ରାମ ମନ୍ଦିର ପାଇଁ ୨୧୦୦ କିଲୋଗ୍ରାମ ଓଜନର ଘଣ୍ଟି ତିଆରି କରୁଛନ୍ତି ହିନ୍ଦୁ-ମୁସଲମାନ କାରିଗର

ଲକ୍ଷ୍ନୌ, ୯।୮: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ଭୂମି ପୂଜନ କରିସାରିଛନ୍ତି। ଏବେ ମନ୍ଦିର ନିର୍ମାଣ କାମ ଆଗେଇ ଚାଲିବ। ଏହି ଅବସରରେ ଉତ୍ତର ପ୍ରଦେଶର ଜଣେ ଘଣ୍ଟି କାରିଗର ରାମ ମନ୍ଦିର ଲାଗି ଏକ ବିରାଟକାୟ ଘଣ୍ଟି ତିଆରି କରୁଛନ୍ତି। ଯାହାର ଓଜନ ୨୧୦୦ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ଏହି ଘଣ୍ଟିଂ କାରିଗରଙ୍କ ନାମ ଦାଓ ଦୟାଲ। ଏତେ ବଡ଼ ବିରାଟକାୟ ଘଣ୍ଟି ତିଆରି କରି ସେ ଏବେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜଣେ ମୁସଲିମ୍‌ ବ୍ୟକ୍ତି ଏହି ଘଣ୍ଟିର ଡିଜାଇନ କରିଛନ୍ତି। ତାଙ୍କ ନାମ ଇକ୍‌ବାଲ ମିସ୍ତ୍ରୀ। ଏକ ସାକ୍ଷାତ୍‌କାର ଅବସରରେ ଘଣ୍ଟି କାରିଗର ଦୟାଲ କହିଛନ୍ତି, ‘ମୁସଲମାନ ଭାଇମାନଙ୍କ ଡିଜାଇନ, ପଲିସିଂ କରିବାରେ ବେଶ୍‌ ପାରଙ୍ଗମତା ରହିଛି। ପ୍ରଥମ ଥର ଲାଗି ସେ ଏହିଭଳି ବିରାଟକାୟ ଘଣ୍ଟି ନିର୍ମାଣ କରୁଛନ୍ତି। ଯେତେବେଳେ ଏହିଭଳି ଆକାରର ଘଣ୍ଟି ତିଆରି କରାଯାଏ ସେତେବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ମାସାଧିକ ସମୟ ଧରି ଚାଲିବାକୁ ଥିବା ଏହି ଘଣ୍ଟି ତିଆରି କାମରେ ଭୁଲ ହେବ ନାହିଁ ବୋଲି କୌଣସି ଗ୍ୟାରଣ୍ଟି ଦେଇହେବ ନାହିଁ।’ ଆମ ପାଇଁ ଏହା ଉତ୍ସାହଜନକ ବିଷୟ ଯେ, ଆମେ ରାମ ମନ୍ଦିର ପାଇଁ ଏହାକୁ ନିର୍ମାଣ କରୁଛୁ। ତେଣୁ ବିଫଳତାର ଭୟ ଆମ ମନରେ ନାହିଁ ବୋଲି ୫୦ ବର୍ଷୀୟ ଦୟାଲ କହିଛନ୍ତି। ସେହିଭଳି ୫୬ ବର୍ଷୀୟ ଇକ୍‌ବାଲ କହିଛନ୍ତି, ସବୁଠାରୁ ନିଆରା କଥା ହେଉଛି, ଉପରୁ ତଳ ପର୍ଯ୍ୟନ୍ତ ଏହା ଏକ ଅଟେ। ଅନେକ ଟୁକୁଡ଼ା ଖଣ୍ଡ ଏଥିରେ ଯୋଡ଼ାଯାଇ ନାହିଁ। କେବଳ ପିତ୍ତଳ ନୁହେଁ ଏହି ଘଣ୍ଟି ଅଷ୍ଟଧାତୁରେ ନିର୍ମିତ ହେଉଛି। ପିତ୍ତଳ ବ୍ୟତୀତ, ସୁନା, ରୂପା, ତମ୍ବା, ଜିଙ୍କ, ସୀସା, ଟିଣ, ଲୁହା ଧାତୁ ଏଥିରେ ମିଶିଛି। ହିନ୍ଦୁ ଓ ମୁସଲାମାନଙ୍କୁ ମିଶାଇ ୨୫ ଜଣ କାରିଗର ଦିନକୁ ୮ ଘଣ୍ଟା ପରିଶ୍ରମ କରି ଏହି ଘଣ୍ଟି ତିଆରି କରୁଛନ୍ତି। ପୂର୍ବରୁ ଦୟାଲ ୧୦୧ କେଜିର ଏକ ଘଣ୍ଟି ତିଆରି କରିଥିଲେ। ଯାହା ଏବେ ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରରେ ବ୍ୟବହୃତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଜିଲା ଭାରତ! ହର୍ମୁଜରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ଆମେରିକାକୁ ଏମିତି କହିଲା…

ନୂଆଦିଲ୍ଲୀ,୧୧।୬: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ଗତ କିଛି ଦିନ ଧରି ଓମାନ ଉପକୂଳରେ ଭାରତୀୟ ନାବିକମାନଙ୍କୁ ନେଇଯାଉଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA)…

ଦଳୀୟ କନ୍ଦଳ ମଝିରେ ମମତାଙ୍କୁ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନ! ବଡ଼ ପ୍ରତିଜ୍ଞା କରି କହିଲେ…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ଶତ୍ରୁଘ୍ନ ସିହ୍ନା ଦଳଠୁ ଅଲଗା ହେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଗୁରୁବାର ସେ କହିଛନ୍ତି ଯେ ମମତା…

ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ

ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

କଂଗ୍ରେସରେ ବିଲୟ ହେବାକୁ ଯାଉଛି କି ଟିଏମସି? ଘଣ୍ଟା ଘଣ୍ଟା ବୈଠକ ପରେ କ’ଣ ନିଆଗଲା ନିଷ୍ପତ୍ତି ଜାଣନ୍ତୁ

କୋଲକାତା,୧୧।୬: ଦିଲ୍ଲୀରେ କଂଗ୍ରେସ ଦଳର ଏକ ପ୍ରମୁଖ ବୈଠକ ଶେଷ ହୋଇଛି; ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ଏଥିରେ ଉପସ୍ଥିତ ଥିଲେ। ବୈଠକ ସମୟରେ…

କୁଆଡେ ଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ରହସ୍ୟମୟ ରିପୋର୍ଟ? ବଡ଼ ବୟାନ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ

କଟକ,୧୧।୬(ପ୍ରଭୁକଲ୍ୟାଣ ପାଲ): ବହୁ ଚର୍ଚ୍ଚିତ କନ୍ଧମାଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କମିଶନ ରିପୋର୍ଟ ଗାଏବ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତଦନ୍ତ…

ବଙ୍ଗ ରାଜନୀତିରେ ହଇଚଇ! ମମତାଙ୍କୁ ବଡ଼ ଝଟ୍‌କା, ପୁତୁରା ଅଭିଷେକଙ୍କ ପାଇଁ ଦଳ ଛାଡ଼ିବେ କି କଲ୍ୟାଣ?

କୋଲକାତା,୧୧।୬: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି)କୁ ଝଟକା ପରେ ଝଟକା ଲାଗୁଛି । ମମତାଙ୍କ ନିକଟତମ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ କୁହାଯାଉଥିବା କଲ୍ୟାଣ ବାନାର୍ଜୀ ଏବେ…

ପୋଲିସ ଅଧିକାରୀ ହେବେ ସାଇ ପଲ୍ଲବୀ: ବଢୁଛି କ୍ରେଜ୍‌

ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଫିଲ୍ମ ‘ରାମାୟଣ’ ପାଇଁ ବେଶ୍‌ ପରିଶ୍ରମ କରୁଛନ୍ତି। ନିଜର ସର୍ବାଧିକ ସମୟ ଏହି ଫିଲ୍ମ ପାଇଁ ଉତ୍ସର୍ଗ କରିଛନ୍ତି। ଫିଲ୍ମର ପ୍ରଥମ…

ଡ୍ରାଇଭରମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କୁ ୯୦ ଦିନର ସମୟ

ବଲାଙ୍ଗୀର,୧୧ା୬(ସୁନିଲ କୁମାର ମହାନ୍ତି): ଅଟୋ ଓ ପ୍ରାଇଭେଟ ଗାଡ଼ିର ବୃତ୍ତିଗତ ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡରେ ସାମିଲ କରିବା ଏବଂ ଡ୍ରାଇଭରମାନଙ୍କୁ ନିର୍ବାଚନରେ ତାଙ୍କର ମତଦାନ ଦେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri