୁ ଘଟୁଥିଲା। ସେହିଦିନ ନିର୍ବାଚନ ଆୟୋଗ ସମସ୍ତ ଦଳ ପାଇଁ ରାଲି ଉପରେ ବାଧ୍ୟତାମୂଳକ ପ୍ରତିବନ୍ଧକ ଲଗାଇବାରୁ ମୋଦି ତାଙ୍କର ସବୁ ରାଲି ବାତିଲ କରିଥିଲେ।
ଏହି ଦ୍ୱିତୀୟ ଲହରରେ କୋଭିଡ୍‌ ରଣନୀତି ଚଳାଇବା ବ୍ୟତୀତ ମୋଦିଙ୍କ କାର୍ଯ୍ୟାଳୟର ଅନ୍ୟ କୌଣସି ଗଠନମୂଳକ କାର୍ଯ୍ୟ ନ ଥିଲା। ମାର୍ଚ୍ଚ ଏବଂ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ଦ୍ୱିତୀୟ ଲହର ବଢୁଥିଲାବେଳେ ମହାମାରୀ ସମ୍ବନ୍ଧୀୟ କୌଣସି ପ୍ରସଙ୍ଗରେ କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ନାହିଁ କିମ୍ବା ଆଲୋଚନା କରିନାହିଁ। କିନ୍ତୁ ୫ଥର କ୍ୟାବିନେଟ୍‌ ବୈଠକ ବସିଥିଲା। କେବଳ ବେଙ୍ଗାଲୁରୁର ମେଟ୍ରୋ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଏବଂ କିଛି ବୈଦେଶିକ ବୁଝାମଣା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏପରିକି ମେ ୧୧ ରେ କେବଳ ଉତ୍ତରାଖଣ୍ଡରେ ଏକ ରୋପ୍‌ୱେ ପ୍ରକଳ୍ପକୁ ଅନୁମୋଦନ କରିବା ପାଇଁ କ୍ୟାବିନେଟ ବସିଥିଲା। ମୋଦିଙ୍କ ଟିକାକରଣ ରଣନୀତି କିମ୍ବା ତାଙ୍କର କିଛି ଯୋଜନା ସମ୍ପର୍କରେ ମନ୍ତ୍ରୀମାନେ ଜାଣିବାକୁ ଚାହଁି ନ ଥିଲେ। ମେ ୧୮ରେ ନୀତିନ ଗଡକରୀ ଟିକା ତିଆରି କରିବା ପାଇଁ ଅଧିକ ସଂସ୍ଥାକୁ ଲାଇସେନ୍ସ ପ୍ରଦାନ କରିବାକୁ କହିଥିଲେ। ହେଲେ ବୈଠକର ପରଦିନ ଏହି ରିପୋର୍ଟ ପ୍ରକାଶ କରାଯାଇଥିଲା। ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମୋଦି ସ୍ଥାଣୁ ପାଲଟିିଯାଇଥିଲେ। ମାର୍ଚ୍ଚରୁ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ୭ ମାସ ମଧ୍ୟରେ ମୋଦି ୮୨ ଟି ଜନ ସମାବେଶରେ ସଶରୀରେ କିମ୍ବା ଭର୍ଚୁଆଲି ଉପସ୍ଥିତ ଥିଲେ। ପରବର୍ତ୍ତୀ ୪ମାସ ମଧ୍ୟରେ ସେ ଏହିପରି ୧୧୧ଥର ସର୍ବସମ୍ମୁଖରେ ପ୍ରକଟ ହୋଇଥିଲେ। ଫେବୃଆରୀରୁ ୨୫ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ସେ ୯୨ଥର ସାଧାରଣଙ୍କ ସମ୍ମୁଖକୁ ଆସିଥିଲେ। ୨୫ ଏପ୍ରିଲରୁ ମୋଦି କୁମ୍ଭ ଏବଂ ବଙ୍ଗଳା ସମାବେଶ ବନ୍ଦ କରିବା ପରେ ଅଦୃଶ୍ୟ ହୋଇଗଲେ। ଏହାପରେ ୨୦ ଦିନ ପର୍ଯ୍ୟନ୍ତ ତାଙ୍କୁ କୌଣସିଠାରେ ଦେଖିବାକୁ ମିଳି ନ ଥିଲା। ଲୋକମାନଙ୍କ ପାଇଁ ସରକାର ଅଧିକ ଆବଶ୍ୟକ ଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ଅଦୃଶ୍ୟ ହୋଇଯାଇଥିଲେ। ୨୦୨୦ ଏପ୍ରିଲ ଏବଂ ନଭେମ୍ବରରେ ଦୁଇଥର ଅମ୍ଳଜାନ ଅଭାବ ଶୀଘ୍ର ଦେଖାଦେବ ବୋଲି ସରକାରଙ୍କୁ ସତର୍କ କରାଯାଇଥିଲା। ଏପ୍ରିଲ ପୂର୍ବରୁ ମୋଦି ମହାମାରୀକୁ ଗମ୍ଭୀରତାର ସହ ନେଇ ନ ଥିଲେ। ସେ ଏହାକୁ ବ୍ୟକ୍ତିଗତ ଭାବେ ପରିଚାଳନା କରିବାକୁ ଜିଦ ଧରିଥିଲେ। ମହାମାରୀ ମୁକାବିଲା ପାଇଁ ଯଦି କୌଣସି ରଣନୀତି ଥିଲା, ତେବେ ତାହା ସିଧାସଳଖ ମୋଦିଙ୍କ କାର୍ଯ୍ୟାଳୟରୁ ଆସିଥିଲା।
ଫେବୃଆରୀ ଶେଷରେ ଏକ ଲହର ଆରମ୍ଭ ହୋଇଥିଲେ ମଧ୍ୟ ଅଧିକ ସଂଖ୍ୟାରେ ସମାବେଶ ହୋଇଥିଲା। ମାର୍ଚ୍ଚର ୪ ସପ୍ତାହ ଏବଂ ଏପ୍ରିଲର ୩ ସପ୍ତାହ ମଧ୍ୟରେ ଭାରତରେ ଭାଜପା ଦ୍ୱାରା ଅନେକ ବୃହତ୍‌ ସମାବେଶ ଆୟୋଜିତ ହୋଇଥିଲା କିମ୍ବା ଦଳ ଏହାକୁ ଅନୁମୋଦନ ଏବଂ ଉତ୍ସାହିତ କରିଥିଲା। ଏହାର ପରିଣାମ ଦେଶର ସ୍ବାସ୍ଥ୍ୟସେବାରେ ଅନୁଭୂତ ହୋଇଥିଲା। ମହାମାରୀ ମୁକାବିଲାର ଦ୍ୱିତୀୟ ଦିଗଟି ହେଉଛି, ହଠାତ୍‌ ଲହରର ପ୍ରଭାବକୁ ଆକଳନ କରିବା ଏବଂ ଚିକିତ୍ସା ଉପକରଣର ପ୍ରସ୍ତୁତି। କିନ୍ତୁ ଏଥିରେ ବିଫଳତା ଦେଖାଗଲା। ୧ ମାର୍ଚ୍ଚରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ୮ ସପ୍ତାହ ମଧ୍ୟରେ ଭାରତର ଦୈନନ୍ଦିନ ସଂକ୍ରମଣ ୪୦ଗୁଣ ବୃଦ୍ଧି ପାଇଲା ଓ ୧୧,୦୦୦ରୁ ବଢ଼ି ୪,୦୦,୦୦୦ରୁ ଅଧିକ ହୋଇଗଲା। ବିଶ୍ୱର କୌଣସି ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଏହି ପ୍ରକାର ସଂକ୍ରମଣ ବିସ୍ଫୋରଣକୁ ସମ୍ଭାଳି ପାରିବ ନାହିଁ। ଜନସଂଖ୍ୟାକୁ ସୁରକ୍ଷା ଦେବାର ଏକମାତ୍ର ଉପାୟ ହେଉଛି ଉପକରଣ ଯୋଗାଡ଼ କରିବା। ସଂକ୍ରମଣ ଶୀର୍ଷ ସ୍ତରକୁ ଆକଳନକରି ଉପକରଣ ଉପତ୍ାଦନ କରି ଓ କିଣି ପାଖରେ ରଖିବା ଦରକାର। ହେଲେ ଭାରତ ତାହା କରି ନ ଥିଲା। ଏପ୍ରିଲ ୨୦୨୦ରେ ସରକାର ନିଷ୍ପତ୍ତି ନେଇଥିଲେ ଯେ, ଏହା ୫୦,୦୦୦ ‘ମେକ୍‌ ଇନ୍‌ ଇଣ୍ଡିଆ’ ଭେଣ୍ଟିଲେଟର କ୍ରୟ କରିବେ, କିନ୍ତୁ ଶେଷରେ ମହାମାରୀ ଚାଲିଯାଉଥିବା ନିଶ୍ଚିତ ହେବା ପରେ କେବଳ ୩୫,୦୦୦ କ୍ରୟ କରିଥିଲା। ମାରୁତି ପରି କର୍ପୋରେଟ୍‌ଗୁଡ଼ିକ ଭେଣ୍ଟିଲେଟର ତିଆରି କରିଥିବା କହିଥିଲେ ମଧ୍ୟ ସରକାର ସେଗୁଡ଼ିକୁ କିଣିବାକୁ ଚାହଁି ନ ଥିଲେ। କୋଭିଡ୍‌ ମହାମାରୀ ଦ୍ୱିତୀୟ ଲହରର୨ ମାସ ପୂର୍ବରୁ ୨୧ ଫେବୃଆରୀ ୨୦୨୧ରେ ଭାଜପା ଏକ ପ୍ରସ୍ତାବ ପାସ୍‌ କରିଥିଲା। ଏଥିରେ କୁହାଯାଇଥିଲା, ”ଗର୍ବର ସହ କୁହାଯାଇପାରେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷ, ସମ୍ବେଦନଶୀଳ ପ୍ରତିବଦ୍ଧତା ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ କେବଳ କୋଭିଡ୍‌କୁ ପରାସ୍ତ କରି ନାହଁି, ବରଂ ଏହାର ସମସ୍ତ ନାଗରିକଙ୍କ ମଧ୍ୟରେ ଏକ ‘ଆମତ୍ନିର୍ଭର ଭାରତ’ ନିର୍ମାଣ କରିବାର ବିଶ୍ୱାସ ଜନ୍ମାଇଛି। କୋଭିଡ୍‌ ବିରୋଧୀ ଲଢ଼େଇରେ ଭାରତକୁ ଏକ ଗର୍ବିତ ତଥା ବିଜୟୀ ରାଷ୍ଟ୍ର ଭାବରେ ପରିଚିତ କରାଇଥିବାରୁ ଦଳ ଏହାର ନେତୃତ୍ୱକୁ ଅତ୍ୟଧିକ ପ୍ରଶଂସା କରେ।“ ହେଲେ ଯେତେବେଳେ ଶ୍ମଶାନରେ ମୃତକଙ୍କ ପାଇଁ ଜାଗା ମିଳିଲା ନାହିଁ ସେତେବେଳେ ସରକାରଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ସାମ୍ନାକୁ ଆସିଲା ନାହିଁ। ଏହି ଇତିହାସ ୩ ବର୍ଷ ପୂର୍ବେ ଆମ ସହିତ ଘଟିଥିଲା ଏବଂ ଏହାକୁ ଭୁଲିଯିବା ଉଚିତ ନୁହେଁ।

  • ଆକାର ପଟେଲ
  • Email:aakar.patel@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri