Posted inଜାତୀୟ

ଘୁଞ୍ଚୁଛି ହିମାଳୟ ଗ୍ଲେସିୟର

ନୂଆଦିଲ୍ଲୀ, ୨୩ା୧୧: ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ଗ୍ଲେସିୟର ତରଳିବାରେ ଲାଗିଛି। ଏଥିଯୋଗୁ ସମୁଦ୍ରପତ୍ତନ ବୃଦ୍ଧି ଭବିଷ୍ୟତରେ ବଡ଼ ବିପର୍ଯ୍ୟୟର ଆଶଙ୍କା ବଢ଼ାଇଛି। ଏବେ ହିମାଳୟ ଗ୍ଲେସିୟର ଏହାର ମୂଳ ସ୍ଥାନରୁ ଘୁଞ୍ଚିବା ଗବେଷକଙ୍କ ଧ୍ୟାନ କେନ୍ଦ୍ରିଭୂତ କରିଛି। ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ ଏବଂ ଟେକ୍ଟୋନିକ୍‌ ଗତିବିଧିକୁ ବୈଜ୍ଞାନିକମାନେ ଏଥିପାଇଁ ଦାୟୀ କରିଛନ୍ତି। ଓ୍ବାଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହିମାଳୟନ ଜିଓଲୋଜି (ଡବ୍ଲ୍ୟୁଆଇଏଚ୍‌ଜି) ଡେରାଡୁନ୍‌ର ଏକ ବୈଜ୍ଞାନିକ ଟିମ୍‌ ଦ୍ୱାରା ହୋଇଥିବା ଏହି ଅଧ୍ୟୟନ ରିପୋର୍ଟ ଜିଓସାଇନ୍ସ ଜର୍ନାଲରେ ପ୍ରକାଶିତ ହୋଇଛି।

ପିଠୋରାଗଡ ଜିଲା କାଳୀ ଗଙ୍ଗା ଉପତ୍ୟକାରେ ଏକ ହିମବାହ ଉପରେ ଭାରତୀୟ ଗବେଷକ ଅଧ୍ୟୟନ କରିଥିଲେ। ଉକ୍ତ ଗ୍ଲେସିୟର ଅସ୍ବାଭାବିକ ଭାବେ ଏହାର ଗତିବିଧି ବଦଳାଇଥିଲା। ଏହାର କାରଣ ଖୋଜିବାରୁ ଜଳବାୟୁ ପରିବର୍ତ୍ତନ ସମେତ ଟେକ୍ଟୋନିକ ଗତିବିଧି ମଧ୍ୟ ଗ୍ଲେସିୟର ସ୍ଥିତିକୁ ପ୍ରଭାବିତ କରୁଥିବା ସେମାନେ ଜାଣିବାକୁ ପାଇଛନ୍ତି।

ଗ୍ଲେସିୟର ଗତିବିଧି ଗତ ଫେବୃୟାରୀ ୭ରେ ଚାମୋଲିରେ ହିମସ୍ଖଳନ ଓ ଭୂସ୍ଖଳନ ଜନିତ ବିପର୍ଯ୍ୟୟରେ ୨ ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟଣା ପଛର କାରଣକୁ ମଧ୍ୟ ଅଧିକ ସ୍ପଷ୍ଟ କରିଛି। ୬ କିଲୋମିଟର ଉଚ୍ଚ ରୋଣ୍ଟି ଶିଖରରେ ଏକ ବିଶାଳକାୟ ବରଫ ଏବଂ ପଥର ଖଣ୍ଡ ସ୍ଲୋପ୍‌ରୁ ଅଲଗା ହୋଇଯିବା କାରଣରୁ ଖସି ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ବାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?