ହିକିକୋମୋରି: ଏକାନ୍ତବାସରେ ୧୫ ଲକ୍ଷ

ଟୋକିଓ, ୭।୪: ମହାମାରୀ କରୋନା ସଂକ୍ରମଣ ରୋକିବା ସକାଶେ ବିଭିନ୍ନ ଦେଶ ସଙ୍ଗରୋଧ ବା ଆଇସୋଲେଶନ୍‌ ନିୟମ ଅବଲମ୍ବନ କରିଥିଲେ। ପାଖାପାଖି ୨ ବର୍ଷ ପରେ ଯେତେବେଳେ କୋଭିଡ୍‌-୧୯ ସଂକ୍ରମଣ ନିୟନ୍ତ୍ରଣକୁ ଆସିଲା, ସେ ସମୟରେ ଲୋକେ ଆଇସୋଲେଶନ୍‌ରେ ନ ରହି ବାହାରକୁ ଯା’ଆସ ଆରମ୍ଭ କରିଥିଲେ। ଫଳରେ ଲୋକେ ଆଉ ସଙ୍ଗରୋଧରେ ରହୁ ନାହାନ୍ତି। ସଂକ୍ରମଣ କମିଥିଲେ ସୁଦ୍ଧା ଜାପାନବାସୀ ଏବେ ମଧ୍ୟ ଆଇସୋଲେଶନ୍‌ ନୀତିକୁ ଆପଣେଇଛନ୍ତି। ଜାପାନ ଲୋକଙ୍କଠାରେ ଏକୁଟିଆପଣ ବଢ଼ିବାରେ ଲାଗିଛି। ବିଶେଷ ଭାବେ ଯୁବପିଢ଼ି ନିଜକୁ ସମାଜଠାରୁ ଦୂରରେ ରଖିବାରେ ଲାଗିଛନ୍ତି। ଦେଶରେ ପାଖାପାଖି ୧୫ ଲକ୍ଷ ଲୋକ ନିଜକୁ ଆଇସୋଲେଶନ୍‌ରେ ରଖିଥିବା ସରକାରଙ୍କ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୨୦% ଯୁବପିଢ଼ି କୋଭିଡ୍‌ ଭୟରେ ସଙ୍ଗରୋଧରେ ରହିବାକୁ ପସନ୍ଦ କରୁଛନ୍ତି।
ଜାପାନ କ୍ୟାବିନେଟ୍‌ ଅଫିସ ପକ୍ଷରୁ ଗତବର୍ଷ ନଭେମ୍ବରରେ ୧୦ରୁ ୬୯ ବୟସ ବର୍ଗର ୩୦,୦୦୦ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା। ଲୋକମାନେ ସେଲ୍ଫ ଆଇସୋଲେଶନ୍‌ରେ ରହିବାକୁ ବିଶେଷଜ୍ଞମାନେ ହିକିକୋମୋରି ନାମ ଦେଇଛନ୍ତି। ସର୍ଭେ ରିପୋର୍ଟ ଅନୁସାରେ ୧୫ରୁ ୬୨ ବୟସ ବର୍ଗର ୨% ଲୋକ ନିଜକୁ ଆଇସୋଲେଶନ୍‌ରେ ରଖିଥିବା ଜଣାପଡ଼ିଛି। ସମ୍ପର୍କରେ ଦେଖାଯାଉଥିବା ସମସ୍ୟା ଏବଂ ଚାକିରି ଛାଡ଼ିବା କିମ୍ବା ତଡ଼ା ହେବାପରେ ଲୋକେ ସମାଜରୁ ନିଜକୁ ଦୂରେଇ ଦେଇଥିବା ଲକ୍ଷ୍ୟ କରାଯାଇଛି। ସେହିପରି ୪୦ରୁ ୬୪ ବର୍ଷ ବୟସ ବର୍ଗର ୪୪.୫% ଲୋକ ଚାକିରି ଛାଡ଼ିବା ପରେ ତାଙ୍କ ବ୍ୟବହାର ବଦଳିଯାଇଛି ଏବଂ ୨୦.୬% ଲୋକ କୋଭିଡ୍‌ ସକାଶେ ନିଜକୁ ସଙ୍ଗରୋଧରେ ରଖିଛନ୍ତି।
ଅନ୍ୟପକ୍ଷେ ଲୋକଙ୍କ ମଧ୍ୟରେ ବଢ଼ୁଥିବା ମାନସିକ ଚାପ, ଅବସାଦ, ସୋସିଆଲ ଫୋବିଆ ସାଙ୍ଗକୁ ମର୍ଡନ୍‌ ସୋସାଇଟିର ଚାପ, ପ୍ରତିଯୋଗିତା, ହାଇ ଏକାଡେମିକ୍‌ ଏକ୍ସପେକ୍‌ଟେଶନ୍‌ ଯୋଗୁ ଯୁବପିଢ଼ି ସମାଜଠାରୁ ନିଜକୁ ଦୂରରେ ରଖିବା ପସନ୍ଦ କରୁଛନ୍ତି। ତେବେ ହିକିକୋମୋରିରୁ ଲୋକଙ୍କ ମଧ୍ୟରେ ମାନସିକ ରୋଗ ବଢ଼ିବା ଆଶଙ୍କା ରହିଛି। ଜାପାନରେ ଏହା ଏକ ସାମାଜିକ ଅସୁବିଧା ଭାବେ ପରିଲଖିତ ହୋଇଛି। ହିକିକୋମୋରିରୁ ଲୋକଙ୍କୁ ବାହାର କରିବା ପାଇଁ ଟୋକିଓର ଇଡୋଗାଓ୍ବା ଓ୍ବାର୍ଡରେ ଜୁନ୍‌ରୁ ମେଟାଭର୍ସ ସୋସିଆଲାଇଜିଂ ଇଭେଣ୍ଟର ଆୟୋଜନ କରିବାକୁ ଯାଉଛି। ଓ୍ବାର୍ଡରେ ପାଖାପାଖି ୯ ହଜାର ଲୋକ ବାସ କରୁଥିବାବେଳେ ପାଖାପାଖି ଛାତ୍ରୀଛାତ୍ର ସ୍କୁଲ ଯିବା ବନ୍ଦ କରିଦେଇଥିବା ସର୍ଭେରୁ ଜଣାପଡ଼ିଛି। ତେବେ ହିକିକୋମୋରି କେବଳ ଯୁବପିଢ଼ିଙ୍କୁ ମାନସିକ ରୋଗାକ୍ରାନ୍ତ କରିବ ତା’ ନୁହେଁ, ଏଥିଯୋଗୁ ଦେଶରେ ଜନ୍ମହାର କମିବା ଆଶଙ୍କା ଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri