ଆପଣାର ମଣିଷ ଡା. ଜଗନ୍ନାଥ ମହାପାତ୍ର

ସମସ୍ତଙ୍କୁ ଶ୍ରଦ୍ଧା କରିବା, ସମସ୍ତଙ୍କୁ ଆପଣାପଣର ଡୋରିରେ ବାନ୍ଧି ରଖିବାରେ ସେ ଟିକେ ବି ଊଣା କରନ୍ତି ନାହିଁ। ଜଣେ ଜ୍ଞାନୀ, ଗୁଣୀ ବ୍ୟକ୍ତି ହେଲେ ବି ଅହମିକା କେବେହେଲେ ତାଙ୍କୁ ଛୁଇଁପାରି ନ ଥିଲା। ସଂସ୍କୃତି ଓ ପରମ୍ପରାର ସେ ଜଣେ ପୂଜକ ଥିଲେ। ପରୋପକାର କରିବାରେ ଅସୀମ ଆନନ୍ଦ ପାଉଥିଲେ। ‘ଅସୁବିଧାରେ ଲୋକଙ୍କ ପାଖରେ ଠିଆହେବା ଦୟା କରିବା ନୁହେଁ ବରଂ ସମାଜ ତୁମକୁ ଦେଇଥିବା ଦାନକୁ କିଛି ଶୁଝିବା’ ବୋଲି ସେ ସବୁବେଳେ କହୁଥିଲେ। ସମସ୍ତଙ୍କ ପାଇଁ ଅତି ଆପଣାର ମଣିଷ ଥିଲେ ଡା.ଜଗନ୍ନାଥ ମହାପାତ୍ର।
ସେବା ମନୋବୃତ୍ତି ତ ତାଙ୍କ ଭିତରେ ଜନ୍ମରୁ ଥିଲା, କିନ୍ତୁ ଏହାବାଦ ତାଙ୍କ ଭିତରେ ଅନେକ ପ୍ରତିଭା ଲୁଚି ରହିଥିଲା। ସେ ଜଣେ ଭଲ ଅଭିନେତା, କ୍ରୀଡ଼ାବିତ୍‌ ଏବଂ ତତ୍‌ସହିତ ଆଦର୍ଶ ରାଜନେତା ମଧ୍ୟ ଥିଲେ। ସଫଳ ସଙ୍ଗଠକ ଭାବେ ସେ ଶହୀଦ ନଗର ଦୁର୍ଗାପୂଜା ସମିତି ଭଳି ଅନେକ ସଙ୍ଗଠନ ସହିତ ଜଡ଼ିତ ଥିଲେ। ଜୀବନର ସଂଘର୍ଷକୁ ସାମ୍‌ନା କରିବାର କୌଶଳ ତାଙ୍କୁ ବେଶ୍‌ ଜଣାଥିଲା। ଜଣେ ଡାକ୍ତର ଭାବରେ ହେଉ, ସମାଜସେବୀ, ସଙ୍ଗଠକ କିମ୍ବା ରାଜନୀତିଜ୍ଞ ସବୁ କାର୍ଯ୍ୟକୁ ସେ ନିଷ୍ଠାର ସହ ନିର୍ବାହ କରୁଥିଲେ। ଭୁବନେଶ୍ୱର ମ୍ୟୁନିସିପାଲିଟିର ସେ ଶେଷ ଅଧ୍ୟକ୍ଷ ଥିଲେ। କାରଣ ତାଙ୍କ ପରେ ଏହା ମହାନଗର ନିଗମରେ ପରିଣତ ହେଲା ଏବଂ ଅଧ୍ୟକ୍ଷ ବଦଳରେ ମେୟରମାନେ ନିର୍ବାଚିତ ହେଲେ। ୧୯୯୯ ମହାବାତ୍ୟା ସମୟରେ ବାତ୍ୟାବିଧ୍ୱସ୍ତ ଭୁବନେଶ୍ୱରର ଦାୟିତ୍ୱ ନିର୍ବାହ କରିବା ତାଙ୍କ ପାଇଁ ବହୁତ କଷ୍ଟକର ଥିଲେ ମଧ୍ୟ ସେ ତାହାକୁ ସାହସିକ ପଦକ୍ଷେପ ନେଇ ସଫଳ ଭାବରେ ସାମ୍‌ନା କରିଥିଲେ। ଭୁବନେଶ୍ୱର ପାଇଁ ଅଧ୍ୟକ୍ଷ ଭାବରେ ସେ ଯଥାସମ୍ଭବ ଉନ୍ନୟନମୂଳକ କାର୍ଯ୍ୟ କରି ପ୍ରଶଂସାଭାଜନ ହୋଇପାରିଥିଲେ।
ପିଲା, ବଡ଼ ସମସ୍ତଙ୍କ ସହିତ ମିଶିଯିବାର ସ୍ବଭାବ ଏବଂ ମଜାଳିଆ ମିଜାଜ ତାଙ୍କୁ ସମସ୍ତଙ୍କର ନିକଟତର କରିପାରିଥିଲା। ସେ ଜଣେ ସ୍ବତନ୍ତ୍ର ମଣିଷ ଥିଲେ। ଆଜିକାଲିର ବସ୍ତୁବାଦୀ ଦୁନିଆରେ ତାଙ୍କ ଭଳି ମଣିଷ ମିଳିବା ଖୁବ୍‌ ବିରଳ। ଏମିତିରେ ଡାକ୍ତରମାନଙ୍କ କ୍ଷେତ୍ରରେ ଦିନ ହେଉ ବା ରାତି, ସେବା ହିଁ ପରମ ଧର୍ମ ଥାଏ। ମାତ୍ର ତା’ ବାହାରକୁ ଯାଇ ସମାଜର ସେବା କରିବା ତାଙ୍କ ଭଳି ଜଣେ ବିରଳ ମଣିଷଙ୍କ କ୍ଷେତ୍ରରେ ହିଁ ଘଟିପାରେ। ପରିବାର, ଭାଇବନ୍ଧୁଙ୍କ କଥା ତ ସେ ବୁଝୁଥିଲେ, ତା’ ସହିତ ଯିଏ ତାଙ୍କ ନିକଟରେ ପହଞ୍ଚତ୍ ଯାଉଥିଲେ ତାଙ୍କୁ ସେ ନିଜର କରି ନେଉଥିଲେ, ନିଜର ପରିବାର ସଦସ୍ୟ ଭଳି ଭାବୁଥିଲେ ଏବଂ ଯଥାସମ୍ଭବ ସାହାଯ୍ୟ କରୁଥିଲେ। ପରିବାର କଥା ପଛେ, ତାଙ୍କୁ ଭଲ ପାଉଥିବା ମଣିଷଟି କଥା ଆଗେ, ଏହା ଥିଲା ତାଙ୍କ ଜୀବନର ମନ୍ତ୍ର। ଏଥିପାଇଁ ତାଙ୍କୁ ଅନେକ ତ୍ୟାଗ କରିବାକୁ ପଡ଼ିଛି। ସେ କିନ୍ତୁ ଅବିଚଳିତ ଭାବରେ ନିଜ କାର୍ଯ୍ୟରୁ କେବେ କ୍ଷାନ୍ତ ହୋଇ ନାହାନ୍ତି। ଜଣେ ସଫଳ ଡାକ୍ତର ଭାବେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ସେ ଶହୀଦନଗରଠାରେ ନିଜର କ୍ଲିନିକ୍‌ କରି ଜୀବନର ଶେଷ ପର୍ଯ୍ୟନ୍ତ ରୋଗୀ ସେବାରେ ନିୟୋଜିତ ଥିଲେ। ତାଙ୍କ ଭଳି ଜଣେ ମିଷ୍ଟଭାଷୀ, ପରୋପକାରୀ, ବନ୍ଧୁବତ୍ସଳ, କର୍ତ୍ତବ୍ୟପରାୟଣ ମଣିଷ ସମାଜରେ ଜନ୍ମନେବା ଖୁବ୍‌ ବିରଳ।
ଛାତ୍ର ଜୀବନରୁ ଡା. ମହାପାତ୍ରଙ୍କ ସହିତ ମୋର ନିବିଡ଼ ସମ୍ପର୍କ ଗଢ଼ି ଉଠିଥିଲା। ଆମେ ଥିଲୁ ସମବୟସ୍କ ଏବଂ ମୁଁ ଯେତେବେଳେ ରେଭେନ୍‌ଶା କଲେଜରେ ପଢୁଥିଲି ସେ ସେତେବେଳେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ଥିଲେ। ମୁଁ ୧୯୬୪ ମସିହା ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଉଥିବା ବେଳେ ସେ ଆମକୁ ବହୁ ଭାବରେ ସହଯୋଗ କରୁଥିଲେ। ଜଣେ ସାଥୀ ଭାବରେ, ଜଣେ ବନ୍ଧୁ ଭାବରେ ସେ ସବୁବେଳେ ମୋ ପାଇଁ ଖୁବ୍‌ ଆପଣାର ମଣିଷ ଥିଲେ। ରାଜନୈତିକ କାର୍ଯ୍ୟ ହେଉ କିମ୍ବା ସାମାଜିକ ସବୁବେଳେ ସେ ମୋ ସହିତ ସୁସମ୍ପର୍କ ରଖୁଥିଲେ ଏବଂ ପରାମର୍ଶ ଲୋଡୁଥିଲେ। ତାଙ୍କ ଧର୍ମପତ୍ନୀ ଏବଂ ପିଲାମାନଙ୍କର ମଧ୍ୟ ଆମ ପରିବାର ସହିତ ସୁସମ୍ପର୍କ ଆଜି ପର୍ଯ୍ୟନ୍ତ ଉଜ୍ଜୀବିତ ରହିଛି।
ବିଧିର ବିଧାନ ବଡ଼ ବିଚିତ୍ର। କେତେବେଳେ କାହାକୁ କେଉଁଠି ନେଇ ଛିଡ଼ା କରିବ ତାହା ସେଇ ବିଧାତା ହିଁ ଜାଣେ। ଆଜି ସେଇ ବିଶ୍ୱନିୟନ୍ତାଙ୍କ ଡାକରାରେ ବନ୍ଧୁ ଡା. ଜଗନ୍ନାଥ ମହାପାତ୍ର ଆମମାନଙ୍କୁ ଛାଡ଼ି ପରପାରିକୁ ଗମନ କରିଛନ୍ତି, ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଚିର ସତ୍ୟ। ତାଙ୍କ ବିୟୋଗ ଫଳରେ ମୁଁ ମୋର ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇଲି। ଏହା ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ସମାଜ ପାଇଁ ସେ ଥିଲେ ଜଣେ ମଣି ସଦୃଶ, ତେଣୁ ସମାଜର ବହୁତ କ୍ଷତି ହେଲା। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରକୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଆଗାମୀ ପିଢ଼ି ତାଙ୍କ କର୍ତ୍ତବ୍ୟ ପଥକୁ ଅନୁସରଣ କରି ଏକ ଆଦର୍ଶ ସମାଜ ଗଠନ ଦିଗରେ ଆଗେଇ ଆସନ୍ତୁ ଏହା ହିଁ କାମନା କରୁଛି।
– ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପୂର୍ବତନ ମନ୍ତ୍ରୀ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri