Posted inରାଜ୍ୟ

ନବୀକରଣ ନାଁରେ ନଷ୍ଟ ହେଉଛି ଐତିହ୍ୟ

ଭୁବନେଶ୍ୱର,୨।୩(ବ୍ୟୁରୋ): କୋରାପୁଟର ପ୍ରାଚୀନ ସମୟର ଦୁଇଟି କଳିଙ୍ଗନ ମନ୍ଦିର ନବୀକରଣ ନଁାରେ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଥିବା କୁନ୍ଦୁରା ବ୍ଲକର ଗୋରହାଣ୍ଡିର ବିଷ୍ଣୁ ମନ୍ଦିର ଏବଂ ଫୁଫୁଗଁାରେ ଥିବା ଜୈନ ମନ୍ଦିରକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ନବୀକରଣ କରିବା ନାମରେ ନଷ୍ଟ କରିଦିଆଯାଇଥିବା ଗବେଷଣା ସଂସ୍ଥା ଇନ୍‌ଟାକ୍‌ ଓଡ଼ିଶା ଟିମ୍‌ ପକ୍ଷରୁ ଏକ ସର୍ଭେରୁ ଜଣାପଡ଼ିଛି। ବିଷ୍ଣୁ ମନ୍ଦିରଟି ପ୍ରାୟତଃ ଷଷ୍ଠ ଶତାବ୍ଦୀ ସମୟର ହୋଇଥିବା ବେଳେ ସେହି ସମୟରେ ଅଞ୍ଚଳରେ ନାଲା ରାଜବଂଶଙ୍କ ଶାସନ ଚାଲିଥିଲା। ଏହା ପୁଷ୍କର ନାଲା ଦ୍ୱାରା ନିର୍ମିତ ହୋଇଥିବାର ଇନ୍‌ଟାକ ପକ୍ଷରୁ କୁହାଯାଇଛି। ସେହି ସମୟରେ ଏହା ଏକ ରେଖା ଭିମାନ ସହିତ ପ୍ରାରମ୍ଭିକ କଳିଙ୍ଗନ କ୍ରମର ଛୋଟ ମନ୍ଦିର ଥିଲା।

ଇନ୍‌ଟାକର ପ୍ରକଳ୍ପ ସଂଯୋଜକ ତଥା ବିଶିଷ୍ଟ ଐତିହାସିକ ଅନିଲ ଧୀରଙ୍କ ସମେତ ଗବେଷକ ଦୀପକ କୁମାର ନାୟକ, ବିକ୍ରମ ନାୟକ, କୋରାପୁଟର ସଦସ୍ୟ ସଞ୍ଜୀବ ହୋତା, ଏବଂ ଅଜିତ ପାତ୍ରଙ୍କୁ ନେଇ ଗଠିତ ଏକ ଟିମ୍‌ ନିକଟରେ କୋରାପୁଟରେ ଏକ ଐତିହ୍ୟ ସର୍ଭେ କରିବା ସମୟରେ ଏହା ନଜରକୁ ଆସିଥିଲା। ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ୨ମନ୍ଦିରକୁ ସଂରକ୍ଷଣ କରାଯାଇ ମରାମତି ସହ ପୁନରୁଦ୍ଧାର କରାଯାଉଛି। ହେଲେ ଉକ୍ତ ପୁରାତନ ବିଷ୍ଣୁ ମନ୍ଦିରଟି ନଷ୍ଟ ହୋଇଯାଇଥିବା ବେଳେ ନୂତନ ଢାଞ୍ଚାରେ କରିବା ପାଇଁ ପ୍ରାଚୀନ ଗଠନ ଶୈଳକୁ ଭାଙ୍ଗି ଦିଆଯାଇଛି। ପୂର୍ବ ମନ୍ଦିରର ସମସ୍ତ ଖୋଦେଇ ଓ ଅଳଙ୍କାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଯାହାସବୁ ନୂତନ ଶୈଳୀରେ ମନ୍ଦିର ଗଠନ କରାଯାଉଛି, ତାହା ପୂର୍ବ ମନ୍ଦିର ସହିତ କୌଣସି ସମାନତା ରହୁ ନ ଥିଲା। ଏପରିକି ପୁରାତନ ଚତୁର୍ଭୁଜ ବିଷ୍ଣୁ ପ୍ରତିମୂର୍ତ୍ତିକୁ ପୁରାତନ ମନ୍ଦିରରୁ ହଟାଇ ଅବହେଳିତ ଭାବେ ଖୋଲା ସ୍ଥାନରେ ରଖାଯାଇଥିଲା। କେବଳ ଦୁଇଟି ଖୋଦିତ କବାଟ ବ୍ୟତୀତ ଅନ୍ୟ ସାଜସଜ୍ଜା ମୂର୍ତ୍ତି ନଷ୍ଟ ହୋଇଯାଇଛି। ସେହିପରି ବିଶିଷ୍ଟ ଗଜଲକ୍ଷ୍ମୀ ମୂର୍ତ୍ତି ସହିତ କବାଟ ଦ୍ୱାର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଏଥିସହ କିଛି ପ୍ରାଚୀନ ପଥରଗୁଡ଼ିକୁ ସ୍ଥାନୀୟ ଲୋକ ନେଇଯାଇଥିବା ଜଣାପଡ଼ିଥିଲା। ସେହିଭଳି ବିଷ୍ଣୁ ମନ୍ଦିରଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଫୁଫୁଗଁାର ଜୈନ ମନ୍ଦିରରେ ମଧ୍ୟ ଅଧା ମରାମତି ହୋଇଛି। ଏହି ମନ୍ଦିର ମଧ୍ୟ ଏକ ପ୍ରାରମ୍ଭିକ କଳିଙ୍ଗନ ସମୟର, ଯାହାକି ଷଷ୍ଠ-ସପ୍ତମ ଶତାବ୍ଦୀରେ ନିର୍ମିତ ହୋଇଥାଇପାରେ। ଏଠାରେ ମଧ୍ୟ ମୂଳ ଗଠନକୁ ଭାଙ୍ଗି ଦିଆଯାଇଥିବାବେଳେ ପଥର ଖଣ୍ଡଗୁଡ଼ିକ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୁନରୁଦ୍ଧାର ନାମରେ ଉଭୟ ମନ୍ଦିର କିପରି ନଷ୍ଟ ହୋଇଯାଇଛି ତାହା କାର୍ଯ୍ୟରୁ ସ୍ପଷ୍ଟ ଉଲ୍ଲେଖ ହେଉଛି।

ଏ ସମ୍ପର୍କରେ ଇନ୍‌ଟାକ ମୁଖ୍ୟ ସଂଯୋଜକ ଅନିଲ ଧୀର କହିଛନ୍ତି, କୌଣସି ପ୍ରତ୍ନତତ୍ତ୍ୱବିତ୍‌ କିମ୍ବା ଐତିହ୍ୟ ବିଶେଷଜ୍ଞ ପୁରାତନ ସଂରଚନାକୁ ଭାଙ୍ଗି ସେହି ସ୍ଥାନରେ ଏକ ନୂତନ ନିର୍ମାଣ କରିବେ ନାହିଁ। ଉଭୟ ପୁରାତନ ମନ୍ଦିରଗୁଡିକ ପୁନରୁଦ୍ଧାର ଯୋଗ୍ୟ ଅବସ୍ଥାରେ ଥିଲା ଏବଂ ସେମାନଙ୍କର ମୂଳ ରୂପରେ ସଂରକ୍ଷିତ ହୋଇଥାନ୍ତା। ବାସ୍ତବରେ, ପୁରାତନ ମନ୍ଦିରଗୁଡିକ ଅକ୍ଷୁଣ୍ଣ ରହିବା ଉଚିତ ଏବଂ ନୂତନ ସଂରଚନା ଯେଉଁଠାରେ ଚିତ୍ର, ପ୍ରାଚୀନ ପଥରଗୁଡ଼ିକ ସୁରକ୍ଷିତ ରଖିବା ଆବଶ୍ୟକ। ସେହିଭଳି ଗବେଷକ ଦୀପକ ନାୟକ କୁହନ୍ତି, ଅର୍ଦ୍ଧ-କୁଶଳୀ ବ୍ୟକ୍ତିଙ୍କ ଦ୍ୱାରା ସଂରକ୍ଷଣ କାର୍ଯ୍ୟ କରାଯାଉଛି। ଏହି କାର୍ଯ୍ୟକୁ କୌଣସି ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ କରି ନ ଥିବା ଜଣାପଡୁଛି। ଦୁଇଟି ପ୍ରାଚୀନ ପଥର ମନ୍ଦିର ଭାଙ୍ଗିବା ଦୁଃଖଦ ଘଟଣା। ବାସ୍ତବରେ ଯାହା ୧୪ ଶତାବ୍ଦୀରୁ ଅଧିକ ସମୟ ଧରି ବଞ୍ଚି ରହିଥିଲା, ତାହା ସଂରକ୍ଷଣ ନାମରେ ନଷ୍ଟ କରାଯାଉଛି। ଅନ୍ୟପଟେ ସଞ୍ଜୀବ ହୋତା ଏହା ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ କର୍ତ୍ତୃପକ୍ଷଙ୍କୁ ଲେଖିଛନ୍ତି। ଅଜିତ ପାତ୍ର କହିଛନ୍ତି, ଜିଲାର ସମଗ୍ର ଐତିହ୍ୟକୁ ଦଲିଲ କରିବା ପାଇଁ ଇନ୍‌ଟାକର କୋରାପୁଟ ଦଳ ଖୁବ୍‌ଶୀଘ୍ର ଏକ ପ୍ରକଳ୍ପ ଆରମ୍ଭ କରିବ। ସମୃଦ୍ଧ ଜୈନ ସ୍ମାରକୀ ଏବଂ ପ୍ରାଥମିକ ଅବଧି ଐତିହ୍ୟ ସଂରଚନା ଏପର୍ଯ୍ୟନ୍ତ ଠିକ ତାଲିକାଭୁକ୍ତ ହୋଇନାହିଁ। ଏ ନେଇ କୁନ୍ଦୁରା ବିଡିଓ ସନ୍ଧ୍ୟା ସମରଥ କୁହନ୍ତି, କୌଣସି ଐତିହ୍ୟ ନଷ୍ଟ କରିବା ଉଦ୍ଦେଶ୍ୟ ନୁହେଁ। ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଏହାର ନବୀକରଣ କରାଯାଉଛି। ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଥିବାରୁ ପୁନରୁଦ୍ଧାର କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ ବୋଲି ସେ କହିଛନ୍ତି। ଅନ୍ୟପଟେ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଜୈନ ମନ୍ଦିର ଓ ବିଷ୍ଣୁ ମନ୍ଦିର ଭଗ୍ନ ଅବସ୍ଥାରେ ଥିଲା। ଏବେ ପ୍ରଶାସନ ନବୀକରଣ କରୁଛନ୍ତି। କିନ୍ତୁ ଯେପରି ଐତହ୍ୟ, କୀର୍ତ୍ତିରାଜି ନଷ୍ଟ ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଉ ବୋଲି ଫୁଫୁଗାଁର ତ୍ରିନାଥ ହରିଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଧର୍ମଶାଳା ABEOଙ୍କ ସମ୍ପତ୍ତି ଦେଖି ତାଜୁବ୍! ୧୯ଟି ପ୍ଲଟ୍‌, ୩ଟି ବହୁତଳ କୋଠା ଠାବ

ଭୁବନେଶ୍ୱର,ଧର୍ମଶାଳା୧୨।୧୦(ଶିବପ୍ରସାଦ ମହାନ୍ତି): ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍‌ ଠାବ ହୋଇଥିବା ସୂଚନା ମିଳିଛି। ଏହା…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?