ହିଲିୟମ୍‌-୩

୧୯ ଡିସେମ୍ବର ୧୯୭୨ରେ ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା)ର ଆପୋଲୋ କାର୍ଯ୍ୟକ୍ରମରେ ଶେଷ ରକେଟ ଚନ୍ଦ୍ରକୁ ଯାଇଥିଲା। ପିଲାଦିନେ ଶୁଣିଥିଲୁ ନିଲ୍‌ ଆର୍ମଷ୍ଟ୍ରଙ୍ଗ, ଏଡ୍‌ଉଇନ ଆଲଡ୍ରିନ ଚନ୍ଦ୍ରରେ ଓହ୍ଲାଇବା ପରେ ମାଇକେଲ କଲିନ୍ସ ଉପର ଯାନରେ ରହି ସେମାନଙ୍କ ସହ ଯୋଗସୂତ୍ର ରକ୍ଷା କରିଥିଲେ। ଆପୋଲୋ ମିଶନର ୫୦ ବର୍ଷ ପରେ ଆମେରିକା ଚନ୍ଦ୍ରକୁ ମଣିଷ ପଠାଇବା ଲାଗି ପୁନର୍ବାର ପ୍ରୟାସ କରୁଛି। ଅଗଷ୍ଟ ୨୯ରେ ନାସା ସବୁଠୁ ଶକ୍ତିଶାଳୀ ରକେଟ ଉତ୍‌କ୍ଷେପଣ ଯୋଜନା କରିଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ତାହା ବାତିଲ କରାଯାଇଛି। ଏହା ନାସାର ‘ଆର୍ଟେମିସ’ ମିଶନର ଅଂଶ। ଏଠାରେ ଆର୍ଟେମିସର କାହାଣୀ ଅବତାରଣା କରାଯାଇପାରେ। ହିନ୍ଦୁ ଧର୍ମରେ ବ୍ରହ୍ମାଙ୍କ ଭଳି ଜିୟୁସ ଥିଲେ ଗ୍ରୀକ୍‌ ପୁରାଣଶାସ୍ତ୍ରର ମୁଖ୍ୟ ଦେବତା। ତାଙ୍କର ଯାଆଁଳା ସନ୍ତାନ ହେଲେ ପୁଅ ଆପୋଲୋ ଏବଂ ଝିଅ ଆର୍ଟେମିସ। ଯେହେତୁ ଆମେରିକାର ପୂର୍ବ କାର୍ଯ୍ୟକ୍ରମର ନାମ ଥିଲା ଆପୋଲୋ, ସେଥିପାଇଁ ନୂତନ ଭାବେ ଆରମ୍ଭ ହୋଇଥିବା ମହାକାଶ କାର୍ଯ୍ୟକ୍ରମର ନାମ ଆର୍ଟେମିସ ଦିଆଯାଇଛି।
ଏହି ରକେଟର ପ୍ରଥମ ମିଶନ ମାନବରହିତ ହେବ। ସଫଳତା ମିଳିଲେ ମହାକାଶଚାରୀମାନେ ସେଥିରେ ଚନ୍ଦ୍ରପୃଷ୍ଠକୁ ଯିବେ। ମହାକାଶ ବିଜ୍ଞାନର ଇତିହାସକୁ ଦେଖିଲେ ୧୯୫୦ରୁ ୧୯୬୦ ଦଶନ୍ଧି ପ୍ରାରମ୍ଭ ଯାଏ ସେଥିରେ ସୋଭିଏଟ୍‌ ସଂଘ ସଫଳତା ପାଇବା ପରେ ଆମେରିକା ଆସିଲା। ୨୦ ଜୁଲାଇ ୧୯୬୯ରେ ଆମେରିକାର ଅପୋଲୋ-୧୧ ମହାକାଶ ଯାନରେ ନିଲ୍‌ ଆର୍ମଷ୍ଟ୍ରଙ୍ଗ ଓ ସାଥୀମାନେ ଚନ୍ଦ୍ରପୃଷ୍ଠରେ ପ୍ରଥମେ ଓହ୍ଲାଇବାରେ ସକ୍ଷମ ହେଲେ। ଏହି ଐତିହାସିକ ଅଭିଯାନ ପରେ ଚନ୍ଦ୍ର ଅଭିଯାନ ଶିଥିଳ ପଡ଼ିଗଲା। ଆମେରିକୀୟମାନଙ୍କ ପାଇଁ ମହାକାଶ ଅଭିଯାନ ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବା ସତ୍ତ୍ୱେ ଯେହେତୁ କୌଣସି ସ୍ପଷ୍ଟ ଲାଭ ମିଳିଲା ନାହିଁ, ସେଥିପାଇଁ ତାହା ମାନ୍ଦା ପଡ଼ିଗଲା। ତେବେ ଦୀର୍ଘ ୫୦ ବର୍ଷ ମଧ୍ୟରେ ଆମେରିକା ହେଉ କି ରୁଷିଆ ଆଉ ଚନ୍ଦ୍ରରେ ମଣିଷ ପହଞ୍ଚାଇବାକୁ ସକ୍ଷମ ହୋଇନାହାନ୍ତି। କିନ୍ତୁ ଏବେ ଆମେରିକା ପୁଣି ତାହା ହାସଲ କରିବାକୁ ଯୋଜନା କରୁଛି ଓ ଚନ୍ଦ୍ରରେ ଏକ ବେସ୍‌ ଚାହୁଁଛି। ରୁଷିଆ ସହ ପ୍ରତିଯୋଗିତା କରିବା ଆମେରିକାର ଯେତିକି ଲକ୍ଷ୍ୟ ନାହିଁ, ଚାଇନାର ମହାକାଶ କାର୍ଯ୍ୟକ୍ରମ ତା’ ନିଦ ହଜାଇ ଦେଇଛି। ବୃହତ୍‌ ଅର୍ଥ ବ୍ୟବସ୍ଥା ସହ ଚାଇନା ମହାକାଶ ଗବେଷଣାରେ ବହୁ ପାଦ ଆଗକୁ ଚାଲିଗଲାଣି। ଦକ୍ଷିଣ ଚାଇନା ସାଗରକୁ ଦାବି କଲା ଭଳି ବେଜିଂ ଚନ୍ଦ୍ରକୁ ଦଖଲ କରିବା ଲକ୍ଷ୍ୟରେ ଥିବା ଭଳି ମନେହେଉଛି। ଏହାକୁ ଲକ୍ଷ୍ୟକରି ଅଷ୍ଟ୍ରେଲିଆର ମହାକାଶ ନୀତି ବିଷାରଦ ମାଲକମ୍‌ ଡେଭିସ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଭାବେ ଦକ୍ଷିଣ ଚାଇନା ସାଗରକୁ ଚାଇନା ଦାବି କରିବା ଭଳି ୨୦୩୦ସୁଦ୍ଧା ଚନ୍ଦ୍ରରେ ଚାଇନାର ଏକ କମ୍ପାନୀ ରହିଥିବ ଓ ସେ ଅଞ୍ଚଳକୁ ତା’ର ବୋଲି ଦାବି କରିବ। ଏବକାର ଅନ୍ତର୍ଜାତୀୟ ଦୃଶ୍ୟପଟକୁ ଦେଖିଲେ ଗୋଟିଏ ତରଫରେ ଚାଇନା ଓ ରୁଷିଆର ଅକୁହା ମେଣ୍ଟ ଏବଂ ଅନ୍ୟପଟେ ଚାଇନାର ମହାକାଶ କାର୍ଯ୍ୟକ୍ରମ ସମ୍ଭବତଃ ଆମେରିକାକୁ ବିବ୍ରତ କରାଇଛି। ପଥିବୀବ୍ୟାପୀ ଶକ୍ତି ସଙ୍କଟ ଯୋଗୁ ସବୁ ବୃହତ୍‌ ଦେଶ ନୂତନ ଉତ୍ସ ଖୋଜିବାରେ ବ୍ୟସ୍ତ। ଚନ୍ଦ୍ରରେ ହିଲିୟମ-୩ ଭଳି ଖଣିଜ ଦ୍ରବ୍ୟ ବହୁଳ ପରିମାଣରେ ଥିବାରୁ ତାହା ଆଣିବା ପାଇଁ ଚାଇନା ଓ ଆମେରିକା ମଧ୍ୟରେ ପ୍ରତିଯୋଗିତା ଚାଲିଛି। ହିଲିୟମ-୩କୁ ଆଣବିକ ଶକ୍ତିର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ। ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ୫,୦୦୦ ଟନ୍‌ କୋଇଲାରୁ ଯେତିକି ଶକ୍ତି ମିଳିବ ପ୍ରାୟ ୩ ଚାମଚ ହିଲିୟମ-୩ ସେତିକି ଦେଇପାରିବ। ଏହା ବ୍ୟତୀତ ମନେହେଉଛି ଯେ, ଗତ ୫୦ ବର୍ଷ ଧରି ଉଭୟ ଆମେରିକାର ଆପୋଲୋ ଓ ସୋଭିଏଟ୍‌ ସଂଘର ସ୍ପୁଟ୍‌ନିକ କାର୍ଯ୍ୟକ୍ରମ ଶୋଇପଡ଼ିଥିବାବେଳେ, ଚାଇନା ନିଶ୍ଚତ ଭାବେ ଲୁକ୍କାୟିତ ମହାକାଶ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଆସିଛି। ତାହାର ପରିଣାମ ଏବେ ଦେଖିବାକୁ ମିଳୁଛି। ପୂର୍ବରୁ ମହାକାଶ ଯାତ୍ରା ମଣିଷ ଜାତି ପାଇଁ ରୋମାଞ୍ଚକର ବିଷୟ ଥିଲା; ଯେଉଁଥିପାଇଁ ହୁଏତ ଉଭୟ ସ୍ଫୁଟ୍‌ନିକ ଓ ଆପୋଲୋ କାର୍ଯ୍ୟକ୍ରମର ଅତ୍ୟଧିକ ଖର୍ଚ୍ଚ ସେଗୁଡ଼ିକୁ ବନ୍ଦ କରାଇ ଦେଇଥିଲା। ଏବେ ପରିସ୍ଥିତି ବଦଳିଛି। ଶକ୍ତି ଆହରଣ ପାଇଁ ବ୍ୟବସାୟିକ ଦିଗ ଏବଂ ସେଥିରୁ ଲାଭକୁ ଦେଖି ପୁନର୍ବାର ଯେଉଁ ମହାକାଶ ଦୌଡ଼ ଆରମ୍ଭ ହେଲାଣି ତାହା ଭବିଷ୍ୟତରେ ଶାନ୍ତିପୂର୍ଣ୍ଣ ରହୁ ଏବଂ ହିଂସାମତ୍କ ନ ହେଉ ବୋଲି ସମସ୍ତେ ଆଶା କରିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri