ସୌନ୍ଦର୍ଯ୍ୟ ହରାଉଛି ହିଲଭିୟୁ ଘାଟି: ବଢୁଛି ପ୍ରଦ୍ୟୁଷଣ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଏବେ କୁଢ଼ କୁଢ଼ ଅଳିଆ ଗଦା ଉପରେ ପର୍ଯ୍ୟଟକଙ୍କୁ ଠିଆ ହୋଇ ହାତ ଧରି ଡାକୁଛି। ଏବେ ପର୍ଯ୍ୟଟକ ଓ ପରିବେଶବିତ୍‌ମାନେ ଏହି କଥା କହିବା ଆରମ୍ଭ କଲେଣି। ଦାରିଙ୍ଗବାଡିରୁ ଦୈନିକ କୁଢ଼ କୁଢ଼ ବାହାରୁଥିବା ପ୍ଲାଷ୍ଟିକ, ପଲିଥିନ, ଅଇଁଠା ଖଲିପତ୍ର କୋଉଠି ପକାଯିବ ତାକୁ ନଷ୍ଟ କରାଯିବ ସେନେଇ ଦେଖାଯାଇଛି ଚିନ୍ତା। ଅନେକ ଏବେ ଯେଉଁଠିକି ପର୍ଯ୍ୟଟକମାନେ ଆସି ଫଟୋ ଉତ୍ତୋଳନ କରି ନିଜ ସ୍ମୃତିକି ସାଉଁଟିବା ପାଇଁ ସ୍ଥାନ ଚୟନ କରନ୍ତି,ସେହି ସ୍ଥାନଗୁଡିକରେ ଏବେ କୁଢ଼ କୁଢ଼ ଅଳିଆ ଗଦାଦେଖି ପର୍ଯ୍ୟଟକ ନାକ ଟେକିବା ଆରମ୍ଭ କଲେଣି। ହିଲଭିୟୁ ଘାଟି ତଥା ଶ୍ରାନିକେତାଠାରୁ ଦାରିଙ୍ଗବାଡି ଯିବା ରାସ୍ତାର ଏହି ୩ କିମି ମଧ୍ୟରେ ରହିଛି ଆମ୍ବ ଖାଲିଆ ଘାଟି ରାସ୍ତା।

ଏହି ଘାଟି ରାସ୍ତାର ଗୋଟିଏ ପଟେ ପାଇନ ଜଙ୍ଗଲ ପାହାଡ଼ ରହିଥିବାବେଳେ ତାର ଅନ୍ୟ ପାର୍ଶ୍ୱରେ ରହିଛି ଇକୋ ରିଟ୍ରିଟ ହେଉଥିବା ସ୍ଥାନ। ପ୍ରତିବର୍ଷ ଶହେ ଦିନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇକୋ ରିଟ୍ରିଟ ଖୋଲାଯାଉଛି। ସୁନ୍ଦର ପାହାଡ଼ ପର୍ବତ ଓ ଜଙ୍ଗଲ ତଥା ସଛ ଜଳବାୟୁ ଓ ପରିବେଶକୁ ଉପଭୋଗ କରିବାକୁ ପର୍ଯ୍ୟଟକ ଆସି ଉକ୍ତ ଇକୋ ରିଟ୍ରିଟରେ ରାତ୍ରିଯାପନ କରନ୍ତି। କିନ୍ତୁ ଚଳିତ ବର୍ଷ ଇକୋ ରିଟ୍ରିଟ ଖୋଲିବା ପୂର୍ବରୁ ସେହି ଆଖପାଖରେ ଏବେ ଟ୍ରାକ୍ଟରରେ ବୁହା ହୋଇ ଅଳିଆ ପକାଯାଉଛି। ଏହାକୁ ସାରିଙ୍ଗିଇର୍ପି ଗ୍ରାମବାସୀ ନାପସନ୍ଦ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ କିଛି ବର୍ଷ ପୂର୍ବରୁ ସେହି ଅଞ୍ଚକରେ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ ଖାଇ ସାରିଙ୍ଗିଇର୍ପି ଗ୍ରାମବାସୀଙ୍କ ଗୋରୁ, ବଳଦ, ଛେଳିର ମୃତ୍ୟୁ ଘଟିଥିଲା ଓ ଜନଅସନ୍ତୋଷ ଦେଖାଯାଇଥିଲା। ପୁଣି ଦାରିଙ୍ଗବାଡି ସହରରୁ ନିୟମିତ ଅଳିଆକୁ ଆଣି ସେହି ହିଲଭିୟୁ ଘାଟି ନିକଟରେ ପକାଯାଉଥିବାରୁ ଲୋକ ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି। ସହରଠାରୁ ବହୁତ ଦୂରରେ ଡମ୍ପିୟାର୍ଡ଼ କରି ଅଳିଆ ପକାଯିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri