ଭୁବନେଶ୍ୱର,୧୩।୯: ଦେଶର ପ୍ରମୁଖ ଘରୋଇ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଇଟାଲୀର ମେଟ୍ରା ଏସ୍ପିଏ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଉଭୟ କମ୍ପାନୀ ମଧ୍ୟରେ ଏକ ପ୍ରଯୁକ୍ତିଗତ ସହଭାଗିତା ହୋଇଛି। ଏପରିକି ଭାରତରେ ହାଇସ୍ପିଡ୍ ରେଳ କୋଚ୍ ନିର୍ମାଣ ନିମନ୍ତେ ବୃହତ୍ ଆକାରର ଆଲୁମିନିୟମ ଏକ୍ସଟ୍ରସନ ଏବଂ ଫାବ୍ରିକେଶନ ପ୍ରଯୁକ୍ତି ପ୍ରସ୍ତୁତି ଆଦି ପାଇଁ ଏହି ବୁଝାମଣା ହୋଇଥିବା ଉଭୟ ପକ୍ଷରୁ କୁହାଯାଇଛି। ସେହିଭଳି ଆଲୁମିନିୟମ ନିର୍ମାଣ କ୍ଷେତ୍ରରେ ହିଣ୍ଡାଲ୍କୋର ବିପୁଳ ଅଭିଜ୍ଞତା ଏବଂ ଆଲୁମିନିୟମ ଏକ୍ସଟ୍ରସନ, ମେଶିନିଂ ଏବଂ ୱେଲ୍ଡିଂ କ୍ଷେତ୍ରରେ ମେଟ୍ରାର ସର୍ବାଧୁନିକ ଜ୍ଞାନକୌଶଳକୁ ମିଳିତ ଉପଯୋଗ କରି ଏକ ବିଶ୍ୱଶ୍ରେଣୀୟ ପ୍ରଯୁକ୍ତି ଭାରତକୁ ଆଣିବା ଦିଗରେ ଉଲ୍ଲେଖନୀୟ ପ୍ରୟାସ ହୋଇଛି। ଏହି ବୁଝାମଣା ବିଶ୍ୱର ସର୍ବବୃହତ୍ ରେଳ ନେଟ୍ୱର୍କ ପରିଚାଳନା କରୁଥିବା ଭାରତୀୟ ରେଳବାଇର ଆକାଂକ୍ଷିତ ଉନ୍ନତୀକରଣ କାର୍ଯ୍ୟକ୍ରମକୁ ଆଗେଇନେବା ଦିଗରେ ବେଶ୍ ସହାୟକ ହେବ। ଏ ସମ୍ପର୍କରେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜର ଏମ୍ଡି ସତୀଶ ପାଲ କହିଛନ୍ତି, ଭାରତରେ ଯାତ୍ରୀବାହୀ ଟ୍ରେନ୍ଗୁଡିକ ନିମନ୍ତେ ନୂତନ ଯୁଗର ଆଲୁମିନିୟମ ଏକ୍ସଟ୍ରସନସ ପ୍ରଚଳନ କରିବା ପାଇଁ ଆମେ ମେଟ୍ରା ସହ ହାତ ମିଳାଇ ବେଶ୍ ଉତ୍ସାହିତ ଅଛୁ। ସେହିଭଳି ମେଟ୍ରା ଏସ୍ପିଏର ସିଇଓ ଏନ୍ରିକୋ ଜାମ ପେଡ୍ରି କହିଛନ୍ତି, ହିଣ୍ଡାଲ୍କୋ ସହ ସହଭାଗିତା କରି ଆମେ ଆମର ଆଲୁମିନିୟମ ଏକ୍ସଟ୍ରସନ ପ୍ରଯୁକ୍ତିର ସାମର୍ଥ୍ୟକୁ ବୈଶ୍ୱିକ ମଞ୍ଚରେ ପ୍ରଦର୍ଶନ କରିବାର ସୁଯୋଗ ପାଇଛୁ। ବନ୍ଦେ ଭାରତ ଟ୍ରେନ୍ଗୁଡିକ ପାଇଁ ଯାତ୍ରୀବାହୀ କୋଚ ତିଆରିରେ ସହାୟତା କରିବାକୁ ହିଣ୍ଡାଲ୍କୋ ଏହି ପ୍ରକଳ୍ପ ନିମନ୍ତେ ୨୦୦୦କୋଟି ଟଙ୍କା ନିବେଶ କରିବା ଯୋଜନା ରଖିଛି ଏବଂ ପ୍ରଯୁକ୍ତି ମେଣ୍ଟ ଏହି ପ୍ରୟାସ ସକାଶେ ସର୍ବାଧୁନିକ ସମୟର ପ୍ରଯୁକ୍ତି ଯୋଗାଇଦେବ।
ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ
ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…
ଭାଜପା ନେତାଙ୍କୁ ଆକ୍ରମଣ
ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…
ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ
ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…
ଜଲାପୁଟ ଜଳଭଣ୍ଡାରର ୨ ଗେଟ୍ ଖୋଲିଲା
କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…
ଲଜ୍ରୁ ମିଳିଲା ଦମ୍ପତିଙ୍କ ମୃତଦେହ
କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…
ଶାହି ମସ୍ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ
ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…
ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍ ଘଟିଲା…
ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…
ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା
ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

