ହାଇ ପ୍ରୋଫାଇଲ ଆନ୍ତଃରାଜ୍ୟ ଠକ ଗିରଫ

ଭୁବନେଶ୍ୱର,୨୯।୯(ବ୍ୟୁରୋ):ଦାମୀ ପୋଷାକ ପିନ୍ଧିବା ସହ ଦାମୀ ଗାଡ଼ି ଚଢୁଥିଲେ। ନିଜକୁ ସମ୍ଭ୍ରାନ୍ତ ଶ୍ରେଣୀର ପରିଚୟ ଦେଇ ଠକେଇର ନୂଆ କୌଶଳ ଆପଣାଇଥିଲେ। ଦୋକାନୀଙ୍କୁ ଟଙ୍କା ଟ୍ରାନ୍ସଫର୍‌ର ଫେକ୍‌ ସ୍କ୍ରିନଶଟ୍‌ ଦେଖାଇ ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଯାଉଥିଲେ। ରାଜ୍ୟରୁ ରାଜ୍ୟ ବୁଲି ଏଭଳି ଠକୁଥିବା ଏକ ଆନ୍ତଃରାଜ୍ୟ ଠକଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସ କୋଲକାତା ଏୟାରପୋର୍ଟରୁ ଗିରଫ କରିଛି। ସେ ହେଲେ ରାଜୀବ ପ୍ରଭାସ ଗୁପ୍ତା(୩୭)। ତାଙ୍କଠାରୁ ୨ ଲକ୍ଷ ଟଙ୍କାର ଠକେଇ ଅଳଙ୍କାର, ଗୋଟିଏ ମୋବାଇଲ ଫୋନ୍‌, ପାନ୍‌ କାର୍ଡ, ୩ ଏଟିଏମ୍‌ କାର୍ଡ ଜବତ ହୋଇଛି। ରାଜୀବ ମୁମ୍ବାଇ ଅନ୍ଧେରି ଅଞ୍ଚଳରେ ଥିବା ଋଷିକେଶ ଆପାର୍ଟମେଣ୍ଟରେ ରୁହନ୍ତି ବୋଲି ସେ କହୁଥିବାବେଳେ ପୋଲିସ ତାଙ୍କ ପ୍ରକୃତ ଠିକଣା, ପରିଚୟ ଓ ଆପରାଧିକ କାର୍ଯ୍ୟକଳାପ ଜାଣିବାକୁ ତଦନ୍ତ ଜାରି ରଖିଛି। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଭୁବନେଶ୍ୱର ପରେ ପୁରୀରେ ଠକିଥିଲେ ରାଜୀବ
ସେପ୍ଟେମ୍ବର ୧୫ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦। ଏକ ଦାମୀ ଗାଡିରେ ଅଭିଯୁକ୍ତ ରାଜୀବ ଭୁବନେଶ୍ୱର ଡିଏନ୍‌ ରେଙ୍ଗାଲିଆ ମଲ୍‌କୁ ଆସିଥିଲେ। ସେଠାରେ ଥିବା ନିମନ୍ତ୍ରଣ ଜୁଏଲର୍ସ ଶୋ’ରୁମ୍‌ରୁ ୧ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା କିଣିଥିଲେ। ତେବେ ସମ୍ପୂର୍ଣ୍ଣ ଟଙ୍କା ୟୁପିଆଇ ମାଧ୍ୟମରେ ଦେବାକୁ ଶୋ’ରୁମ୍‌ କର୍ମଚାରୀଙ୍କୁ କହିଥିଲେ। ବିଶ୍ୱାସ ଜନ୍ମାଇବାକୁ ପ୍ରଥମେ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ୧୦ ଟଙ୍କା ପଠାଇଥିଲେ। ଏହାପରେ ସେ ୧ ଲକ୍ଷ ଟଙ୍କାର ଏକ ଫେକ୍‌ ଟ୍ରାଞ୍ଜାକ୍ସନର ସ୍କ୍ରିନଶଟ୍‌ ଦେଖାଇ ଟଙ୍କା ପଠାଇଦେଇଥିବା କହିଥିଲେ। ହେଲେ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସି ନ ଥିବା କ୍ୟାଶ୍‌ କାଉଣ୍ଟର କର୍ମଚାରୀ କହିବାରୁ ସେ ନେଟ୍‌ ସମସ୍ୟା ପାଇଁ ହୁଏତ ମେସେଜ୍‌ ଆସୁନାହିଁ, କିଛିସମୟ ପରେ ଟଙ୍କା ଆସିଯିବ ବୋଲି କହି ଅଳଙ୍କାର ଧରି ସେଠାରୁ ପଳାଇ ଆସିଥିଲେ। ପରବର୍ତ୍ତୀ ସମୟରେ ଠକାମିର ଶିକାର ହୋଇଥିବା ଜଣାପଡିବା ପରେ ଶୋ’ରୁମ୍‌ ମାଲିକ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା (ନଂ୧୯୮/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରାଜୀବ ଭୁବନେଶ୍ୱରରୁ ଅଳଙ୍କାର ଠକିନେବା ପରେ ସେହି ରାତିରେ ପୁରୀ ଚାଲିଯାଇ ସିଂହଦ୍ୱାର ଥାନାଞ୍ଚଳରେ ଥିବା ଏକ ଗହଣା ଦୋକାନରୁ ସମାନ ଢଙ୍ଗରେ ଠକେଇ କରିଥିଲେ। ଅଭିଯୋଗକ୍ରମେ ସିଂହଦ୍ୱାର ପୋଲିସ ମାମଲା (ନଂ.୬୭/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ରିମାଣ୍ଡରେ ଆଣିବାକୁ ଯୋଜନା
ରାଜୀବ ଦେଶର ବଡ ବଡ ଗହଣା ଦୋକାନରୁ ଏଭଳି ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଛି। ତେଣୁ ତାର ପୂରା ଅପରାଧ ନେଟ୍‌ଓ୍ବର୍କ ଜାଣିବା ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସ ଦିଲ୍ଲୀ, ଇମ୍ଫାଲ ଓ କୋଲକାତା ସମେତ ଅନ୍ୟ ସହରର ପୋଲିସକୁ ଯୋଗାଯୋଗ କରିଛି। ରାଜୀବଙ୍କ ଅପରାଧ ସାମ୍ରାଜ୍ୟରେ ଆଉ କେଉଁମାନେ ଅଛନ୍ତି ଓ ଆଉ କେଉଁଠି ଏଭଳି ଠକେଇ କରିଛନ୍ତି ତାହାର ଅଧିକ ଖୋଳତାଡ଼ ପାଇଁ ୨ କିମ୍ବା ୩ ଦିନ ପାଇଁ ରିମାଣ୍ଡରେ ଆଣିପାରେ ବୋଲି ଜଣାପଡିଛି।

ହୋଟେଲରେ ବିତାଉଥିଲେ ବିଳାସପୂର୍ଣ୍ଣ ଜୀବନ

ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଛି ଯେ, ରାଜୀବ ମୁମ୍ବାଇର ଏକ କଲେଜରୁ ଏମ୍‌ବିଏରେ ଡିଗ୍ରୀ ହାସଲ କରିଛନ୍ତି। ବାପା ମା’ଙ୍କର ମୃତ୍ୟୁ ହୋଇଯାଇଥିବାରୁ ରହିବା ପାଇଁ ତାଙ୍କର କୌଣସି ଘର ନ ଥିଲା। ତେଣୁ ସେ ଏଭଳି ଠକେଇକୁ ଆପଣାଇବା ସହ ମୁମ୍ବାଇ ସମେତ ଦେଶର ଏକାଧିକ ଷ୍ଟାର୍‌ ହୋଟେଲରେ ରହି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ଫ୍ଲାଇଟ୍‌ରେ ବିଭିନ୍ନ ସହରକୁ ଯାତ୍ରା କରୁଥିଲେ। ଗୋଟିଏ ସହରରେ ରହି ଠକେଇ କରିବା ପରେ ଅନ୍ୟ ସହରକୁ ଚାଲିଯାଉଥିଲେ।

କେମିତି ଧରାପଡ଼ିଲେ

ରାଜୀବ ଦୋକାନରୁ ଅଳଙ୍କାର କିଣିବା ପରେ ନିଜ ଆଧାର କାର୍ଡ ଓ ପାନ କାର୍ଡର ଫଟୋ କପି ସହ ମୋବାଇଲ ଫୋନ୍‌ ନମ୍ବର ଦେଇଥିଲେ। ଓଡ଼ିଶାରୁ ଠକେଇ କରିବା ପରେ ସେ ଫ୍ଲାଇଟ୍‌୍‌ରେ ଦିଲ୍ଲୀ ସେଠାରୁ ଇମ୍ଫାଲ ପଳାଇଥିଲେ। ପୋଲିସ ଉକ୍ତ ମୋବାଇଲ ନମ୍ବରକୁ ଟ୍ରାପ୍‌ କରି ତାଙ୍କର ଗତିବିଧି ଉପରେ ନଜର ରଖିଥିଲା। ସୋମବାର ସେ କୋଲକାତା ଆସୁଥିବା ସ୍ପେଶାଲ ସ୍କ୍ବାଡ୍‌ ଜାଣିବାକୁ ପାଇଥିଲା। ତାଙ୍କୁ ଧରିବାକୁ ତମାଣ୍ଡୋ ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ର ଏକ ମିଳିତ ଟିମ୍‌ ସୋମବାର କୋଲକାତାର ସୁବାସ ଚନ୍ଦ୍ର ବୋଷ ଏୟାରପୋର୍ଟରେ ଜଗି ରହିଥିଲା। ସାରେ ରାଜୀବ ପହଞ୍ଚତ୍ବା ପରେ ପୋଲିସ ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?