ସହାୟତା ପାଇଁ ହାଇକୋର୍ଟରେ ମାମଲା: ବର୍ଷେ ଯାଏ ଆଇନଜୀବୀଙ୍କୁ ମିଳୁ ମାସିକ ୨୫ ହଜାର

କଟକ ଅଫିସ,୧୬ା୭: କରୋନା ଯୋଗୁ ଗତ ମାର୍ଚ୍ଚ ୨୨ତାରିଖ ପରଠୁ କୋର୍ଟଗୁଡ଼ିକର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଫଳରେ ଆଇନ୍‌ଜୀବୀମାନେ ରୋଜଗାର ହରାଇଛନ୍ତି। ଏଣୁ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଆଇନ୍‌ଜୀବୀଙ୍କୁ ମାସିକ ୨୫ ହଜାର ଟଙ୍କା ଲେଖାଏ ସହାୟତା ରାଶି ସରକାର ଦିଅନ୍ତୁ ବୋଲି ଆବେଦନ କରାଯାଇ ହାଇକୋର୍ଟରେ ବୁଧବାର ଏକ ମାମଲା ରୁଜୁ ହୋଇଛି। ରାଜ୍ୟ ସରକାରଙ୍କୁ ଏ ନେଇ ନିର୍ଦ୍ଦେଶ ଦେବା ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି। କ୍ରିମିନାଲ କୋର୍ଟସ ବାର୍‌ ଆସୋସିଏସନ୍‌ ପୂର୍ବତନ ସଭାପତି ଆଇନଜୀବୀ ଅକ୍ଷୟ କୁମାର ପତିଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି। ଆବେଦନକାରୀ ଉଲ୍ଲେଖ କରିଛନ୍ତି ଯେ, ନିମ୍ନ ଅଦାଲତଠାରୁ ଆରମ୍ଭ କରି ହାଇକୋର୍ଟ ଏବଂ ବିଭିନ୍ନ ଟ୍ରିବ୍ୟୁନାଲ୍‌ରେ ରାଜ୍ୟବ୍ୟାପୀ ପ୍ରାୟ ୫୦ ହଜାର ଆଇନଜୀବୀ କାର୍ଯ୍ୟ କରୁଛନ୍ତି। କୋର୍ଟ କାର୍ଯ୍ୟ ସ୍ବାଭାବିକ ଥିବାବେଳେ ମାମଲା ପରିଚାଳନାରୁ ଯାହା ଆୟ କରୁଥିଲେ, ସେଥିରେ ପରିବାର ଚଳାଉଥିଲେ। ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ଜାରି ପରେ କୋର୍ଟ କାର୍ଯ୍ୟ ଠପ୍‌ ହୋଇପଡ଼ିଛି। କେବଳ ଜରୁରୀ ମାମଲାର ଶୁଣାଣି କରାଯାଉଛି। ସ୍ବଳ୍ପ ସଂଖ୍ୟକ ଆଇନଜୀବୀ ମାମଲା ପରିଚାଳନା କରୁଥିବାବେଳେ ଅଧିକାଂଶ କାମ ନ ପାଇ ବସି ରହିଛନ୍ତି। ଅପରପକ୍ଷେ କୋର୍ଟ ଫି, ଷ୍ଟାମ୍ପ ଫି ଆଦି ଜରିଆରେ ସରକାର ରାଜସ୍ବ ପାଉଛନ୍ତି। ପ୍ରତିବଦଳରେ ଆଇନଜୀବୀଙ୍କୁ ସହାୟତା ପ୍ରଦାନ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଏଣୁ ଆସନ୍ତା ଏକବର୍ଷ କିମ୍ବା କରୋନା ପ୍ରଭାବ ଲାଗି ରହିବା ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଆଇନଜୀବୀଙ୍କୁ ମାସିକ ୨୫ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଉ। ଏ ନେଇ ସର୍ବଭାରତୀୟ ସ୍ତରରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ପାଇଁ ନିବେଦନ କରାଯାଇଛି। ମାମଲାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri