Posted inଫୁରସତ

କବରସ୍ଥାନ ପାଇଁ ଜମି ଦେଲେ ହିନ୍ଦୁ ପରିିବାର

ଜିନ୍ଦ୍‌(ହରିୟାଣା): ଜାତି, ଧର୍ମ ଭୁଲି ଭାଇଚାରା ଓ ମାନବିକତାର ପରିଚୟ ଦେଇଛନ୍ତି ଏକ ହିନ୍ଦୁ ପରିବାର। ମୃତ୍ୟୁ ପରେ କବର ଦେବା ପାଇଁ ଜମି ମିଳୁ ନ ଥିବାବେଳେ ଜଣେ ହିନ୍ଦୁ ବ୍ୟକ୍ତି ନିଜ ଜମି ଯୋଗାଇଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ହରିୟାଣାର ଜିନ୍ଦ୍‌ ଜିଲା ଅନ୍ତର୍ଗତ ଗୁଲ୍‌କାନି ଗ୍ରାମରୁ ଆସିଛି ଏପରି ଖବର। ଘଟଣା ହେଲା, ବର୍ଷା ହେଲେ ଗାଁ କବରସ୍ଥାନରେ ପାଣି ଜମି ରହୁଛି; ଯଦ୍ଦ୍ବାରା କାହାର ମୃତ୍ୟୁ ଘଟିଲେ କବର ଦେବାରେ ବହୁ ଅସୁବିଧା ହେଉଛି। ୧୦ ବର୍ଷ ହେଲା ଏପରି ସମସ୍ୟା ଲାଗିରହିଛି। ଏଠାରେ ଅନେକ ମୁସଲମାନ ପରିବାର ରହୁଥିବାବେଳେ ଅସୁବିଧା ବିଷୟରେ ସରପଞ୍ଚ ଏବଂ ଜିଲା ପ୍ରଶାସନକୁ ଅନେକ ଥର ଅବଗତ କରାଯାଇଛି। ହେଲେ ସମାଧାନ ହୋଇପାରୁନି। ନିକଟରେ ଏକ ମୁସଲମାନ ପରିବାରର ୧୩ ବର୍ଷୀୟା ଝିଅଙ୍କ ମୃତ୍ୟୁ ଘଟିଥିଲା। ଏ ସମୟରେ କବରସ୍ଥାନରେ ବର୍ଷାଜଳ ଭର୍ତ୍ତି ଯୋଗୁ ତାଙ୍କୁ କବର ଦେବା ଅସମ୍ଭବ ହୋଇପଡ଼ିଥିଲା। ପରିବାର ଲୋକେ ବହୁ ଚେଷ୍ଟାକରି ଉପାୟ ପାଉ ନ ଥିଲେ। ଏହି ସମୟରେ ଜଣେ ହିନ୍ଦୁ ପଡ଼ୋଶୀ ସହଯୋଗର ହାତ ବଢ଼ାଇଥିଲେ। ଝିଅର ଅନ୍ତିମ କାର୍ଯ୍ୟ ନିମନ୍ତେ କବରସ୍ଥାନ ନିକଟରେ ଥିବା ନିଜର ଜମି ଯୋଗାଇ ଦେଇଥିଲେ। ଏ ନେଇ ମୃତ ଝିଅଙ୍କ ବାପା ଯୋଗିନ୍ଦର କହିଛନ୍ତି, ଦୀର୍ଘ ବର୍ଷ ଧରି ଗାଁରେ ଏହି ସମସ୍ୟା ଲାଗିରହିଛି। ପ୍ରଶାସନ ଏ ଦିଗରେ ବିଫଳ ହୋଇଥିବାବେଳେ ଜଣେ ପଡ଼ୋଶୀଙ୍କ ସାହାଯ୍ୟ ଯୋଗୁ ଝିଅର ଅନ୍ତିମ କାର୍ଯ୍ୟ କରିପାରିଛି। ତେବେ ଆମେ ସ୍ଥାୟୀ ସମାଧାନ ଚାହୁଁ ବୋଲି ଯୋଗିନ୍ଦର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri