Posted inଖେଳ

ଅଧା ରହିଗଲା ବିଜୟର ଖୁସି! ସିରାଜ, ତିଳକଙ୍କ ସମେତ ୩ କ୍ରିକେଟରଙ୍କୁ ଲିଗାଲ ନୋଟିସ୍‌, ବଢ଼ିଲା… 

ହାଇଦ୍ରାବାଦ,୧୭।୬: ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରିଦେଶୀୟ ସିରିଜ୍‌ର ଫାଇନାଲ୍‌ରେ ପ୍ରବେଶ କରି ଭାରତୀୟ ଏ-ଦଳ (India A) ଉତ୍ସବ ମନାଉଥିବା ବେଳେ ଅଧିନାୟକ ତିଲକ ବର୍ମାଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ତିଲକଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ୧୦୧ ରନ୍‌ର ବୃହତ ବ୍ୟବଧାନରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ ଏ ଦଳ ୯ ଉଇକେଟ ହରାଇ ୩୧୯ ରନ କରିଥିଲା ଏବଂ ପରେ ଆଫଗାନିସ୍ତାନକୁ ମାତ୍ର ୨୧୮ ରନ୍‌ରେ ଅଟକାଇ ସହଜ ବିଜୟ ହାସଲ କରିଥିଲା। ହେଲେ ଏହି ବିଜୟର ଖୁସି ଅଧା ରହିଯାଇଛି। କାରଣ ତେଲଙ୍ଗାନା କ୍ରିକେଟ ଆସୋସିଏସନ (TCA) ପକ୍ଷରୁ ତିଳକ ବର୍ମାଙ୍କ ସମେତ ଅନ୍ୟ କେତେକ ଦିଗ୍ଗଜଙ୍କୁ ଏକ ଆଇନଗତ ନୋଟିସ ପଠାଯାଇଛି।
ତେଲଙ୍ଗାନା କ୍ରିକେଟ ଆସୋସିଏଶନ, ଟଲିଉଡର ଜନପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଭେଙ୍କଟେଶଙ୍କ ସମେତ ଷ୍ଟାର୍‌ କ୍ରିକେଟର ଅମ୍ବାତି ରାୟୁଡୁ, ତିଲକ ବର୍ମା ଏବଂ ମହମ୍ମଦ ସିରାଜଙ୍କୁ ଆଇନଗତ ନୋଟିସ ଜାରି କରିଛି। ନୋଟିସ ଅନୁଯାୟୀ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ (HCA) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର କୌଣସି ଅନୁମତି ନ ନେଇ କର୍ପୋରେଟ କମ୍ପାନୀଗୁଡିକ ସହିତ ମିଶି ବ୍ୟାବସାୟିକ କାର୍ଯ୍ୟକଳାପ ଚଳାଉଛି।

ଏହି ନୋଟିସ୍‌ରେ ଅଭିଯୋଗ କରାଯାଇଛି ଯେ, ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ଯେଉଁ ଟି-୨୦ ଲିଗ୍‌ (TG20) ଆୟୋଜନ କରୁଛି, ସେଥିପାଇଁ ବିସିସିଆଇର କୌଣସି ମଞ୍ଜୁରୀ ନିଆଯାଇ ନାହିଁ। ବୋର୍ଡର ଅନୁମତି ବିନା ଏଭଳି ଲିଗ୍‌ର ପ୍ରଚାର ପ୍ରସାର କରିବା ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ ଏବଂ ଏହାକୁ ଏକ ଅପରାଧ ଶ୍ରେଣୀରେ ଗଣାଯିବ।

ସୂଚନାଯୋଗ୍ୟ, ଅଭିନେତା ବିଜୟ ଏହି ଲିଗ୍‌ର ବ୍ରାଣ୍ଡ ଆମ୍ବାସଡର ଭାବେ ଜଡ଼ିତ ଥିବା ବେଳେ ଉକ୍ତ କ୍ରିକେଟରମାନଙ୍କ ଉପରେ ଏହାର ପ୍ରମୋଶନ ବା ପ୍ରଚାର କରୁଥିବାର ଅଭିଯୋଗ ରହିଛି। ତେବେ ଏହି ଆଇନଗତ ନୋଟିସ ମିଳିବା ପରେ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ କିମ୍ବା ସମ୍ପୃକ୍ତ ଖେଳାଳି ଓ ଅଭିନେତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏପରିକି ଏହି ସମ୍ବେଦନଶୀଳ ମାମଲାକୁ ନେଇ ବିସିସିଆଇ (BCCI) ମଧ୍ୟ ଏପର୍ଯ୍ୟନ୍ତ ନିଜର କୌଣସି ସ୍ପଷ୍ଟୀକରଣ ରଖିନାହିଁ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଡୁ ଚାଷବେଳେ ହଠାତ୍‌ ମାଡିଆସିଲା ଭୟଙ୍କର ବର୍ଷା, ପବନ: ଗଛ ମୂଳେ ଆଶ୍ରୟ ନେଇଥିବା ୩ ମହିଳାଙ୍କୁ ମାରିଲା ବିଜୁଳି

  ଥୁଆମୂଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଗ୍ରାମର ନୁନ ପାଣି ପାହାଡ଼ ନିକଟରେ ଆଜି ଏକ…

ଦିଗପହଣ୍ଡି ଏନଏସି ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଶୁଭାରମ୍ଭ; ନାଗରିକଙ୍କ ସହଭାଗିତା, ସଚେତନତା, ସୁଶାସନ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସହରରେ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏନଏସି କାର୍ଯ୍ୟାଳୟ ସମ୍ମିଳନୀ…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆସନ୍ତାକାଲି ଖୋଲିବନି ସ୍କୁଲ: ଏହି ୨ ଜିଲାରେ ବଢ଼ିଲା ଖରାଛୁଟି ଅବଧି

ଭୁବନେଶ୍ୱର, ୧୭।୬: ବଲାଙ୍ଗୀର ଜିଲାରେ ବଢ଼ିଲା ଖରାଛୁଟି ଅବଧି। ୨୦ ତାରିଖ ଯାଏ ଖରାଛୁଟି ଅବଧି ବଢ଼ିଛି। ତେବେ ୨୨ ତାରିଖରେ ବଲାଙ୍ଗୀରରେ ଶିକ୍ଷାନୁଷ୍ଠାନ ଖୋଲିବ। ପ୍ରବଳ…

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

ଧୂଷୁରୀପଙ୍ଗଟା ମୁଖ୍ୟରାସ୍ତାରେ ମଦ ଦୋକାନ ପୁନଃସ୍ଥାପନକୁ ବିରୋଧ: ଜିଲାପାଳଙ୍କୁ ଭେଟି ଦାବିପତ୍ର

ଅସୁରାଳି, ୧୭।୬ (ସନ୍ତୋଷ ସାହୁ): ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀପଙ୍ଗଟା ମୁଖ୍ୟ ରାସ୍ତାପାର୍ଶ୍ୱରେ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନକୁ ପୁନର୍ବାର ସ୍ଥାପନ ନ କରିବା…

ଚାମେଲିଙ୍କ ସପକ୍ଷରେ ବାହାରିଲେ ପାଟଣା ବ୍ଲକ ସରପଞ୍ଚ: ଚାମେଲିଙ୍କୁ ଦୋଷ ମୁକ୍ତ କର, ନ ହେଲେ…

ପାଟଣା,୧୭।୬(ବୀର କିଶୋର ଦାଶ):କେନ୍ଦ୍ରାପଡା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସପକ୍ଷରେ ବାହାରିଲେ ପାଟଣା ବ୍ଲକ ସରପଞ୍ଚ। ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ପ୍ରଦାନ ସହ ସମ୍ପୂର୍ଣ୍ଣ…

ଶେଷ ଦିନରେ ୧୩ ଜଣ ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ, କିଏ କେଉଁ ଜୋନ୍‌ରୁ ଦେଖନ୍ତୁ ପୂରା ଲିଷ୍ଟ

ଛତ୍ରପୁର,୧୭।୬ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଯୋଜନା କମିଟି ସଦସ୍ୟ ଲାଗି ଆଜି ଶେଷ ଦିନରେ ୧୩ ଜଣ ଜିଲା ପରିଷଦ ସଭ୍ୟ / ସଭ୍ୟା ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri