ହମାସକୁ ସମର୍ଥନ କରିବା ଉପରେ ଖାଲିସ୍ତାନୀ ପନ୍ନୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ସରକାରଙ୍କୁ ଏହି ଅପିଲ କଲେ ହିନ୍ଦୁ ସମ୍ପ୍ରଦାୟ

ଓଟାଓ୍ବା,୧୩।୧୦: ନିକଟରେ ଖାଲିସ୍ତାନୀ ଆତଙ୍କବାଦୀ ଗୁରପତବନ୍ତ ସିଂ ପନ୍ନୁ ଆତଙ୍କବାଦୀ ସଂଗଠନ ହମାସକୁ ସମର୍ଥନ କରି ଭାରତ ଉପରେ ଆକ୍ରମଣର ଧମକ ଦେଇଥିଲେ। ଏପରିକି ଜି୭ ଦେଶରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିବାକୁ ଧମକ ମଧ୍ୟ ଦେଇଥିଲେ। ବର୍ତ୍ତମାନ କାନାଡାରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟ ଏହା ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ଏବଂ କାନାଡା ସରକାରଙ୍କ ଠାରୁ ପନ୍ନୁଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଖାଲିସ୍ତାନୀ ଆତଙ୍କବାଦୀ ଗୁରପତବନ୍ତ ସିଂ ପନ୍ନୁଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି କାନାଡା ସରକାରଙ୍କ ଜନସ୍ବାସ୍ଥ୍ୟ ସୁରକ୍ଷା ମନ୍ତ୍ରୀ ଡୋମିନିକ ଲିବ୍ଲାନ୍‌ଙ୍କୁ ଏକ ଇମେଲ ପଠାଇଛନ୍ତି। ହିନ୍ଦୁ ଫୋରମ ଲେଖିଛି ଯେ ଏଭଳି ବିବୃତ୍ତିକୁ ବରଦାସ୍ତ କରାଯିବା ଉଚିତ୍‌ ନୁହେଁ। ଏହି ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବାକୁ ଆମେ ସରକାରଙ୍କୁ ନିବେଦନ କରୁଛୁ। ଘୃଣ୍ୟ ବକ୍ତବ୍ୟ ମାଧ୍ୟମରେ ଲୋକଙ୍କୁ କିପରି ଉତ୍ସାହିତ କରାଯାଉଛି, ସେଥିପାଇଁ ଆମେ ଆମ ସମ୍ପ୍ରଦାୟର ସୁରକ୍ଷା ବିଷୟରେ ଚିନ୍ତିତ। ହିନ୍ଦୁ ଫୋରମ ଲେଖିଛି, ପନ୍ନୁ କାନାଡାର ନାଗରିକ ନୁହଁନ୍ତି, ତେଣୁ କାନାଡାରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍‌ ଏବଂ ଯଦି ସେ କାନାଡାର ନାଗରିକ ତେବେ ତାଙ୍କ ବିରୋଧରେ ତଦନ୍ତ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ଦାଦନ ଖଟିବାକୁ ଯାଇ ଗୋଆରେ ଛାତ୍ରଙ୍କ ମୃତ୍ୟୁ, ମର ଶରୀର ଗାଁ ଆଣିବାକୁ ନିବେଦନ କଲେ ଗ୍ରାମବାସୀ

ମୋହନା,୨୭।୭(ମନ୍ମଥ ମିଶ୍ର): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

CJPକୁ କଡ଼ା କଟାକ୍ଷ କଲେ କଙ୍ଗନା, ଏମାନଙ୍କୁ ଜନ୍ମ କିଏ ଦେଇଛି…

ନୂଆଦିଲ୍ଲୀ, ୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ର ପ୍ରତିବାଦ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ସୋମବାର ଲୋକ ସଭାରେ ହଟ୍ଟଗୋଳ କରିଥିଲେ ।…

ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri