ଗୋଟିଏ ସପ୍ତାହରେ ହେଜ୍‌ବୋଲ୍ଲାର ସପ୍ତମ କମାଣ୍ଡର ନିହତ

ବେରୁଟ୍‌,୩୦।୯: ହେଜ୍‌ବୋଲ୍ଲା ମୁଖ୍ୟ ସୟିଦ ହସନ ନାସରାଲ୍ଲାଙ୍କ ମୃତ୍ୟୁ ପରେ ମଧ୍ୟ ଲେବାନନରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେଉନାହିଁ। ରବିବାର ମଧ୍ୟ ଇସ୍ରାଏଲ ଲେବାନନରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ କରିଥିଲା। ଏଥିରେ ୧୦୫ଜଣ ଲୋକ ପ୍ରାଣ ହରାଇଛନ୍ତି। ଲେବାନନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏୟାର ଷ୍ଟ୍ରାଇକରେ ୩୫୯ଜଣ ଆହତ ହୋଇଛନ୍ତି। ସର୍ବାଧିକ ମୃତ୍ୟୁ ସଂଖ୍ୟା ଏନ ଅଲ-ଡେଲବ ଏବଂ ସୋର ଅଞ୍ଚଳରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ କାନା ହସ୍ପିଟାଲରେ ବ୍ୟାପକ କ୍ଷତି ହୋଇଛି। ଏହା ବ୍ୟତୀତ ବେକା ଉପତ୍ୟକାର ବାଲବେକ-ହରମେଲରେ ଇସ୍ରାଏଲ ଆକ୍ରମଣରେ ୩୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୭ଜଣ ଆହତ ହୋଇଥିଲେ। ଇସ୍ରାଏଲ ପ୍ରଥମ ଥର ପାଇଁ ଲିବାନନର କୋଲା ଅଞ୍ଚଳରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ କରିଥିଲା। ଲେବାନନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲ ଯୁଦ୍ଧ ବିମାନ କ୍ରମାଗତ ଭାବରେ ସାରା ଦେଶରେ ଏୟାର ଷ୍ଟ୍ରାଇକ କରୁଛି।
ବେରୁଟ୍‌ର କୋଲା ଜିଲାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ପାଲେଷ୍ଟାଇନ ଲିବରେସନ ଫ୍ରଣ୍ଟର ତିନିଜଣ ନେତା ମଧ୍ୟ ନିହତ ହୋଇଛନ୍ତି। ଏହା ବ୍ୟତୀତ ଇସ୍ରାଏଲ ସୈନ୍ୟବାହିନୀ ବେକା ଉପତ୍ୟକାରେ ହେଜ୍‌ବୋଲ୍ଲାର ଡଜନେ ଶିବିର ଉପରେ ଆକ୍ରମଣ କରିଥିଲେ। ହେଜ୍‌ବୋଲ୍ଲା ଅସ୍ତ୍ରଶସ୍ତ୍ର ଡିପୋକୁ ଟାର୍ଗେଟ କରିବ ବୋଲି ଇସ୍ରାଏଲ ସେନା କହିଛନ୍ତି। ଲେବାନନ ସରକାରଙ୍କ ଅନୁଯାୟୀ, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଏପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏବଂ ୬,୦୦୦ ଲୋକ ଆହତ ହୋଇଛନ୍ତି।

ରବିବାର ପଶ୍ଚିମ ୟେମେନରେ ଦ୍ୱିତୀୟ ଥର ପାଇଁ ଇସ୍ରାଏଲ ବାୟୁସେନା ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣ ହୁଟି ବିଦ୍ରୋହୀଙ୍କ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଜବାବରେ ଇସ୍ରାଏଲ ଦ୍ୱାରା କରାଯାଇଥିଲା। ଏହି ଆକ୍ରମଣରେ ୪ଜଣ ପ୍ରାଣ ହରାଇଛନ୍ତି ଏବଂ ୨୯ ଜଣ ଆହତ ହୋଇଛନ୍ତି। ଏହାପୂର୍ବରୁ ଜୁଲାଇରେ ମଧ୍ୟ ଇସ୍ରାଏଲ ୟେମେନର ହୋଡିଡା ବନ୍ଦରକୁ ଟାର୍ଗେଟ କରିଥିଲା।
ବଙ୍କରରୁ ହେଜ୍‌ବୋଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ଦେଖିବାକୁ ମିଳି ନ ଥିଲା। ସୂଚନାଯୋଗ୍ୟ, ୨୭ ସେପ୍ଟେମ୍ବର ଶୁକ୍ରବାର ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନାସରାଲ୍ଲାଙ୍କର ମୃତ୍ୟୁ ଘଟିଛି। ହେଜ୍‌ବୋଲ୍ଲାର ମୁଖ୍ୟାଳୟକୁ ଇସ୍ରାଏଲ ଟାର୍ଗେଟ କରିଥିଲା।
ଇସ୍ରାଏଲ ସେନା ଅନୁଯାୟୀ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନାସରାଲ୍ଲାଙ୍କ ସହ ସଂଗଠନର ଅନ୍ୟ ୨୦ ଜଣ ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଅନ୍ୟ ଅନେକ କମାଣ୍ଡୋଙ୍କୁ ହତ୍ୟା କରିଛି। ସେମାନଙ୍କ ମଧ୍ୟରେ ପ୍ରମୁଖ ନାମ ହେଉଛି ଫୁଏଡ ଶୁକର ଏବଂ ଇବ୍ରାହିମ ଆକିଲ।
ଇସ୍ରାଏଲ ଏକ ସପ୍ତାହ ମଧ୍ୟରେ ହିଜବୁଲର ସପ୍ତମ କମାଣ୍ଡରଙ୍କୁ ହତ୍ୟା କରିଛି। ଏହି କମାଣ୍ଡରଙ୍କ ନାମ ଥିଲା ନବିଲ କୌକ। ନବିଲ ହେଜ୍‌ବୋଲ୍ଲାର କେନ୍ଦ୍ରୀୟ ପରିଷଦର ଡେପୁଟି ମୁଖ୍ୟ ଥିଲେ।
ଲେବାନନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଖୁବ ଶୀଘ୍ର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହେବେ। ହାସନ ନସରାଲ୍ଲାଙ୍କ ମୃତ୍ୟୁ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ବାର୍ତ୍ତାଳାପ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?