ବିବାଦରେ ‘ହେରାଫେରି ୩’

ମୁମ୍ବାଇ: ୨୦୦୦ରେ ରିଲିଜ୍‌ ହୋଇଥିବା ପ୍ରସିଦ୍ଧ କମେଡି ଫିଲ୍ମ ‘ହେରାଫେରି’ର ତୃତୀୟ ସିକ୍ୱେଲ ‘ହେରାଫେରି ୩’ରେ ଭେଟେରାନ୍‌ ଅଭିନେତା ପରେଶ ରାଓ୍ବଲ ସାମିଲ ହେବେ ନାହିଁ। ଏନେଇ ସେ ଗତ ୧୮ ତାରିଖରେ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଥିଲେ। ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ‘ହେରାଫେରି ୩’ର ନିର୍ମାତା ତଥା ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ପରେଶଙ୍କୁ ଏକ ଲିଗାଲ ନୋଟିସ୍‌ ପଠାଇଛନ୍ତି। ପରେଶ ହଠାତ୍‌ ଫିଲ୍ମରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରି ଫିଲ୍ମ ନିର୍ମାତାଙ୍କ ସହ କରିଥିବା କଣ୍ଟ୍ରାକ୍ଟକୁ ଉଲ୍ଲଂଘନ କରିଛନ୍ତି ଏବଂ ଫିଲ୍ମକୁ କ୍ଷତି ପହଞ୍ଚାଇଛନ୍ତି। ପରେଶଙ୍କ ଉକ୍ତ ଆଚରଣ ଅଣପେସାଦାର ହୋଇଥିବା ଦର୍ଶାଇ ଅକ୍ଷୟ ତାଙ୍କୁ ୨୫ କୋଟି ଟଙ୍କାର କ୍ଷତିପୂରଣ ନୋଟିସ୍‌ ପଠାଇଛନ୍ତି। ବୁଧବାର ଏନେଇ ‘ହେରାଫେରି’ ସିରିଜ୍‌ର ଅନ୍ୟତମ ଷ୍ଟାର୍‌ ଅଭିନେତା ସୁନୀଲ ଶେଟ୍ଟିଙ୍କର ପ୍ରତିକ୍ରିୟା ସାମ୍‌ନାକୁ ଆସିଛି। ‘ହେରାଫେରି ୩’ରେ ସାମିଲ ନ ହେବା ନେଇ ପରେଶଙ୍କ ନିଷ୍ପତ୍ତି ତାଙ୍କୁ ବ୍ୟକ୍ତିଗତ ଭାବେ ଝଟକା ଦେଇଛି ବୋଲି ସୁନୀଲ କହିଛନ୍ତି। ସେ କହିଛନ୍ତି, ପରେଶଙ୍କ ବିନା ‘ହେରାଫେରି ୩’ର କଳ୍ପନା ଅସମ୍ଭବ। ତାଙ୍କ କିମ୍ବା ଅକ୍ଷୟଙ୍କ ବିନା ଏହି ଫିଲ୍ମର ନିର୍ମାଣ ସମ୍ଭବ, କିନ୍ତୁ ପରେଶଙ୍କ ବିନା ଏହା ହୋଇପାରିବ ନାହିଁ। ପରେଶଙ୍କ ବିନା ‘ହେରାଫେରି ୩’କୁ ଦର୍ଶକ ପସନ୍ଦ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Ind Vs Pak: ଏହି ଷ୍ଟାର ଭାରତୀୟ ଖେଳାଳିଙ୍କୁ ନେଇ ଭୟ କଲାଣି ପାକିସ୍ତାନ!

ନୂଆଦିଲ୍ଲୀ,୧୪।୨: ଫେବୃଆରୀ ୧୫ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC ପୁରୁଷ ଟି୨୦ ବିଶ୍ୱକପ ୨୦୨୬ରେ ହେବାକୁ ଥିବା ହାଇ-ଭୋଲଟେଜ ମ୍ୟାଚ ପୂର୍ବରୁ ପରିବେଶ ଉଷ୍ମ…

ବ୍ୟାନର ମାରି ଉପସ୍ଥିତି ଦର୍ଶାଇଲେ ମାଓବାଦୀ: ଆତଙ୍କିତ ନ ହେବାକୁ….

ରାୟଗଡ଼ା/କଲ୍ୟାଣସିଂହପୁର,୧୪।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ମାଓବାଦୀ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ଜଣ ମାଓବାଦୀ ଆତ୍ମସମର୍ପଣ ପରେ ରାୟଗଡ଼ା ଜିଲା ଏକ ପ୍ରକାର ମାଓମୁକ୍ତ ଅଞ୍ଚଳ…

ସାଇବର ଠକଙ୍କ କବ୍‌ଜାରେ ବଲାଙ୍ଗୀରର ୯୯୨ ଆକାଉଣ୍ଟ

ବଲାଙ୍ଗୀର,୧୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାଶ କରିଛି। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି ଶୁକ୍ରବାର ସ୍ଥାନୀୟ…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ହାତୀ ପାଇଁ ଅଟକିଲା ମାଲବାହୀ ଟ୍ରେନ୍‌: ଲୋକୋପାଇଲଟ….

କେନ୍ଦୁଝର/ଯୋଡ଼ା,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ/ମାନସ ମହାନ୍ତି):କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ବାମେବାରି ନିକଟ ନମିରା ଗ୍ରାମ ନିକଟ ବନ୍ଧୁଆବେଡ଼ାରେ ଗୁରୁବାର ସକାଳ ସମୟରେ ହାତୀ ପାଇଁ…

ହାସିନାଙ୍କ ପ୍ରତ୍ୟର୍ପଣ ଦାବିକଲା ବିଏନ୍‌ପି: ଆଜି ଶପଥ ନେବେ ତାରିକ୍‌ ରହମାନ

ଢାକା,୧୪ା୨(ପି.ଟି./ଏଜେନ୍ସି):୨୦୨୪ ଅଗଷ୍ଟରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିରୋଧରେ ମୁଣ୍ଡ ଟେକିଥିବା ଛାତ୍ର ଆନ୍ଦୋଳନ ଶେଷରେ ତାଙ୍କୁ କ୍ଷମତାଚ୍ୟୁତ କରିଥିଲା। ଅଗଷ୍ଟ ୫ରେ ହାସିନା ଦେଶ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

ପ୍ରତିଶ୍ରୁତି ମିଳିଲା, ଆନ୍ଦୋଳନ ହଟିଲା: ବିକ୍ରି ଅପେକ୍ଷାରେ ରହିଥିବା ଚାଷୀ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):ରବି ଚାଷକାର୍ଯ୍ୟ ସମୟ ଗଡ଼ି ଚାଲିଛି। କିଛି ଚାଷୀ ତଳିପକା କାର୍ଯ୍ୟ ସାରିଥିବାବେଳେ ଆଉ କିଛି ବିଲରେ ଧାନପହ୍ଲା ରୋଇ ସାରିଛନ୍ତି। ମାତ୍ର ଜିଲାରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri