Posted inଖେଳ

ହାରିଲେ ଏଭଳି କୁହନ୍ତି ଲୋକେ: କପିଲ ଦେବଙ୍କୁ ଜାଡେଜାଙ୍କ ଜବାବ…

କୋଲକାତା,୧।୮ : ନିକଟରେ ଏକ ସାକ୍ଷାତକାରରେ ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଟିମ ଇଣ୍ଡିଆର କିଛି ଖେଳାଳିଙ୍କୁ ଅହଂକାରୀ ବୋଲି ଅଭିହିତ କରିଥିଲେ। ସେ କହିଥିଲେ ଟଙ୍କା ଆସିବା ପରେ କିଛି ଖେଳାଳି ଅହଂକାର କରିଛନ୍ତି। ଖେଳାଳିମାନେ ଭାବୁଛନ୍ତି ସେମାନେ ସବୁକିଛି ଜାଣନ୍ତି ଏବଂ ପରାମର୍ଶ ପାଇଁ ଜଣେ ଭେଟେରାନଙ୍କ ନିକଟକୁ ମଧ୍ୟ ଯାଆନ୍ତି ନାହିଁ। ରବିନ୍ଦ୍ର ଜାଡେଜା ବର୍ତ୍ତମାନ ଏହାର ଉତ୍ତର ଦେଇଛନ୍ତି। ତୃତୀୟ ଦିନିକିଆ ପୂର୍ବରୁ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଜାଡେଜା କହିଛନ୍ତି ପୂର୍ବତନ ଖେଳାଳିମାନେ ସେମାନଙ୍କ ମତ ପ୍ରକାଶ କରିବା ଉଚିତ, କିନ୍ତୁ କପିଲଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ।

କପିଲ ଦେବଙ୍କ ମନ୍ତବ୍ୟର ଜବାବ ଦେଇ ଜାଡେଜା କହିଛନ୍ତି ଯେତେବେଳେ ଭାରତ ମ୍ୟାଚ ହାରିଯାଏ ସେତେବେଳେ ଲୋକମାନେ ଏପରି ମନ୍ତବ୍ୟ ଦିଅନ୍ତି। ଜାଡେଜା କହିଛନ୍ତି ଖେଳାଳିମାନେ କେବଳ ଭାରତ ପାଇଁ ଜିତିବା ଉପରେ ଧ୍ୟାନ ଦେଇଥିଲେ ଏବଂ ସେମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା ନ ଥିଲା।

ଜାଡେଜା କହିଛନ୍ତି, ସମସ୍ତଙ୍କର ନିଜସ୍ବ ମତ ଅଛି। ପୂର୍ବତନ ଖେଳାଳିଙ୍କର ମତାମତ ଦେବାର ସମସ୍ତ ଅଧିକାର ଅଛି, କିନ୍ତୁ ମୁଁ ଭାବୁନାହିଁ ଦଳରେ କୌଣସି ଅହଂକାର ଅଛି। ସମସ୍ତେ ନିଜ କ୍ରିକେଟ ଉପଭୋଗ କରୁଛନ୍ତି ଏବଂ ସମସ୍ତେ କଠିନ ପରିଶ୍ରମ କରୁଛନ୍ତି। ସେମାନେ ସେମାନଙ୍କର ଶତପ୍ରତିଶତ ପ୍ରୟାସ ଦେଉଛନ୍ତି। ଭାରତୀୟ ଦଳ ଏକ ମ୍ୟାଚ ହାରିଗଲେ ଏଭଳି ମନ୍ତବ୍ୟ ସାଧାରଣତଃ ଆସିଥାଏ।
ଏକ ଦଳ ଭାବରେ ଭଲ କରିବା ଆମର ଲକ୍ଷ୍ୟ। ’ ଜାଡେଜା କହିଛନ୍ତି ଯୁବକ ଏବଂ ଅଭିଜ୍ଞତାକୁ ମିଶାଇ ଏହା ଏକ ଭଲ ଦଳ। ଆମେ ଭାରତର ପ୍ରତିନିଧିତ୍ୱ କରୁଛୁ ଏବଂ ମ୍ୟାଚ ଜିତିବା ଆମର ମୁଖ୍ୟ ଉଦ୍ଦେଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?