ସର୍ବସାଧାରଣ ପରିଦର୍ଶନ କରିବେ ହାଇକୋର୍ଟ

କଟକ,୪ା୮(କାର୍ତ୍ତିକ ସାହୁ):ବିଚାର ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ନିମନ୍ତେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଆସନ୍ତା ୫ ତାରିଖଠାରୁ ଛୁଟିଦିନ ବ୍ୟତୀତ ପ୍ରତି ଶନିବାର ହାଇକୋର୍ଟ ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଖୋଲାରହିବ। ସେଦିନ ଦୁଇଟି ପର୍ଯ୍ୟାୟରେ ଏହି ପରିଦର୍ଶନ କାର୍ଯ୍ୟକ୍ରମ ପାଇଁ ସୁଯୋଗ ଦିଆଯିବ। ପ୍ରତି ପର୍ଯ୍ୟାୟରେ ୪୦ ଜଣ ଲେଖାଏ ଲୋକଙ୍କୁ ହାଇକୋର୍ଟ ଭିତରକୁ ପ୍ରବେଶ କରିବାକୁ ଦିଆଯିବ। ପ୍ରଥମ ପର୍ଯ୍ୟାୟ ପୂର୍ବାହ୍ନ ୧୦ଟାରୁ ସାଢେ ୧୧ଟା ଓ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବାହ୍ନ ସାଢେ ୧୧ଟାରୁ ଅପରାହ୍ନ ୧ଟା ଯାଏ ସମୟ ସ୍ଥିର କରାଯାଇଛି। ହାଇକୋର୍ଟର ଐତିହାସିକ କୋଠା ଓ ନୂତନ କୋଠାରେ ଥିବା ବିଚାରପତିମାନଙ୍କ କୋର୍ଟ ରୁମ୍‌ ସମେତ ହାଇକୋର୍ଟର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ ନିମନ୍ତେ ସୁଯୋଗ ଦିଆଯିବ। ହାଇକୋର୍ଟର ଅଧିକାରୀମାନେ ଉପସ୍ଥିତ ରହି ପରିଦର୍ଶକମାନଙ୍କୁ ମାର୍ଗଦର୍ଶନ କରିବେ। ଏଥିପାଇଁ ୩ ତାରିଖରୁ ଭିଜିଟର୍ସ ପାସ୍‌ କପି ସେକ୍ସନରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପଞ୍ଜୀକରଣ ପରେ ପ୍ରଦାନ କରାଯିବ। ହାଇକୋର୍ଟ ବୁଲିବାକୁ ଚାହୁଁଥିବା ବ୍ୟକ୍ତିମାନେ ପଞ୍ଜୀକରଣବେଳେ ନିଜର ପରିଚୟ ପତ୍ର ପ୍ରଦାନ କରିବେ। ପରିଦର୍ଶନବେଳେ ମଧ୍ୟ ପରିଚୟ ପତ୍ର ଓ ପାସ୍‌ ସାଙ୍ଗରେ ଆଣିବେ। ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ଏହି ପଞ୍ଜୀକରଣ ଆରମ୍ଭ ହେବ ବୋଲି ହାଇକୋର୍ଟ ପକ୍ଷରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri