Posted inଫୁରସତ

କବରସ୍ଥାନ ପାଇଁ ଜମି ଦେଲେ ହିନ୍ଦୁ ପରିିବାର

ଜିନ୍ଦ୍‌(ହରିୟାଣା): ଜାତି, ଧର୍ମ ଭୁଲି ଭାଇଚାରା ଓ ମାନବିକତାର ପରିଚୟ ଦେଇଛନ୍ତି ଏକ ହିନ୍ଦୁ ପରିବାର। ମୃତ୍ୟୁ ପରେ କବର ଦେବା ପାଇଁ ଜମି ମିଳୁ ନ ଥିବାବେଳେ ଜଣେ ହିନ୍ଦୁ ବ୍ୟକ୍ତି ନିଜ ଜମି ଯୋଗାଇଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ହରିୟାଣାର ଜିନ୍ଦ୍‌ ଜିଲା ଅନ୍ତର୍ଗତ ଗୁଲ୍‌କାନି ଗ୍ରାମରୁ ଆସିଛି ଏପରି ଖବର। ଘଟଣା ହେଲା, ବର୍ଷା ହେଲେ ଗାଁ କବରସ୍ଥାନରେ ପାଣି ଜମି ରହୁଛି; ଯଦ୍ଦ୍ବାରା କାହାର ମୃତ୍ୟୁ ଘଟିଲେ କବର ଦେବାରେ ବହୁ ଅସୁବିଧା ହେଉଛି। ୧୦ ବର୍ଷ ହେଲା ଏପରି ସମସ୍ୟା ଲାଗିରହିଛି। ଏଠାରେ ଅନେକ ମୁସଲମାନ ପରିବାର ରହୁଥିବାବେଳେ ଅସୁବିଧା ବିଷୟରେ ସରପଞ୍ଚ ଏବଂ ଜିଲା ପ୍ରଶାସନକୁ ଅନେକ ଥର ଅବଗତ କରାଯାଇଛି। ହେଲେ ସମାଧାନ ହୋଇପାରୁନି। ନିକଟରେ ଏକ ମୁସଲମାନ ପରିବାରର ୧୩ ବର୍ଷୀୟା ଝିଅଙ୍କ ମୃତ୍ୟୁ ଘଟିଥିଲା। ଏ ସମୟରେ କବରସ୍ଥାନରେ ବର୍ଷାଜଳ ଭର୍ତ୍ତି ଯୋଗୁ ତାଙ୍କୁ କବର ଦେବା ଅସମ୍ଭବ ହୋଇପଡ଼ିଥିଲା। ପରିବାର ଲୋକେ ବହୁ ଚେଷ୍ଟାକରି ଉପାୟ ପାଉ ନ ଥିଲେ। ଏହି ସମୟରେ ଜଣେ ହିନ୍ଦୁ ପଡ଼ୋଶୀ ସହଯୋଗର ହାତ ବଢ଼ାଇଥିଲେ। ଝିଅର ଅନ୍ତିମ କାର୍ଯ୍ୟ ନିମନ୍ତେ କବରସ୍ଥାନ ନିକଟରେ ଥିବା ନିଜର ଜମି ଯୋଗାଇ ଦେଇଥିଲେ। ଏ ନେଇ ମୃତ ଝିଅଙ୍କ ବାପା ଯୋଗିନ୍ଦର କହିଛନ୍ତି, ଦୀର୍ଘ ବର୍ଷ ଧରି ଗାଁରେ ଏହି ସମସ୍ୟା ଲାଗିରହିଛି। ପ୍ରଶାସନ ଏ ଦିଗରେ ବିଫଳ ହୋଇଥିବାବେଳେ ଜଣେ ପଡ଼ୋଶୀଙ୍କ ସାହାଯ୍ୟ ଯୋଗୁ ଝିଅର ଅନ୍ତିମ କାର୍ଯ୍ୟ କରିପାରିଛି। ତେବେ ଆମେ ସ୍ଥାୟୀ ସମାଧାନ ଚାହୁଁ ବୋଲି ଯୋଗିନ୍ଦର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri