ରାଜପଥ କାମ ସରୁନି, ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୨ା୧୨: ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ ଜାରି ରହିଛି। ଅନେକ ସ୍ଥାନରେ ଏକମୁହାଁ ଏବଂ ଅଣଓସାରିଆ ରାସ୍ତା ରହିଥିବା ବେଳେ ରାସ୍ତା ଉପରେ ନିର୍ମାଣ ସାମଗ୍ରୀ ରହିଛି। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଭୁବନେଶ୍ୱର ଖଣ୍ଡଗିରି ଛକରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ମରଣଯନ୍ତା ପାଲଟିଛି। ଖୋର୍ଦ୍ଧା ପଟୁ ପିତାପଲ୍ଲୀ, ଯାଁଳା ଛକ, ଜଟଣୀ ବାଇପାସ, ମଦନପୁର ଛକ ଆଦି ସ୍ଥାନରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଖୋର୍ଦ୍ଧାରୁ ବାଣପୁର ପର୍ଯ୍ୟନ୍ତ ବିଭିନ୍ନ ଛକ ସ୍ଥାନ ମରଣାଯନ୍ତା ପାଲଟିଛି। ତୋଟପଡ଼ା, ଦଳେଇପୁଟ ଛକ, ମଳିପଡା, ତାପଙ୍ଗ, ରାମେଶ୍ୱର ଛକ, ଟାଙ୍ଗୀ-ଚାନ୍ଦପୁର, ନାଚୁଣୀ ଛକ ଏବଂ ବାଲୁଗାଁ ବାଇପାସ, ନାଭାଲ ଛକ, କେଶପୁର ଛକ, ଲଙ୍ଗଳେଶ୍ୱର ଆଦି ଛକ ସ୍ଥାନରେ ଦୁର୍ଘଟଣା ବଢୁଛି।
ଗୁରୁବାର ଜଙ୍କିଆ ଥାନା ଅଧୀନ ବଡ଼ପୋଖରିଆ ନିକଟରେ ଟ୍ରକ ପଛପଟକୁ କାର୍‌ ଧକ୍କା ଦେବାରୁ କାର ଚାଳକଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। କିଛି ମାସ ପୂର୍ବେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ନିର୍ମାଣାଧୀନ ବ୍ରିଜ ନିକଟରେ ଏକ ହାଇଓ୍ବା ଦୁଇଜଣ ଶ୍ରମିକଙ୍କୁ ଚାପି ଦେଇଥିଲା। ଫଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଗଡ଼ଖୋର୍ଦ୍ଧା ଛକ ମଧ୍ୟରେ ଏକାଧିକ ଦୁର୍ଘଟଣା ଘଟିଥିବା ବେଳେ ବରୁଣେଇ ଓଭରବ୍ରିଜ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ହେଲ୍ପରଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ। ତୋଟପଡ଼ା ଛକରେ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି। ଅନ୍ୟପଟେ ରାଜପଥରେ ମାଲବାହୀ ଟ୍ରକ ଧାଡ଼ି ଧାଡ଼ି ଛିଡ଼ା ହୋଇ ରହୁଛନ୍ତି। କୁହୁଡ଼ି ଯୋଗୁ କାର୍‌ ଚାଳକମାନେ ଦୂରରୁ ଦେଖି ନ ପାରି ପଛପଟୁ ଧକ୍କା ଦେଉଛନ୍ତି। ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଫ୍ଲାଏ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଛି। ଫଳରେ ଏଠାରୁ ପଲ୍ଲା ତୋଟାପଡ଼ା ଛକ ପର୍ଯ୍ୟନ୍ତ ଉଭୟ ପଟ ରାସ୍ତା ସଙ୍କୁଚିତ ରହିଛି। ପୁଣି ତୋଟାପଡ଼ା ଛକରେ ଏକମୁହାଁ ରାସ୍ତା ଯୋଗୁ ସମସ୍ତ ଭାରିଯାନ ଯାତାୟାତ କରୁଛନ୍ତି। ଫଳରେ ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏଥିପ୍ରତି ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଜିଲା ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି। ଅନ୍ୟପଟେ ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟ କରାଯାଉଛି। ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ତେବେ ସବୁ ଯୋଜନା, ସଚେତନତା କେବଳ କାଗଜକଲମରେ ସୀମିତ ରହିଯାଉଛି। ରାଜପଥରେ ଦୁର୍ଘଟଣା ଥମିବା ପରିବର୍ତ୍ତେ ବଢ଼ି ଚାଲିଛି। ଜାତୀୟ ରାଜପଥରେ ପୋଲିସ ପାଟ୍ରୋଲିଂ ଏବଂ ଇଣ୍ଟରସେପ୍ଟର ବ୍ୟବସ୍ଥା ରହିଥିବା ବେଳେ ଏହା ମଧ୍ୟ ଜରିମାନାରେ ସୀମିତ। ଜାତୀୟ ରାଜପଥରେ ଲୋକଙ୍କ ଧନଜୀବନ ସୁରକ୍ଷା ଏବଂ ଦୁର୍ଘଟଣାଜନିତ ତ୍ୱରିତ ସେବା ପାଇଁ ରାଜ୍ୟ ସରକାର ୨୦୨୧ ଏପ୍ରିଲ ପହିଲାରୁ ହାଇଓ୍ବେ ପାଟ୍ରୋଲିଂ ବ୍ୟବସ୍ଥା କରିଛନ୍ତି। ତେବେ ହାଇଓ୍ବେ ପାଟ୍ରୋଲିଂ ସ୍ଥିତି ନୈରାଶ୍ୟଜନକ ରହିଥିବା ଜଣାପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri