Posted inଜାତୀୟ

ହିନ୍ଦୀ: ରାଷ୍ଟ୍ରଭାଷା ନୁହେଁ, ବୋଝ

ନୂଆଦିଲ୍ଲୀ/ବେଙ୍ଗାଲୁରୁ/ ମୁମ୍ବାଇ,୨୯ା୪:ଦେଶର ଅଣହିନ୍ଦୀ ଭାଷୀ ରାଜ୍ୟଗୁଡ଼ିକ ଉପରେ ହିନ୍ଦୀକୁ ଲଦି ଦିଆଯାଉଥିବା ନେଇ ବିବାଦ ସୃଷ୍ଟି ହୋଇଛି। ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଓ କନ୍ନଡ଼ ଷ୍ଟାର କିଚ୍ଚା ସୁଦୀପଙ୍କ ମଧ୍ୟରେ ଏନେଇ ଟୁଇଟରରେ ବାକ୍‌ଯୁଦ୍ଧ ଚାଲିଥିବାବେଳେ ରାଜନେତାମାନେ ନିଅଁାରେ ଘିଅ ଢାଳିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ଏଚ୍‌.ଡି. କୁମାରସ୍ବାମୀ ଏହି ବିତର୍କକୁ ଲମ୍ଫ ଦେବା ପରେ ହିନ୍ଦୀ ଭାଷା ପ୍ରସଙ୍ଗ ଏବେ ରାଜନୈତିକ ରୂପ ନେଇଛି। କର୍ନାଟକ ନେତାମାନଙ୍କ ମତରେ ହିନ୍ଦୀ ରାଷ୍ଟ୍ରୀୟ ଭାଷା ନୁହେଁ, ବରଂ ଭାରତର ଅନ୍ୟ ଭାଷାଗୁଡ଼ିକ ମଧ୍ୟରୁ ଅନ୍ୟତମ। ଭାରତର କୌଣସି ରାଷ୍ଟ୍ରୀୟ ଭାଷା ନାହିଁ। ହିନ୍ଦୀ ଓ କନ୍ନଡ଼ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ ୨୨ ଭାଷା ମଧ୍ୟରେ ରହିଛି। ଟୁଇଟରରେ ଏବେ ‘ହ୍ୟାଶ୍‌ଟ୍ୟାଗ୍‌ ଷ୍ଟପ୍‌ ହିନ୍ଦୀ ଇମ୍ପୋଜିଶନ’ ଏବଂ ‘ହ୍ୟାଶ୍‌ଟ୍ୟାଗ୍‌ ହିନ୍ଦୀ ନଟ୍‌ ନ୍ୟାଶନାଲ ଲାଙ୍ଗୁଏଜ୍‌’ ଟ୍ରେଣ୍ଡ କରୁଛି। ଅନ୍ୟ ଭାଷାର ଫିଲ୍ମଗୁଡ଼ିକୁ ହିନ୍ଦୀରେ ଡବିଂ ବା ରିମେକ୍‌ କରାଯିବା ପରେ ସେଗୁଡ଼ିକ କିପରି ବ୍ୟବସାୟିକ ସଫଳତା ହାସଲ କରିଥାଏ ସେନେଇ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ନିଜ ମତ ବ୍ୟକ୍ତ କରିଛନ୍ତି।
ଭାଷାକୁ ନେଇ ବିବାଦର ସୂତ୍ରପାତ କରିଥିଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା। ଭାଜପା ନେତା ଶାହା ଏପ୍ରିଲ ୮ରେ କହିଥିଲେ, ହିନ୍ଦୀକୁ ଇଂଲିଶ୍‌ର ଏକ ବିକଳ୍ପ ଭାବେ ଗ୍ରହଣ କରାଯିବା ଉଚିତ। ତେବେ ହିନ୍ଦୀ ସ୍ଥାନୀୟ ଭାଷାଗୁଡ଼ିକର ସ୍ଥାନ ନେବା କଥା ନୁହେଁ। ହିନ୍ଦୀ ବ୍ୟବହାର କରୁଥିବା ରାଜ୍ୟଗୁଡ଼ିକ ସେତୁ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରୀ କାର୍ଯ୍ୟ ପାଇଁ ଏହାକୁ ଅଫିସିଆଲ ଲାଙ୍ଗୁଏଜ୍‌ର ମାଧ୍ୟମ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଯୋଗୁ ହିନ୍ଦୀର ଗୁରୁତ୍ୱ ଆହୁରି ବଢ଼ିବ। ବର୍ତ୍ତମାନ କ୍ୟାବିନେଟ କାର୍ଯ୍ୟସୂଚୀର ୭୦% ହିନ୍ଦୀରେ ପ୍ରସ୍ତୁତ କରାଯାଉଛି ବୋଲି ଶାହା କହିଥିଲେ। ଶାହାଙ୍କ ଏହି ମନ୍ତବ୍ୟକୁ ନେଇ ହିନ୍ଦୀକୁ ମାତୃଭାଷା ଭାବେ ବ୍ୟବହାର କରୁ ନ ଥିବା ଦକ୍ଷିଣ ଓ ପୂର୍ବ ଭାରତରୁ ଅନେକ ପ୍ରତିକ୍ରିୟା ଆସିଥିଲା। ଏହି ବିଷୟରେ ମୁହଁ ଖୋଲିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଦକ୍ଷିଣ ଭାରତୀୟ ଅଭିନେତା କିଚ୍ଚା ସୁଦୀପ ଅନ୍ୟତମ। ୨୦୧୨ରେ ‘ମକ୍‌ଖି’ ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଥିବା ଏହି ଅଭିନେତା ଏପ୍ରିଲ ୨୩ରେ ନିଜ ନୂଆ ସିନେମା ‘ରନ୍‌ଓ୍ବେ ୩୪’ ର ମୁକ୍ତିଲାଭ ଅବସରରେ ଗଣମାଧ୍ୟମକୁ କହିଥିଲେ, ହିନ୍ଦୀ ଆଉ ରାଷ୍ଟ୍ରଭାଷା ହୋଇ ରହିନାହିଁ। ବଲିଉଡ୍‌ ଫିଲ୍ମଗୁଡ଼ିକୁ ତାମିଲ ଓ ତେଲୁଗୁରେ ଡବିଂ କରିବା ସମୟରେ ଅନେକ ଅସୁବିଧା ହେଉଛି। କିନ୍ତୁ ସାଉଥ୍‌ ଇଣ୍ଡଷ୍ଟ୍ରିରେ ପ୍ରଯୋଜନା କରାଯାଉଥିବା ସିନେମାଗୁଡ଼ିକୁ ସବୁଠି ଦେଖାଯାଉଛି। ସର୍ବଭାରତୀୟ ସ୍ତରରେ କନ୍ନଡ ଫିଲ୍ମ ‘କେଜିଏଫ୍‌: ଚାପ୍ଟର ୨’ର ସଫଳତାକୁ କିପରି ଦେଖନ୍ତି ବୋଲି ସୁଦୀପଙ୍କୁ ପ୍ରଶ୍ନ କରାଯିବାରୁ ସେ ଏହି ମନ୍ତବ୍ୟ ଦେଇଥିଲେ। ଏପ୍ରିଲ ୧୪ରେ ମୁକ୍ତିଲାଭ କରିବା ପରଠାରୁ ୟଶଙ୍କ ଅଭିନୀତ କେଜିଏଫ୍‌-୨ ବିଶ୍ୱବ୍ୟାପୀ ୮୫୦ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ ଏହାର ହିନ୍ଦୀ ସଂସ୍କରଣ ୩୩୬ କୋଟି ଆୟ କରିଛି। ସୁଦୀପଙ୍କ ଏହି ମନ୍ତବ୍ୟ ଉପରେ ଗତ ୨୭ରେ ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ଟୁଇଟ୍‌ କରି ତାଙ୍କୁ ଟ୍ୟାଗ୍‌ କରିଥିଲେ। ଦେବଗନ୍‌ ଲେଖିଥିଲେ, ହିନ୍ଦୀ ରାଷ୍ଟ୍ରଭାଷା। ଏହା ରାଷ୍ଟ୍ରଭାଷା ଥିଲା ଏବଂ ସବୁଦିନ ରହିବ। ହିନ୍ଦୀକୁ ଆପଣ ଯଦି ଆମ ରାଷ୍ଟ୍ରଭାଷା ବିବେଚନା କରୁନାହାନ୍ତି, ତେବେ ହିନ୍ଦୀରେ ରିଲିଜ ହେଉଥିବା ଫିଲ୍ମଗୁଡ଼ିକୁ କାହିଁକି ନିଜ ମାତୃଭାଷାରେ ଡବିଂ କରୁଛନ୍ତି ବୋଲି ଦେବଗନ୍‌ ପ୍ରଶ୍ନ କରିଥିଲେ। ସେ ଟୁଇଟରରେ ଏହି ପ୍ରଶ୍ନ କରିବାବେଳେ ଦେବନାଗରୀ ଲିପି ବ୍ୟବହାର କରିଥିଲେ। ସୁଦୀପ କହିଥିଲେ, ଆପଣ ହିନ୍ଦୀରେ ଯାହା ଲେଖିଛନ୍ତି ତାକୁ ମୁଁ ବୁଝିପାରୁଛି। କାରଣ ଆମେ ସବୁ ଭାଷାକୁ ସମ୍ମାନ ଦେଉ ଓ ଭଲ ପାଉ। କିନ୍ତୁ ଆପଣ ମୋତେ କନ୍ନଡ଼ ଭାଷାରେ ଉତ୍ତର ଦେଇଥିଲେ ସ୍ଥିତି କ’ଣ ହୋଇଥାଆନ୍ତା। ଆମେ କ’ଣ ଭାରତର ନୋହୁଁ। ଦେବଗନ କହିଲେ, ସୁଦୀପ ଆପଣ ମୋର ବନ୍ଧୁ। ଭୁଲ୍‌ ବୁଝାମଣା ଦୂର କରିଥିବାରୁ ଧନ୍ୟବାଦ। ସବୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମୁଁ ଗୋଟିଏ ବୋଲି ବିବେଚନା କରେ। ଆମେ ସମସ୍ତ ଭାଷାକୁ ସମ୍ମାନ ଦେଉ ଏବଂ ଅନ୍ୟମାନେ ମଧ୍ୟ ଆମ ଭାଷାକୁ ସମ୍ମାନ ଦିଅନ୍ତୁ ବୋଲି ଆଶା କରେ। ବୋଧେ ଅନୁବାଦରେ କିଛି ମିସ୍‌ ହୋଇଯାଇଥିଲା।
ଦୁଇ ଅଭିନେତାଙ୍କ ମଧ୍ୟରେ ଟୁଇଟରରେ ଏଭଳି ଶୀତଳଯୁଦ୍ଧ ଚାଲିଥିବାବେଳେ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ନେତା କୁମାରସ୍ବାମୀ ଲେଖିଛନ୍ତି, ସମ୍ଭବତଃ ଦେବଗନ୍‌ ଭାଜପାକୁ ଖୁସି କରାଇବା ପାଇଁ ଏପରି କହିଛନ୍ତି। ହିନ୍ଦୀ ବିବାଦ ଏକ ଭାଇରାଲ ରୋଗ, ଯାହାକି ଦେଶ ବିଭାଜନ ପାଇଁ ସଂକ୍ରାମକ ହୋଇଯାଇଛି। ଏହା ଭାରତର ଏକତା ପାଇଁ ବିପଦ। ସେହିପରି କଂଗ୍ରେସ ନେତା ସିଦ୍ଦାରାମାୟାଙ୍କ ମତରେ ହିନ୍ଦୀ କେବେହେଲେ ଦେଶର ଜାତୀୟ ଭାଷା ନ ଥିଲା କି କେବେ ହୋଇପାରିବ ନାହିଁ। କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଧ୍ୟ କିଚ୍ଚା ସୁଦୀପଙ୍କୁ ସମର୍ଥନ କରିଛନ୍ତି। ଭାଜପା ନେତା ବୋମାଇ କହିଛନ୍ତି, ହିନ୍ଦୀ ଭାଷାକୁ ନେଇ ସୁଦୀପଙ୍କ ମନ୍ତବ୍ୟ ଯଥାର୍ଥ। ଏକ ଆଞ୍ଚଳିକ ଭାଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ଭାଷା ଆଧାରରେ ରାଜ୍ୟଗୁଡ଼ିକ ଗଠିତ ହୋଇଛି। ଆଞ୍ଚଳିକ ଭାଷାଗୁଡ଼ିକୁ ଗୁରୁତ୍ୱ ଦିଆଯାଇଥାଏ। ସୁଦୀପ ଠିକ୍‌ କଥା କହିଛନ୍ତି। ତାକୁ ସମସ୍ତେ ସମ୍ମାନ ଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri