ତୁଳସୀ କ୍ଷେତ୍ରରେ ଐତିହ୍ୟ ସ୍ମାରକୀ ଅବହେଳିତ

କେନ୍ଦ୍ରାପଡ଼ା ଅଫିସ,୧୮।୪: ମଙ୍ଗଳବାର ବିଶ୍ୱ ଐତିହ୍ୟ ଦିବସ। ନିଜ ଅଞ୍ଚଳର ଐତିହ୍ୟ ସ୍ମାରକୀ ଚିହ୍ନଟ ଓ ଏହାର ସଂରକ୍ଷଣ ପାଇଁ ଇଣ୍ଟରନ୍ୟାଶନାଲ କାଉନସିଲ ଅନ୍‌ ମୁନମେଣ୍ଟ ଆଣ୍ଡ ସାଇଟ୍ସ ପକ୍ଷରୁ ୧୯୮୨ ମସିହାରୁ ଉଦ୍ୟମ ହେଉଥିଲେ ମଧ୍ୟ ଏହି ଦିବସ ପ୍ରତି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଓ ରାଜନେତା ସମ୍ବେଦନଶୀଳ ନୁହନ୍ତି। ଜିଲାର ରାଜନଗର ବ୍ଲକସ୍ଥିତ ଭିତରକନିକା ଆର୍ଦ୍ରଭୂମି ଜୈବ ବିବିଧତା ପାଇଁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇ ୨୦୧୬ ମସିହାରେ ଆଇୟୁସିଏନ (ଇଣ୍ଟନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର) ଟିମ୍‌ ଆସିଥିଲେ ମଧ୍ୟ ବିଭିନ୍ନ କାରଣରୁ ୨୦୧୭ ମସିହା ବୈଠକରେ ଖାରଜ ହୋଇଛି। ସେହିପରି ତୁଳସୀ କ୍ଷେତ୍ର ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନରେ ଥିବା ଇତିହାସ ଓ ଐତିହ୍ୟ ସ୍ମାରକୀ ଅବହେଳାର ଶିକାର ହୋଇଥିବା ଆଲୋଚନା ହେଉଛି। ସ୍ମାରକୀର ସଂରକ୍ଷଣ ପର୍ଯ୍ୟଟନ ଶିଳ୍ପ ବୃଦ୍ଧିକରି ଜିଲାର ଆର୍ଥିକ ବ୍ୟବସ୍ଥାରେ ସହଯୋଗ କରିବ ବୋଲି ବହୁ ବୁଦ୍ଧିଜୀବୀଙ୍କ ମତପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଶିକ୍ଷାବିତ୍‌ ତଥା ଗବେଷକ ଡ. ସର୍ବେଶ୍ୱର ସେଣ, ବୁଦ୍ଧିଜୀବୀ ପ୍ରଭାକର ସାମଲ, ତ୍ରିଲୋଚନ ଦାସ, ଦୋଳଗୋବିନ୍ଦ ଜେନା, ଅଶୋକ ସ୍ବାଇଁ ପ୍ରମୁଖ କୁହିଛନ୍ତି, ଇଚ୍ଛାପୁରର ଶ୍ରୀବଳଦେବ ଜୀଉ, ସହରର ଗୋବିନ୍ଦଜୀଉ, ତମାଳ ଶାସନର ଦଧିବାମନ ଜୀଉ, ସନ୍ଥପୁରାର ଶିବମନ୍ଦିର, ଆଳିର ଲକ୍ଷ୍ମୀବରାହ ଜୀଉ ମନ୍ଦିର, କୁଦାନଗରୀ, ସଖୀବଟ, ଗଦାଧର ପୀଠ, କର୍ତ୍ତେଶ୍ୱର ମନ୍ଦିର, ଅନ୍ଧବର, ଗୋଠେଶ୍ୱର ପୀଠ, ହୁକିଟୋଲା ବତିଘର ଆଦି ରାଜ୍ୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିଛି। ଏସବୁ କ୍ଷେତ୍ର ଜିଲାରେ ପର୍ଯ୍ୟଟନସ୍ଥଳୀ ବୋଲି ଅଧିକାଂଶ ଜିଲାବାସୀଙ୍କୁ ଅଜ୍ଞାତ ଅଛନ୍ତି। ପ୍ରଚାର ପ୍ରସାର ସହ ପର୍ଯ୍ୟଟନସ୍ଥଳକୁ ଉତ୍ତମ ରାସ୍ତା ନାହିଁ। ସେହିପରି ଭିତରକନିକାର ଜୈବ ବିବିଧତା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଖରସ୍ରୋତା ନଦୀରୁ ପାଣି ଉଠାଗଲେ ଏହି ଆର୍ଦ୍ରଭୂମିକୁ ମଧୁର ଜଳ ହ୍ରାସ ହେବ ବୋଲି ଜାଣିବା ସତ୍ତ୍ୱେ ଏହାର ନିରାକରଣ କରାଯାଉନାହିଁ। ତଟକ୍ଷୟ, ଚିଙ୍ଗୁଡ଼ି ଘେରି, ଭିତରକନିକା ଆଭ୍ୟନ୍ତର ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତର, ଇକୋ ସେନ୍‌ସେଟିଭ ଜୋନ୍‌ ସମ୍ପର୍କରେ ସଚେତନତା ଅଭାବ ଆଦି କାରଣ ଜାତୀୟ ଉଦ୍ୟାନ ମାନ୍ୟତା ପ୍ରତି ବିପଦ ରହିଛି। ଉପଯୁକ୍ତ ପର୍ଯ୍ୟଟନ କ୍ଷେତ୍ର ରାଜସ୍ବ ଆଣିବା ସହିତ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ରୋଜଗାର ସୃଷ୍ଟିର ମାଧ୍ୟମ ହୋଇଥାଏ। ଜିଲାରେ ପ୍ରାକୃତିକ ପରିବେଶ, ପେଣ୍ଠ, ବରୁଣାଇ, ଅଗରନାସୀ ଆଦି ବେଳାଭୂମିର ଐତିହାସିକ ଓ ସାଂସ୍କୃତିକ ବିଭବ ଭରପୂର ଅଛି। ଏହାର ସୁବିନିଯୋଗ ଆବଶ୍ୟକ। ରାଜନଗର ବ୍ଲକ ରିଘାଗଡ଼ର ବଳଦେବଜୀଉ ମନ୍ଦିର, ରାଜକନିକାର ଗୋକର୍ଣ୍ଣେଶ୍ୱର ମନ୍ଦିର, ସିକୋର ଅଷ୍ଟଶମ୍ଭୁ, ଡେରାବିଶର ଦଧବାମନ ଜୀଉ, ପଟ୍ଟାମୁଣ୍ଡାଇର ଛୁଆଳିଆ ଆଦି ରାଜ୍ୟ ପର୍ଯ୍ୟଟନସ୍ଥଳ ମାନ୍ୟତା ଅପେକ୍ଷାରେ ଅଛି। ଏହା ବ୍ୟତୀତ ଜିଲାର ବିଭିନ୍ନ ସ୍ଥାନରେ ଥିବା ମତ୍ସ୍ୟେନ୍ଦ୍ରନାଥ, ଶୈଳନାଥ ସମାଧି, ଇଚ୍ଛନାଥ ସମାଧି ସହ ବୌଦ୍ଧଧର୍ମର ପ୍ରତୀକ ଚକ୍ରପାଣି, ସ୍ଥିରଚକ୍ର ମଞ୍ଜୁଶ୍ରୀ, ଅବଲୋକିତେଶ୍ୱର, ତାରା ଆଦି ମୂର୍ତ୍ତିର ରକ୍ଷଣାବେକ୍ଷଣ ନାହିଁ। ଏହା ବ୍ୟତୀତ ପୁରୁଣା ବସ୍‌ଷ୍ଟାଣ୍ଡରେ ଥିବା ଡାଇମଣ୍ଡ ଜୁବିଲି ପାଠାଗାର, ସୂର୍ଯ୍ୟଘଡ଼ି, ନୋଳସାହି ରାଜନଅର, ଆଳି ନଅର, ଜମ୍ବୁଦ୍ୱୀପ ନଅର ଆଦି ଏହି ଜିଲାରେ ଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଅବହେଳାର ଶିକାର ହୋଇଛି। ବବକରପୁରରେ ଥିବା ପୁରୁଣା ବଳଦେବଜୀଉ ମନ୍ଦିରର ଗରୁଡ଼ ମୂର୍ତ୍ତି ପରି ଐତିହ୍ୟ ସାମଗ୍ରୀ ରଖିବା ପାଇଁ କୌଣସି ମ୍ୟୁଜିୟମ ନ ଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଐତିହ୍ୟ ସ୍ମାରକୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଜିଲାରେ ଥିବା ଏପରି ସ୍ଥାନର ଐତିହାସିକ ଭିତ୍ତିଭୂମି ଉପରେ ତଥ୍ୟ ମିଳିଲେ ସୁରକ୍ଷା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri