Posted inଫୁରସତ

ଐତିହାସିକ କ୍ଷେତ୍ର ଆଭାନେରୀ

ରାଜସ୍ଥାନର ଦୌସା ଜିଲା ଅନ୍ତର୍ଗତ ଏକ ମନୋରମ ପର୍ଯ୍ୟଟନସ୍ଥଳୀ ହେଉଛି ଆଭାନେରୀ। ଆକୃତି ଦୃଷ୍ଟିରୁ ଛୋଟ ହୋଇଥିଲେ ବି ଏହା ନିଜର ଅପୂର୍ବ ଐତିହାସିକ କୀର୍ତ୍ତିରାଜି ତଥା କଳା, ସଂସ୍କୃତି ପାଇଁ ଦେଶବିଦେଶରେ ବେଶ୍‌ ନାଁ କରିପାରିଛି। ତା’ଛଡ଼ା ଏକାଧିକ ପାହାଚ ବିଶିଷ୍ଟ ଆକର୍ଷଣୀୟ ଚାନ୍ଦ ବାଓରୀ କୂଅ ଏବଂ ହର୍ଷତ ମାତା ମନ୍ଦିର ହେଉଛି ଏଠାକାର ଦୁଇ ପ୍ରମୁଖ ଆକର୍ଷଣ। ସେଥିପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ।

ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଏହି ସ୍ଥାନଟି ପ୍ରଥମେ ‘ଆଭା ନଗରୀ’ ନାଁରେ ପରିଚିତ ଥିଲା। କିନ୍ତୁ ସମୟକ୍ରମେ ଲୋକଙ୍କ ଦ୍ୱାରା ଭୁଲ୍‌ ଉଚ୍ଚାରଣ ହୋଇ ଏହା ଆଭାନେରୀ ନାମରେ ପରିଚିତ ହେବାକୁ ଲାଗିଲା। ତେବେ ଏହି ଅଞ୍ଚଳଟି ମୁସଲମାନ ତଥା ମୋଗଲଙ୍କ ଅକ୍ତିଆରରେ ବେଶ୍‌ କିଛିବର୍ଷ ରହିବା ପରେ ମରାଠାମାନଙ୍କ ହାତକୁ ଆସିଥିଲା; ଯଦ୍ଦ୍ବାରା ଏହାର ପ୍ରସିଦ୍ଧି କ୍ରମେ ବଢିବାକୁ ଲାଗିଥିଲା। ଆକାର ଦୃଷ୍ଟିରୁ ଦେଖିଲେ ଆଭାନେରୀ ଏକ ଛୋଟିଆ ଅଞ୍ଚଳ ହୋଇପାରେ, କିନ୍ତୁ ଏହା ନିଜର ଗୌରବଶାଳୀ ଅତୀତ ତଥା ସଂସ୍କୃତି ପାଇଁ ଦେଶବିଦେଶର ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ।

କ’ଣ ଦେଖିବେ
ଆଭାନେରୀର ପର୍ଯ୍ୟଟନ କଥା ଉଠିଲେ, ପ୍ରଥମେ ଆଖି ଆଗକୁ ଆସେ ଚାନ୍ଦ୍‌ ବାଓରୀର କଥା। ତା’ସହିତ ହର୍ଷତ ମାତା ମନ୍ଦିର ବି ଏଠାକାର ଅନ୍ୟତମ ଆକର୍ଷଣ।
* ଚାନ୍ଦ୍‌ ବାଓରୀ: ପ୍ରକୃତପକ୍ଷେ ଏହା ଏକାଧିକ ପାହାଚ ବିଶିଷ୍ଟ ଏକ ଆକର୍ଷଣୀୟ କୂଅ । ଇତିହାସରୁ ଯାହା ଜଣାଯାଏ, ଏହାକୁ ରାଜା ମିହିର ଭୋଜ (ଯିଏକି ଚାନ୍ଦ ନାମରେ ମଧ୍ୟ ପରିଚିତ) ନିର୍ମାଣ କରାଇଥିଲେ; ସେଥିପାଇଁ ଏହାର ନାମ ଚାନ୍ଦ ବାଓରୀ ରଖାଯାଇଛି। ସାଧାରଣତଃ ବର୍ଷାଜଳକୁ ସଞ୍ଚୟ କରି ରଖି ତାକୁ ଖରାଦିନେ ବ୍ୟବହାର କରିବା ପାଇଁ ଏହି କୂଅଟିକୁ ନିର୍ମାଣ କରାଯାଇଥିଲା। ତେବେ ଦୁନିଆର ସବୁଠାରୁ ଗଭୀରତମ କୂଅ ଭାବେ ଏହା ଜଣାଶୁଣା। ଆଉ ଏହି କୂଅର ଉପରି ଭାଗରୁ ତଳପର୍ଯ୍ୟନ୍ତ ସ୍ତର ସ୍ତର ହୋଇ ଅନେକ ପାହାଚ ରହିଛି; ଯଦ୍ଦ୍ବାରା ଉକ୍ତ କୂଅରେ ଯେତେ କମ୍‌ ପାଣି ଥିଲେ ବି ଜଣେ ଏହି ପାହାଚ ସାହାଯ୍ୟରେ ଆରାମରେ ତଳକୁ ଯାଇ ପାଣି ଆଣିପାରିବେ। କେବଳ ସେତିକି ନୁହେଁ ଏହି କୂଅର ଆଉ ଏକ ବିଶେଷତ୍ୱ ହେଉଛି ଏଥିତ୍ରେ ନିର୍ମାଣ କରାଯାଇଥିବା ସୁଡ଼ଙ୍ଗ। ଅର୍ଥାତ୍‌ ଏହି କୂଅରେ ଗୁପ୍ତ ଭାବେ କେତୋଟି ସୁଡ଼ଙ୍ଗ ମଧ୍ୟ ରହିଛି, ଯାହାକୁ ଯୁଦ୍ଧ ତଥା ଆପତକାଳୀନ ପରିସ୍ଥିତିରେ ରାଜା ତଥା ସୈନ୍ୟମାନେ ସୁରକ୍ଷା ପାଇଁ ବ୍ୟବହାର କରୁଥିଲେ। ତେଣୁ ଏହିଥିରୁ ଅନୁମାନ କରିପାରୁଥିବେ, ଚାନ୍ଦ୍‌ ବାଓରୀର ବାସ୍ତୁକଳା କେତେ ସ୍ବତନ୍ତ୍ର ଆଉ ଆକର୍ଷଣୀୟ ା

* ହର୍ଷତ ମାତା ମନ୍ଦିର: ଏହା ସ୍ଥାନୀୟ ଏକ ପ୍ରାଚୀନ ମନ୍ଦିର; ଯାହା ମା’ ହର୍ଷତଙ୍କୁ ସମର୍ପିତ। କିନ୍ତୁ ଅନେକେ ଏହାକୁ ଖୁସି ତଥା ଉଲ୍ଲାସର ଉତ୍ସ ସ୍ଥଳୀ ବୋଲି ବି କହିଥାନ୍ତି। ଏହାର ନିର୍ମାଣ ମଧ୍ୟ ରାଜା ମିହିର ଭୋଜ ବା ରାଜା ଚାନ୍ଦ କରାଇଥିଲେ। ତାଙ୍କ ନଗରରେ ଓ ନଗରବାସୀଙ୍କ ଭିତରେ ଯେଉଁ ଖୁସି ଆଉ ଶାନ୍ତି ରହିଥିଲା ତାହା ମାତାଙ୍କ କୃପାରୁ ସମ୍ଭବ ହୋଇପାରିଥିଲା ବୋଲି ସିଏ ବିଶ୍ୱାସ କରୁଥିଲେ। ସେଥିପାଇଁ ସିଏ ମାତାଙ୍କୁ ସମର୍ପିତ ଏହି ଭବ୍ୟ ମନ୍ଦିରଟିକୁ ନିର୍ମାଣ କରାଇଥିଲେ।

ଲୋକନୃତ୍ୟର ଝଲକ
କଳା, ସଂସ୍କୃତି କ୍ଷେତ୍ରରେ ବି ଆଭାନେରୀ ବେଶ୍‌ ପରିଚିତ। ଖାସ୍‌କରି ପର୍ଯ୍ୟଟକ ଏଠାରେ ବିଭିନ୍ନ ପ୍ରକାରର ରାଜସ୍ଥାନୀ ଲୋକନୃତ୍ୟର ଝଲକ ଦେଖିବାକୁ ପାଇପାରିବେ।

କେବେ ଓ କେମିତି ଯିବେ
ଏଠାକୁ ବୁଲି ଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ ହେଉଛି ଅକ୍ଟୋବରରୁ ମାର୍ଚ୍ଚ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବା ନିମନ୍ତେ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ସୁବ୍ୟବସ୍ଥା ରହିଛି। ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ମାତ୍ର ୯୫ କି.ମି. ଦୂରରେ ଅବସ୍ଥିତ ଆଭାନେରୀ। ତେଣୁ ପର୍ଯ୍ୟଟକ ଚାହିଁଲେ ପ୍ରଥମେ ବସ୍‌, ଟ୍ରେନ୍‌ କିମ୍ବା ବିମାନ ଯୋଗେ ଜୟପୁରରେ ପହଞ୍ଚତ୍, ସେଠାରୁ ସୁବିଧାରେ ଯାଇ ଆଭାନେରୀରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri