ଜଳ ଉତ୍ସ ଅବରୋଧମୁକ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଖୋର୍ଦ୍ଧା, ୨୮ା୮(ପ୍ରଭାତ ପାଣିଗ୍ରାହୀ): ଚାଷଜମିକୁ ଜଳ ଯୋଗାଣ ଉତ୍ସ ଅବରୋଧମୁକ୍ତ କରିବାକୁ ଏ ସଂକ୍ରାନ୍ତ ଆଗତ ଏକ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ବେଗୁନିଆ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକ ମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ହାଇକୋର୍ଟ କହିଛନ୍ତି।
ସାରୁଅ ଅଞ୍ଚଳରେ ଶିଳ୍ପାଞ୍ଚଳ ଗଢିଉଠିଛି। ଏଠାରେ ଇଡ୍‌କୋ ଠାରୁ ଜମି ପାଇ ଏକ ଘରୋଇ କମ୍ପାନୀ ନିଜ କାରଖାନା ପ୍ରତିଷ୍ଠା କରୁଛି। କମ୍ପାନୀ ପାଚେରୀ ନିର୍ମାଣ ଯୋଗୁ ସେହି ଜମିକୁ ଲାଗି ରହିଥିବା ଚାଷଜମି ପ୍ରଭାବିତ ହେଉଛି। କମ୍ପାନୀ ପକ୍ଷରୁ ଉଚ୍ଚ ପଥର ପାଚେରୀ ନିର୍ମାଣ ହେତୁ ଚାଷଜମିକୁ ପ୍ରାକୃତିକ ଉପାୟରେ ଆସୁଥିବା ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି। ଏପରିକି ଚାଷୀ ଯାତାୟାତ କରିବା ନେଇ ସମସ୍ୟା ଉପୁଜିଥିବା ବେଳେ ବର୍ଷାଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ସମ୍ପୃକ୍ତ ଜମିକୁ ଲାଗି ମୁଖ୍ୟରାସ୍ତା ନିକଟରେ ଜଳସେଚନ ନିମନ୍ତେ ଏକ ଶଙ୍ଖ ରହିଛି। ତେବେ ଉକ୍ତ କମ୍ପାନୀ ସେହି ଜଳଯୋଗାଣ ରାସ୍ତାରେ ବେଆଇନ ଭାବେ ବିରାଟ ପ୍ରାଚୀର କରୁଛି। ଏନେଇ ଚାଷୀମାନେ ଏକାଠି ଭାବେ କମ୍ପାନୀର ଏପରି କାର୍ଯ୍ୟ ସମ୍ପର୍କରେ ବେଗୁନିଆ ତହସିଲଦାର ଓ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତେବେ ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନଠାରୁ ନିରାଶ ହେବା ପରେ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ସରକାରଙ୍କ ସ୍ବତନ୍ତ୍ର ଆଇନ ମୁତାବକ ଯେକୌଣସି ପରିସ୍ଥିତିରେ ମଧ୍ୟ ଚାଷଜମିକୁ ଜଳସେଚନରୁ ବଞ୍ଚିତ ଅଥବା ପ୍ରାକୃତିକ ଜଳଉତ୍ସକୁ ବନ୍ଦ କରାଯାଇପାରିବ ନାହିଁ। କୌଣସି ଠାରେ ଏଭଳି ସମସ୍ୟା ସୃଷ୍ଟି ହେଲେ ପ୍ରଶାସନ ଏହାର ବିକଳ୍ପ ବ୍ୟବସ୍ଥା କରିବେ। ଚାଷ ଜମିକୁ ଜଳ ଯୋଗାଣ ଅଗ୍ରାଧିକାର ଭିତ୍ତିରେ ଦିଆଯିବ। ଏହି ନିୟମକୁ କାର୍ଯ୍ୟକାରୀ ସହ ସପ୍ତାହକ ମଧ୍ୟରେ ଚାଷୀଙ୍କ ସମସ୍ୟା ସମାଧାନ ଲାଗି ହାଇକୋର୍ଟ ସ୍ଥାନୀୟ ତହସିଲଦାରଙ୍କୁ ନିଦ୍ଦେର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ କମ୍ପାନୀ ଚାଷଜମିକୁ ଜଳଯୋଗାଣ ବାଟ ଅବରୋଧ କରିଥିବାବେଳେ କମ୍ପାନୀକୁ ମିଳିଥିବା ଅନୁମୋଦିନ ପ୍ଲାନକୁ ନ ମାନି ବେଆଇନ ଭାବେ ପାଚେରୀ ନିର୍ମାଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏପରିକି ଏହି ନିର୍ମାଣକୁ ବନ୍ଦ କରିବା ପାଇଁ ଚାଷୀମାନେ ୧୪୪ ଧାରାର ସହଯୋଗ ନେଇଥିବା ସତ୍ତ୍ୱେ ସମ୍ପୃକ୍ତ କମ୍ପାନୀ ସ୍ଥାନୀୟ ଅସାମାଜିକ ବ୍ୟକ୍ତିଙ୍କ ସହାୟତାରେ ଜୋର ଜବରଦସ୍ତ ପ୍ରାଚୀର ନିର୍ମାଣ କରିଥିଲା। ଫଳରେ ଗତ ଦୁଇବର୍ଷ ହେବ ଚାଷୀମାନେ ସେହି ଜମିରେ ଚାଷବାସ କରିପାରୁ ନାହାନ୍ତି। ହାଇକୋର୍ଟଙ୍କ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଇରାନ ସଂଘର୍ଷ ଭିତରେ ଭାରତ ପାଇଁ ଆଶ୍ବସ୍ତି, ଆସିଲା LPG ବୋଝେଇ ଟ୍ୟାଙ୍କର

ନୂଆଦିଲ୍ଲୀ,୨୭ା୩: ଭାଡିନାର ବନ୍ଦରରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଖବର ମିଳିଛି । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଆଶ୍ୱସ୍ତିର ସଙ୍କେତ ଦେଖାଦେଇଛି । ଏଲପିଜି ବୋଝେଇ…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri