ହିରିମୂଳ ବିଚ୍ଛିନ୍ନ, ୪ ଗଁା ଜଳବନ୍ଦୀ

ଖୋର୍ଦ୍ଧା (ପ୍ରଭାତ ପାଣିଗ୍ରାହୀ)/ିରାକରପୁର, ୬ା୮(ମାନସ ଚନ୍ଦ୍ର ପଟ୍ଟନାୟକ)ରାଜ୍ୟରେ ଲଗାଣ ବର୍ଷା ଓ ହୀରାକୁଦର ଗେଟ୍‌ ଖୋଲାଯିବା ପରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏହାର ଶାଖା ନଦୀ ରାଜୁଆ, ମଲାଗୁଣୀ ଓ ଦୟାରେ ଜଳସ୍ତର ମଧ୍ୟ ବଢୁଛି। ଫଳରେ ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତର ୫ଟି ଗ୍ରାମ ଜଳମଗ୍ନ ହୋଇଛି। ହିରିମୂଳ ଗଁା ବାହ୍ୟଜଗତରୁ ବଚ୍ଛିନ୍ନ ହୋଇଥିବା ବେଳେ ଶୁକ୍ରବାର ରାତିରେ ଡିହଖଳା, ଦୁର୍ଗାପୁର, ମାନପୁର ଓ ଧବଳପୁର ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି। ଡିହଖଳାରେ ୫ଫୁଟ ଉଚ୍ଚରେ ପାଣି ଚାଲିଛି। ଏକର ଏକର ଚାଷଜମି ବୁଡ଼ି ରହିଛି। ଆଗକୁ ଜଳସ୍ତର ବଢ଼ିବା ସମ୍ଭବନା ରହିଛି। ରାତି ହେଲେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢୁଛି। ଅନ୍ୟପଟେ ସରୀସୃପ ଭୟ ଘାରିଛି। ଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ଯୋଗାଇଦିଆଯାଇଥିବା ଡଙ୍ଗାରେ ଲୋକେ ଯାତାୟାତ କରୁଛନ୍ତି। ଚୂଲିରେ ପାଣି ପଶିଯିବାରୁ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ରନ୍ଧା ଓ ଶୁଖିଲା ଖାଦ୍ୟ ଖାଇ ଗ୍ରାମବାସୀ ରହିଛନ୍ତି।
ଅରବିନ୍ଦ ମଙ୍ଗରାଜ କୁହନ୍ତି, ରାଜୁଆରେ ଘେରିବନ୍ଧ ନିର୍ମାଣ କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ଏଥିପ୍ରତି କୌଣସି ଗୁରୁତ୍ୱ ଦିଆଯାଉନାହିିଁ। ପ୍ରତିବର୍ଷ ଏଭଳି ସମସ୍ୟା ରହୁଛି। ଚାଷକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବନ୍ୟାଜଳ ସବୁ ଉଜାଡି ଦେଲା। ଫଳରେ ପ୍ରତିବର୍ଷ ଚାଷୀ ଏଭଳି ସମସ୍ୟା ଭୋଗୁଛି। ଡିହଖଳାର ପ୍ରହଲାଦ ହରିଚନ୍ଦନ କୁହନ୍ତି, ରାତିରେ ଘରେ ଶୋଇଛୁ, ସକାଳୁ ଉଠିବା ବେଳେ ଘରେ ଭିତରେ ପାଣି ପସିଗଲାଣି। ରାଜୁଆ ନଦୀ ଆମ ପାଇଁ ଦୁଃଖ ପାଲଟିଛି। ଏଠାରେ ଘେରିବନ୍ଧ ନିର୍ମାଣ କରାଗଲେ, ସମସ୍ୟାର ସମାଧାନ ହୋଇପାରିବ। ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ଜିଲା ପ୍ରଶାସନର ଅବହେଳାରୁ ହିରିମୂଳ, ଡିହଖଳା ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଡିହଖଳାର ଲଲିତ ବେହେରା କହିଛନ୍ତି, ଜଳସେଚନର କୌଣସି ସୁବିଧା ନାହିଁ। ଚୁଡା, ଚିନି, ଗୁଡ ରିଲିଫ ଦରକାର ନାହିଁ, ସ୍ଥାୟୀ ପ୍ରତିକାର ଦରକାର। ପ୍ରତିବର୍ଷ ଧାନ ଚାଷ କରୁଛି, ଠିକ୍‌ ସମୟରେ ରାଜୁଆ ନଦୀର ପାଣି ସବୁ ନଷ୍ଟ କରିଦେଉଛି। ପ୍ରତିବର୍ଷ କ୍ଷତି ସହିବାକୁ ପଡୁଛି। ଡିହଖଳାର ସର୍ବେଶ୍ୱର ମାର୍ଥା କହିଛନ୍ତି, ବନ୍ୟାଜଳ ମାଡି ହଜାର ହଜାର ଚାଷଜମି ଏବେ ଜଳମଗ୍ନ ହୋଇଛି। ଲକ୍ଷାଧିକ ଟଙ୍କା ଧାରକରଜ କରି ଧାନ ବୁଣିଥିଲୁ। ଚାଷଜମି ସବୁ ଉଜିଡିଗଲା। ସବୁ ବେଳେ ଏହି ସମସ୍ୟା ଲାଗି ରହୁଛି। ଏହାର ସ୍ଥାୟୀ ପ୍ରତିକାର ଜରୁରୀ। କୃଷକନେତା ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି, ଗତବର୍ଷ ନିଅଣ୍ଟିଆ ବୃଷ୍ଟି, ଅନୁକୂଳ ପରିସ୍ଥିତି ସତ୍ତ୍ୱେ ଚାଷୀ ଧାରକରଜ କରି ଚାଷ କାର୍ଯ୍ୟ କରିଥିଲେ। ଶେଷ ପର୍ଯ୍ୟାୟରେ ବନ୍ୟାଜଳ ମାଡି ଏକର ଏକର ଚାଷ ଜମି ଜଳମଗ୍ନ ହୋଇଥିଲା। ଚାଷୀ ଲକ୍ଷାଧିକ ଟଙ୍କା କ୍ଷତି ସହିଥିଲେ। ଚଳିତ ବର୍ଷ ମଧ୍ୟ ସେହି ସମସ୍ୟା। ଏହାର ପ୍ରତିକାର ପାଇଁ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ସତ୍ତ୍ୱେ କୌଣସି ଗୁରୁତ୍ୱ ଦିଆଯାଉନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଚାଷୀମାନେ ପ୍ରତିବର୍ଷ କ୍ଷତି ସହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?