Posted inଫୁରସତ

ଐତିହାସିକ ପର୍ଯ୍ୟଟନସ୍ଥଳୀ: ଆଭାନେରୀ

ଆଭାନେରୀ ରାଜସ୍ଥାନର ଏକ ଛୋଟ ଗାଁ ହୋଇଥିଲେ ହେଁ, ନିଜର ଅପୂର୍ବ ଐତିହାସିକ କୀର୍ତ୍ତିରାଜି ତଥା କଳା, ସଂସ୍କୃତି ପାଇଁ ଦେଶବିଦେଶରେ ବେଶ୍‌ ନାଁ କରିପାରିଛି। ସେଥିପାଇଁ ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥାଏ।
ଆଭାନେରୀ ରାଜସ୍ଥାନର ଦୌସା ଜିଲାରେ ଅବସ୍ଥିତ ଏକ ଛୋଟ ଗାଁ। ନିଜର ଐତିହାସିକ କୀର୍ତ୍ତିରାଜି ତଥା ଅପୂର୍ବ କଳା, ସଂସ୍କୃତି ପାଇଁ ଏହା ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ବିଶେଷକରି ଏଠାରେ ଥିବା ଏକାଧିକ ପାହାଚ ବିଶିଷ୍ଟ ଆକର୍ଷଣୀୟ ଚାନ୍ଦ ବାଓରୀ କୂଅ ତଥା ହର୍ଷତ ମାତା ମନ୍ଦିର ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।

ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଏହି ଗାଁଟି ପ୍ରଥମେ ଆଭା ନଗରୀ ନାମରେ ନାମିତ ଥିଲା, ଯାହାର ଅର୍ଥ ‘ଚମକୁଥିବା ନଗର’। କିନ୍ତୁ ସମୟକ୍ରମେ ଲୋକଙ୍କ ଦ୍ୱାରା ଭୁଲ୍‌ ଉଚ୍ଚାରଣ ହୋଇ ଏହା ଆଭାନେରୀ ନାମରେ ପରିଚିତ ହେବାକୁ ଲାଗିଲା। ତେବେ ଏହି ଅଞ୍ଚଳଟି ମୁସଲମାନ ତଥା ମୋଗଲଙ୍କ ଅକ୍ତିଆରରେ ବେଶ୍‌ କିଛିବର୍ଷ ରହିବା ପରେ ମରାଠାମାନଙ୍କ ହାତକୁ ଆସିଥିଲା; ଯଦ୍ଦ୍ବାରା ଏହାର ପ୍ରସିଦ୍ଧି ବଢିଥିଲା। ଆକାର ଦୃଷ୍ଟିରୁ ଦେଖିଲେ ଆଭାନେରୀ ଏକ ଛୋଟିଆ ଅଞ୍ଚଳ ହୋଇପାରେ, କିନ୍ତୁ ଏହା ନିଜର ଗୌରବଶାଳୀ ଅତୀତ ତଥା ସଂସ୍କୃତି ପାଇଁ ଦେଶବିଦେଶର ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ।

କ’ଣ ଦେଖିବେ
ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ଅନେକ ଦର୍ଶନୀୟ ସ୍ଥାନ ରହିଛି ଆଭାନେରୀରେ। ଯେମିତିକି:
ଚାନ୍ଦ୍‌ ବାଓରୀ: ପ୍ରକୃତପକ୍ଷେ ଏହା ଏକାଧିକ ପାହାଚ ବିଶିଷ୍ଟ ଏକ ଆକର୍ଷଣୀୟ କୂଅ । ଇତିହାସରୁ ଯାହା ଜଣାଯାଏ, ଏହାକୁ ରାଜା ମିହିର ଭୋଜ (ଯିଏକି ଚାନ୍ଦ ନାମରେ ମଧ୍ୟ ପରିଚିତ) ନିର୍ମାଣ କରାଇଥିଲେ; ସେଥିପାଇଁ ଏହାର ନାମ ଚାନ୍ଦ ବାଓରୀ ରଖାଯାଇଛି।

ସାଧାରଣତଃ ବର୍ଷାଜଳକୁ ସଞ୍ଚୟ କରି ରଖି ତାକୁ ଖରାଦିନେ ବ୍ୟବହାର କରିବା ପାଇଁ ଏହି କୂଅଟିକୁ ନିର୍ମାଣ କରାଯାଇଥିଲା। ତେବେ ଦୁନିଆର ସବୁଠାରୁ ଗଭୀରତମ କୂଅ ଭାବେ ଏହା ଜଣାଶୁଣା। ଆଉ ଏହି କୂଅର ଉପରି ଭାଗରୁ ତଳପର୍ଯ୍ୟନ୍ତ ସ୍ତର ସ୍ତର ହୋଇ ଅନେକ ପାହାଚ ରହିଛି; ଯଦ୍ଦ୍ବାରା ଉକ୍ତ କୂଅରେ ଯେତେ କମ୍‌ ପାଣି ଥିଲେ ବି ଜଣେ ଏହି ପାହାଚ ସାହାଯ୍ୟରେ ଆରାମରେ ତଳକୁ ଯାଇ ପାଣି ଆଣିପାରିବେ। କେବଳ ସେତିକି ନୁହେଁ ଏହି କୂଅର ଆଉ ଏକ ବିଶେଷତ୍ୱ ହେଉଛି ଏଥିତ୍ରେ ନିର୍ମାଣ କରାଯାଇଥିବା ସୁଡ଼ଙ୍ଗ। ଅର୍ଥାତ୍‌ ଏହି କୂଅରେ ଗୁପ୍ତ ଭାବେ କେତୋଟି ସୁଡ଼ଙ୍ଗ ମଧ୍ୟ ରହିଛି, ଯାହାକୁ ଯୁଦ୍ଧ ତଥା ଆପତକାଳୀନ ପରିସ୍ଥିତିରେ ରାଜା ତଥା ସୈନ୍ୟମାନେ ସୁରକ୍ଷା ପାଇଁ ବ୍ୟବହାର କରୁଥିଲେ। ତେଣୁ ଏହିଥିରୁ ଅନୁମାନ କରିପାରୁଥିବେ, ଚାନ୍ଦ୍‌ ବାଓରୀର ବାସ୍ତୁକଳା କେତେ ସ୍ବତନ୍ତ୍ର ଆଉ ଆକର୍ଷଣୀୟ ା

ହର୍ଷତ ମାତା ମନ୍ଦିର: ଏହା ସ୍ଥାନୀୟ ଏକ ପ୍ରାଚୀନ ମନ୍ଦିର; ଯାହା ମା’ ଦୁର୍ଗାଙ୍କୁ ସମର୍ପିତ। କିନ୍ତୁ ଅନେକେ ଏହାକୁ ଖୁସି ତଥା ଉଲ୍ଲାସର ଉତ୍ସ ସ୍ଥଳୀ ବୋଲି ବି କହିଥାନ୍ତି। ଏହାର ନିର୍ମାଣ ମଧ୍ୟ ରାଜା ମିହିର ଭୋଜ ବା ରାଜା ଚାନ୍ଦ କରାଇଥିଲେ। ତାଙ୍କ ନଗରରେ ଓ ନଗରବାସୀଙ୍କ ଭିତରେ ଯେଉଁ ଖୁସି ଆଉ ଶାନ୍ତି ରହିଥିଲା ତାହା ମାତା ଦୁର୍ଗାଙ୍କ କୃପାରୁ ସମ୍ଭବ ହୋଇପାରିଥିଲା ବୋଲି ସିଏ ବିଶ୍ୱାସ କରୁଥିଲେ। ସେଥିପାଇଁ ସିଏ ମାତା ଦୁର୍ଗାଙ୍କୁ ସମର୍ପିତ ଏହି ଭବ୍ୟ ମନ୍ଦିରଟିକୁ ନିର୍ମାଣ କରାଇଥିଲେ।
ଲୋକନୃତ୍ୟର ଝଲକ: ଅପୂର୍ବ ସଂସ୍କୃତି ପାଇଁ ବି ଆଭାନେରୀ ବେଶ୍‌ ପରିଚିତ। ଖାସ୍‌କରି ପର୍ଯ୍ୟଟକ ଏଠାରେ ଭିନ୍ନ ଭିନ୍ନ ପ୍ରକାରର ରାଜସ୍ଥାନୀ ଲୋକନୃତ୍ୟର ଝଲକ ଦେଖିବାକୁ ପାଇପାରିବେ।

କେବେ ଓ କେମିତି ଯିବେ
ଏଠାକୁ ବୁଲି ଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ ହେଉଛି ଅକ୍ଟୋବରରୁ ମାର୍ଚ୍ଚ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବା ନିମନ୍ତେ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ସୁବ୍ୟବସ୍ଥା ରହିଛି। ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ମାତ୍ର ୯୫ କି.ମି. ଦୂରରେ ଅବସ୍ଥିତ ଆଭାନେରୀ। ତେଣୁ ପର୍ଯ୍ୟଟକ ଚାହିଁଲେ ପ୍ରଥମେ ବସ୍‌, ଟ୍ରେନ୍‌ କିମ୍ବା ବିମାନ ଯୋଗେ ଜୟପୁରରେ ପହଞ୍ଚତ୍, ସେଠାରୁ ସୁବିଧାରେ ଯାଇ ଆଭାନେରୀରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri