Posted inଜାତୀୟ

ଦେଖିବାକୁ ଯେମିତି, ମାର୍କ ବି ସେମିତି

ନଏଡା,୧୬।୭: ନିକଟରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ହେଲେ ନଏଡାର ଦୁଇ ଯାଆଁଳା ଭଉଣୀ (ଛାତ୍ରୀ) ଦେଖିବାକୁ ଯେମିତି ଏକାଭଳି ମାର୍କ ବି ସେମିତି ସମାନ ରଖି ଚର୍ଚ୍ଚାକୁ ଆସିଛନ୍ତି। ଏହି ଦୁଇଜଣ ହେଉଛନ୍ତି ମାନସୀ ଓ ମାନ୍ୟା। ରାଜଧାନୀ ଦିଲ୍ଲୀ ନିକଟ ନଏଡାରେ ସେମାନେ ରୁହନ୍ତି। ଉଭୟ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୫.୮% ମାର୍କ ରଖିଛନ୍ତି। ଗ୍ରେଟର ନଏଡାର ଆଷ୍ଟର ପବ୍ଲିକ ସ୍କୁଲରେ ସେ ପାଠ ପଢ଼ୁଥିଲେ। ଉଭୟ ଇଂଲିଶ୍‌, କମ୍ପ୍ୟୁଟର ସାଇନ୍ସରେ ୯୮, ଫିଜିକ୍ସ, କେମେଷ୍ଟ୍ରି ଓ ଫିଜିକାଲ ଏଜୁକେଶନରେ ୯୫ ମାର୍କ ରଖିଛନ୍ତି। କେବଳ ନାମ ଅଲଗା ହୋଇଥିବାବେଳେ ସେମାନଙ୍କୁ ଦେଖିଲେ ଏକାପରି ଲାଗନ୍ତି। ପରୀକ୍ଷାରେ ଭଲକରିବୁ ବୋଲି ଆଶା ଥିଲା, ହେଲେ ଦୁଇ ଭଉଣୀଙ୍କ ସମାନ ମାର୍କ ରହିବ ବୋଲି କେବେ ବି ଭାବି ନ ଥିଲୁ ବୋଲି କହିଛନ୍ତି ସେମାନେ। ପରୀକ୍ଷା ପରେ ମାର୍କ ଆନାଲିସିସ୍‌ କରିବାରୁ ମାନ୍ୟା ଅଧିକ ନମ୍ବର ରଖିବ ବୋଲି ଅନୁମାନ କରାଯାଇଥିଲା। ହେଲେ ଦୁହିଁଙ୍କର ସମାନ ମାର୍କ ମୋତେ ଖୁସି ଆଣିଦେଇଛି ବୋଲି ମାନସୀ କହିଛନ୍ତି। ଆଗରୁ ଏଭଳି ସମାନ ମାର୍କ କେବେ ଆମେ ପାଇ ନ ଥିଲୁ ବୋଲି ସେ ପ୍ରକାଶ କରିଛନ୍ତି। ଦୁଇ ଭଉଣୀ ଏବେ ଇଞ୍ଜିନିୟରିଂ ପଢ଼ିବାକୁ ମନସ୍ଥ କରିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ହାଥରସ ପୀଡିତାଙ୍କ ପରିବାରକୁ ଭେଟି ଫେରୁଥିବାବେଳେ ଆମ ଆଦମି ପାର୍ଟି ଏମ୍‌ପିଙ୍କ ଉପରକୁ କାଳି ଫୋପାଡିଲେ ଦୁର୍ବୃତ୍ତ

ଲକ୍ଷ୍ନୌ,୫।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାର ଲୋକଙ୍କୁ ସୋମବାର ଆମ ଆଦମି ପାର୍ଟି (ଏଏପି)ର ଏମ୍‌ପି ସଞ୍ଜୟ ସିଂ ଭେଟିଛନ୍ତି। କିଛି ସମୟ ଧରି ପୀଡିତାଙ୍କ...

ଫୈଜାବାଦ କୋର୍ଟ ବିସ୍ଫୋରଣ ମାମଲା: ୨ ଜଣଙ୍କୁ ଆଜୀବନ ଜେଲ

ଫୈଜାବାଦ, ୨୨ା୧୨(ପି.ଟି.): ୨୦୦୭ ନଭେମ୍ବରରେ ଉତ୍ତର ପ୍ରଦେଶର ଫୈଜାବାଦ କୋର୍ଟରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ଶନିବାର ସ୍ବତନ୍ତ୍ର ଆତଙ୍କ ନିରୋଧୀ ଅଦାଲତ ୨ ଅଭିଯୁକ୍ତଙ୍କୁ...

ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୪।୧୨: ଜମ୍ମୁ-କଶ୍ମୀରରେ ଆତଙ୍କ ସୃଷ୍ଟି କରିବା ଲାଗି ଆତଙ୍କବାଦୀ ସଂଗଠନ ପକ୍ଷରୁ ଲଗାତାର ଉଦ୍ୟମ ଜାରି ରହିଛି। ବାରମୁଳାରେ ଗୁରୁବାର ମିଳିତ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ...

ଦେଶରେ କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୭।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କମିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ୨ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା କମିଛି।...

ସଡ଼କ ଦୁର୍ଘଟଣାରେ ଭାଜପା ନେତା ଆଦିତ୍ୟ ନାରାୟଣ ମିଶ୍ରଙ୍କ ପରଲୋକ, ମହନ୍ତ ନରେନ୍ଦ୍ର ଗିରି ସୁଇସାଇଡ ନୋଟରେ ଥିଲା ନାମ

ପ୍ରୟାଗରାଜ,୨୨ ।୪: ଡେରାଡୁନ ଉତ୍ତରାଖଣ୍ଡରୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ କାର ଯୋଗେ ଫେରୁଥିବା ନୈନି ନିବାସି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଆଦିତ୍ୟ ନାରାୟଣ...

ଗୋମାଂସ ପରିବେଷଣ ପାଇଁ ବାଧ୍ୟ କରୁଛି ଜୋମାଟୋ

କୋଲକାତା,୧୨ା୮: ଖାଦ୍ୟରେ ଗୋମାଂସ କିମ୍ବା ଘୁଷୁରି ମାଂସ ଥିଲେ ସେମାନେ ଯୋଗାଣ କରିବେ ନାହିଁ ବୋଲି କୋଲକାତାର ଜୋମାଟୋ କର୍ମଚାରୀମାନେ କହିବା ସହ ଅନିର୍ଦ୍ଦିଷ୍ଟ କାଳ...

କେନ୍ଦ୍ରକୁ ଏସ୍‌ସିଙ୍କ ଛାଟ, ସରକାର କରୁଛନ୍ତି ଧର୍ଯ୍ୟ ପରୀକ୍ଷା,କହିଲେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୧୫।୯: ଦେଶର ବିଭିନ୍ନ ଟ୍ରିବ୍ୟୁନାଲରେ ଖାଲିଥିବା ପଦବୀରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ (ଏସ୍‌ସି) ଛାଟ ଦେଖାଇଛନ୍ତି। ଟ୍ରିବ୍ୟୁନାଲ ସଂସ୍କାର ଅଧିନିୟମ ୨୦୨୧ ର...

ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଦାୟିତ୍ୱ ନେଲେ ଜୟଦୀପ

ନୂଆଦିଲ୍ଲୀ, ୨ା୩(ପିଆଇବି): ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଜୟଦୀପ ଭଟ୍ଟନାଗର ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୬ ବ୍ୟାଚର ଭାରତୀୟ ସୂଚନା...

Advertisement
Archives

Model This Week