ହାଇ ପ୍ରୋଫାଇଲ ଆନ୍ତଃରାଜ୍ୟ ଠକ ଗିରଫ

ଭୁବନେଶ୍ୱର,୨୯।୯(ବ୍ୟୁରୋ):ଦାମୀ ପୋଷାକ ପିନ୍ଧିବା ସହ ଦାମୀ ଗାଡ଼ି ଚଢୁଥିଲେ। ନିଜକୁ ସମ୍ଭ୍ରାନ୍ତ ଶ୍ରେଣୀର ପରିଚୟ ଦେଇ ଠକେଇର ନୂଆ କୌଶଳ ଆପଣାଇଥିଲେ। ଦୋକାନୀଙ୍କୁ ଟଙ୍କା ଟ୍ରାନ୍ସଫର୍‌ର ଫେକ୍‌ ସ୍କ୍ରିନଶଟ୍‌ ଦେଖାଇ ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଯାଉଥିଲେ। ରାଜ୍ୟରୁ ରାଜ୍ୟ ବୁଲି ଏଭଳି ଠକୁଥିବା ଏକ ଆନ୍ତଃରାଜ୍ୟ ଠକଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସ କୋଲକାତା ଏୟାରପୋର୍ଟରୁ ଗିରଫ କରିଛି। ସେ ହେଲେ ରାଜୀବ ପ୍ରଭାସ ଗୁପ୍ତା(୩୭)। ତାଙ୍କଠାରୁ ୨ ଲକ୍ଷ ଟଙ୍କାର ଠକେଇ ଅଳଙ୍କାର, ଗୋଟିଏ ମୋବାଇଲ ଫୋନ୍‌, ପାନ୍‌ କାର୍ଡ, ୩ ଏଟିଏମ୍‌ କାର୍ଡ ଜବତ ହୋଇଛି। ରାଜୀବ ମୁମ୍ବାଇ ଅନ୍ଧେରି ଅଞ୍ଚଳରେ ଥିବା ଋଷିକେଶ ଆପାର୍ଟମେଣ୍ଟରେ ରୁହନ୍ତି ବୋଲି ସେ କହୁଥିବାବେଳେ ପୋଲିସ ତାଙ୍କ ପ୍ରକୃତ ଠିକଣା, ପରିଚୟ ଓ ଆପରାଧିକ କାର୍ଯ୍ୟକଳାପ ଜାଣିବାକୁ ତଦନ୍ତ ଜାରି ରଖିଛି। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଭୁବନେଶ୍ୱର ପରେ ପୁରୀରେ ଠକିଥିଲେ ରାଜୀବ
ସେପ୍ଟେମ୍ବର ୧୫ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦। ଏକ ଦାମୀ ଗାଡିରେ ଅଭିଯୁକ୍ତ ରାଜୀବ ଭୁବନେଶ୍ୱର ଡିଏନ୍‌ ରେଙ୍ଗାଲିଆ ମଲ୍‌କୁ ଆସିଥିଲେ। ସେଠାରେ ଥିବା ନିମନ୍ତ୍ରଣ ଜୁଏଲର୍ସ ଶୋ’ରୁମ୍‌ରୁ ୧ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା କିଣିଥିଲେ। ତେବେ ସମ୍ପୂର୍ଣ୍ଣ ଟଙ୍କା ୟୁପିଆଇ ମାଧ୍ୟମରେ ଦେବାକୁ ଶୋ’ରୁମ୍‌ କର୍ମଚାରୀଙ୍କୁ କହିଥିଲେ। ବିଶ୍ୱାସ ଜନ୍ମାଇବାକୁ ପ୍ରଥମେ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ୧୦ ଟଙ୍କା ପଠାଇଥିଲେ। ଏହାପରେ ସେ ୧ ଲକ୍ଷ ଟଙ୍କାର ଏକ ଫେକ୍‌ ଟ୍ରାଞ୍ଜାକ୍ସନର ସ୍କ୍ରିନଶଟ୍‌ ଦେଖାଇ ଟଙ୍କା ପଠାଇଦେଇଥିବା କହିଥିଲେ। ହେଲେ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସି ନ ଥିବା କ୍ୟାଶ୍‌ କାଉଣ୍ଟର କର୍ମଚାରୀ କହିବାରୁ ସେ ନେଟ୍‌ ସମସ୍ୟା ପାଇଁ ହୁଏତ ମେସେଜ୍‌ ଆସୁନାହିଁ, କିଛିସମୟ ପରେ ଟଙ୍କା ଆସିଯିବ ବୋଲି କହି ଅଳଙ୍କାର ଧରି ସେଠାରୁ ପଳାଇ ଆସିଥିଲେ। ପରବର୍ତ୍ତୀ ସମୟରେ ଠକାମିର ଶିକାର ହୋଇଥିବା ଜଣାପଡିବା ପରେ ଶୋ’ରୁମ୍‌ ମାଲିକ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା (ନଂ୧୯୮/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରାଜୀବ ଭୁବନେଶ୍ୱରରୁ ଅଳଙ୍କାର ଠକିନେବା ପରେ ସେହି ରାତିରେ ପୁରୀ ଚାଲିଯାଇ ସିଂହଦ୍ୱାର ଥାନାଞ୍ଚଳରେ ଥିବା ଏକ ଗହଣା ଦୋକାନରୁ ସମାନ ଢଙ୍ଗରେ ଠକେଇ କରିଥିଲେ। ଅଭିଯୋଗକ୍ରମେ ସିଂହଦ୍ୱାର ପୋଲିସ ମାମଲା (ନଂ.୬୭/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ରିମାଣ୍ଡରେ ଆଣିବାକୁ ଯୋଜନା
ରାଜୀବ ଦେଶର ବଡ ବଡ ଗହଣା ଦୋକାନରୁ ଏଭଳି ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଛି। ତେଣୁ ତାର ପୂରା ଅପରାଧ ନେଟ୍‌ଓ୍ବର୍କ ଜାଣିବା ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସ ଦିଲ୍ଲୀ, ଇମ୍ଫାଲ ଓ କୋଲକାତା ସମେତ ଅନ୍ୟ ସହରର ପୋଲିସକୁ ଯୋଗାଯୋଗ କରିଛି। ରାଜୀବଙ୍କ ଅପରାଧ ସାମ୍ରାଜ୍ୟରେ ଆଉ କେଉଁମାନେ ଅଛନ୍ତି ଓ ଆଉ କେଉଁଠି ଏଭଳି ଠକେଇ କରିଛନ୍ତି ତାହାର ଅଧିକ ଖୋଳତାଡ଼ ପାଇଁ ୨ କିମ୍ବା ୩ ଦିନ ପାଇଁ ରିମାଣ୍ଡରେ ଆଣିପାରେ ବୋଲି ଜଣାପଡିଛି।

ହୋଟେଲରେ ବିତାଉଥିଲେ ବିଳାସପୂର୍ଣ୍ଣ ଜୀବନ

ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଛି ଯେ, ରାଜୀବ ମୁମ୍ବାଇର ଏକ କଲେଜରୁ ଏମ୍‌ବିଏରେ ଡିଗ୍ରୀ ହାସଲ କରିଛନ୍ତି। ବାପା ମା’ଙ୍କର ମୃତ୍ୟୁ ହୋଇଯାଇଥିବାରୁ ରହିବା ପାଇଁ ତାଙ୍କର କୌଣସି ଘର ନ ଥିଲା। ତେଣୁ ସେ ଏଭଳି ଠକେଇକୁ ଆପଣାଇବା ସହ ମୁମ୍ବାଇ ସମେତ ଦେଶର ଏକାଧିକ ଷ୍ଟାର୍‌ ହୋଟେଲରେ ରହି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ଫ୍ଲାଇଟ୍‌ରେ ବିଭିନ୍ନ ସହରକୁ ଯାତ୍ରା କରୁଥିଲେ। ଗୋଟିଏ ସହରରେ ରହି ଠକେଇ କରିବା ପରେ ଅନ୍ୟ ସହରକୁ ଚାଲିଯାଉଥିଲେ।

କେମିତି ଧରାପଡ଼ିଲେ

ରାଜୀବ ଦୋକାନରୁ ଅଳଙ୍କାର କିଣିବା ପରେ ନିଜ ଆଧାର କାର୍ଡ ଓ ପାନ କାର୍ଡର ଫଟୋ କପି ସହ ମୋବାଇଲ ଫୋନ୍‌ ନମ୍ବର ଦେଇଥିଲେ। ଓଡ଼ିଶାରୁ ଠକେଇ କରିବା ପରେ ସେ ଫ୍ଲାଇଟ୍‌୍‌ରେ ଦିଲ୍ଲୀ ସେଠାରୁ ଇମ୍ଫାଲ ପଳାଇଥିଲେ। ପୋଲିସ ଉକ୍ତ ମୋବାଇଲ ନମ୍ବରକୁ ଟ୍ରାପ୍‌ କରି ତାଙ୍କର ଗତିବିଧି ଉପରେ ନଜର ରଖିଥିଲା। ସୋମବାର ସେ କୋଲକାତା ଆସୁଥିବା ସ୍ପେଶାଲ ସ୍କ୍ବାଡ୍‌ ଜାଣିବାକୁ ପାଇଥିଲା। ତାଙ୍କୁ ଧରିବାକୁ ତମାଣ୍ଡୋ ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ର ଏକ ମିଳିତ ଟିମ୍‌ ସୋମବାର କୋଲକାତାର ସୁବାସ ଚନ୍ଦ୍ର ବୋଷ ଏୟାରପୋର୍ଟରେ ଜଗି ରହିଥିଲା। ସାରେ ରାଜୀବ ପହଞ୍ଚତ୍ବା ପରେ ପୋଲିସ ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri