ହିରିମୂଳ ବିଚ୍ଛିନ୍ନ, ୪ ଗଁା ଜଳବନ୍ଦୀ

ଖୋର୍ଦ୍ଧା (ପ୍ରଭାତ ପାଣିଗ୍ରାହୀ)/ିରାକରପୁର, ୬ା୮(ମାନସ ଚନ୍ଦ୍ର ପଟ୍ଟନାୟକ)ରାଜ୍ୟରେ ଲଗାଣ ବର୍ଷା ଓ ହୀରାକୁଦର ଗେଟ୍‌ ଖୋଲାଯିବା ପରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏହାର ଶାଖା ନଦୀ ରାଜୁଆ, ମଲାଗୁଣୀ ଓ ଦୟାରେ ଜଳସ୍ତର ମଧ୍ୟ ବଢୁଛି। ଫଳରେ ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତର ୫ଟି ଗ୍ରାମ ଜଳମଗ୍ନ ହୋଇଛି। ହିରିମୂଳ ଗଁା ବାହ୍ୟଜଗତରୁ ବଚ୍ଛିନ୍ନ ହୋଇଥିବା ବେଳେ ଶୁକ୍ରବାର ରାତିରେ ଡିହଖଳା, ଦୁର୍ଗାପୁର, ମାନପୁର ଓ ଧବଳପୁର ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି। ଡିହଖଳାରେ ୫ଫୁଟ ଉଚ୍ଚରେ ପାଣି ଚାଲିଛି। ଏକର ଏକର ଚାଷଜମି ବୁଡ଼ି ରହିଛି। ଆଗକୁ ଜଳସ୍ତର ବଢ଼ିବା ସମ୍ଭବନା ରହିଛି। ରାତି ହେଲେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢୁଛି। ଅନ୍ୟପଟେ ସରୀସୃପ ଭୟ ଘାରିଛି। ଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ଯୋଗାଇଦିଆଯାଇଥିବା ଡଙ୍ଗାରେ ଲୋକେ ଯାତାୟାତ କରୁଛନ୍ତି। ଚୂଲିରେ ପାଣି ପଶିଯିବାରୁ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ରନ୍ଧା ଓ ଶୁଖିଲା ଖାଦ୍ୟ ଖାଇ ଗ୍ରାମବାସୀ ରହିଛନ୍ତି।
ଅରବିନ୍ଦ ମଙ୍ଗରାଜ କୁହନ୍ତି, ରାଜୁଆରେ ଘେରିବନ୍ଧ ନିର୍ମାଣ କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ଏଥିପ୍ରତି କୌଣସି ଗୁରୁତ୍ୱ ଦିଆଯାଉନାହିିଁ। ପ୍ରତିବର୍ଷ ଏଭଳି ସମସ୍ୟା ରହୁଛି। ଚାଷକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବନ୍ୟାଜଳ ସବୁ ଉଜାଡି ଦେଲା। ଫଳରେ ପ୍ରତିବର୍ଷ ଚାଷୀ ଏଭଳି ସମସ୍ୟା ଭୋଗୁଛି। ଡିହଖଳାର ପ୍ରହଲାଦ ହରିଚନ୍ଦନ କୁହନ୍ତି, ରାତିରେ ଘରେ ଶୋଇଛୁ, ସକାଳୁ ଉଠିବା ବେଳେ ଘରେ ଭିତରେ ପାଣି ପସିଗଲାଣି। ରାଜୁଆ ନଦୀ ଆମ ପାଇଁ ଦୁଃଖ ପାଲଟିଛି। ଏଠାରେ ଘେରିବନ୍ଧ ନିର୍ମାଣ କରାଗଲେ, ସମସ୍ୟାର ସମାଧାନ ହୋଇପାରିବ। ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ଜିଲା ପ୍ରଶାସନର ଅବହେଳାରୁ ହିରିମୂଳ, ଡିହଖଳା ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଡିହଖଳାର ଲଲିତ ବେହେରା କହିଛନ୍ତି, ଜଳସେଚନର କୌଣସି ସୁବିଧା ନାହିଁ। ଚୁଡା, ଚିନି, ଗୁଡ ରିଲିଫ ଦରକାର ନାହିଁ, ସ୍ଥାୟୀ ପ୍ରତିକାର ଦରକାର। ପ୍ରତିବର୍ଷ ଧାନ ଚାଷ କରୁଛି, ଠିକ୍‌ ସମୟରେ ରାଜୁଆ ନଦୀର ପାଣି ସବୁ ନଷ୍ଟ କରିଦେଉଛି। ପ୍ରତିବର୍ଷ କ୍ଷତି ସହିବାକୁ ପଡୁଛି। ଡିହଖଳାର ସର୍ବେଶ୍ୱର ମାର୍ଥା କହିଛନ୍ତି, ବନ୍ୟାଜଳ ମାଡି ହଜାର ହଜାର ଚାଷଜମି ଏବେ ଜଳମଗ୍ନ ହୋଇଛି। ଲକ୍ଷାଧିକ ଟଙ୍କା ଧାରକରଜ କରି ଧାନ ବୁଣିଥିଲୁ। ଚାଷଜମି ସବୁ ଉଜିଡିଗଲା। ସବୁ ବେଳେ ଏହି ସମସ୍ୟା ଲାଗି ରହୁଛି। ଏହାର ସ୍ଥାୟୀ ପ୍ରତିକାର ଜରୁରୀ। କୃଷକନେତା ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି, ଗତବର୍ଷ ନିଅଣ୍ଟିଆ ବୃଷ୍ଟି, ଅନୁକୂଳ ପରିସ୍ଥିତି ସତ୍ତ୍ୱେ ଚାଷୀ ଧାରକରଜ କରି ଚାଷ କାର୍ଯ୍ୟ କରିଥିଲେ। ଶେଷ ପର୍ଯ୍ୟାୟରେ ବନ୍ୟାଜଳ ମାଡି ଏକର ଏକର ଚାଷ ଜମି ଜଳମଗ୍ନ ହୋଇଥିଲା। ଚାଷୀ ଲକ୍ଷାଧିକ ଟଙ୍କା କ୍ଷତି ସହିଥିଲେ। ଚଳିତ ବର୍ଷ ମଧ୍ୟ ସେହି ସମସ୍ୟା। ଏହାର ପ୍ରତିକାର ପାଇଁ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ସତ୍ତ୍ୱେ କୌଣସି ଗୁରୁତ୍ୱ ଦିଆଯାଉନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଚାଷୀମାନେ ପ୍ରତିବର୍ଷ କ୍ଷତି ସହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri