ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପଞ୍ଜୀକରଣ ଅବଧି ବର୍ଷେ ବଢ଼ାଯାଉ

କଟକ ଅଫିସ,୧୩ା୧୦:ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିମନ୍ତେ ପଞ୍ଜୀକରଣ ଅବଧି ୧ ମାସ ବୃଦ୍ଧି କରାଯାଇଛି । ହେଲେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ଅବଧିକୁ ୧ ବର୍ଷ ବୃଦ୍ଧି କରିବା ସହ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ଆବେଦନ ଓ ଅର୍ଥ ପୈଠ ନିମନ୍ତେ ନିର୍ଦ୍ଦେଶ ଦେବାକୁ ଜୟନ୍ତୀ ଦାସଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ବୁଧବାର ରୁଜୁ ହୋଇଛି। ସେ ଆହୁରି କେତେକ ପ୍ରସଙ୍ଗ ଉପରେ ବିଚାର ନିମନ୍ତେ ମଧ୍ୟ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟରେ ହେଲମେଟ, ସିଟ୍‌ ବେଲ୍ଟ, ପଲ୍ୟୁସନ ପ୍ରମାଣପତ୍ର ଓ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଆଦି ଚେକିଂରୁ ଆଦାୟ ହେଉଥିବା ଜରିମାନା ଅର୍ଥ କେବଳ ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣାର ମୃତାହତଙ୍କ ନିମନ୍ତେ ଖର୍ଚ୍ଚ ସମ୍ପର୍କରେ ଅଦାଲତ ଓଡ଼ିଶା ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଅଡିଟ୍‌ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି। ରାଜ୍ୟରେ ନକଲି ଡ୍ରାଇଭିଂ ଶିକ୍ଷାନୁଷ୍ଠାନ ବିନା ଲାଇସେନ୍ସରେ ଚାଲିଛି । ଟାକ୍ସ ଫୋର୍ସ ମାଧ୍ୟମରେ ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସୋସାଇଟ୍‌ ଅଫ ଇଣ୍ଡିଆନ୍‌ ଅଟୋମୋବାଇଲ ମାନୁଫାକଚରର୍ସ (ସିଆଇଏଏମ) ଓ୍ବେବସାଇଟ୍‌ରେ ୨୦୧୧ ମସିହାଠାରୁ ଚୋରା ଯାନ ଓ ଉଦ୍ଧାର ହୋଇଥିବା ଯାନ ଗୁଡ଼ିକର ତଥ୍ୟ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି। ଏହି ମାମଲାରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ, ପ୍ରିନ୍‌ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ, କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ପରିବହନ ମନ୍ତ୍ରଣାଳୟ, ଏସ୍‌ଆଇଏଏମ୍‌, କଟକ ଆଞ୍ଚଳିକ ପରିବହନ ଅଧିକାରୀ ଓ କଟକ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri