ବିବାଦରେ ‘ହେରାଫେରି ୩’

ମୁମ୍ବାଇ: ୨୦୦୦ରେ ରିଲିଜ୍‌ ହୋଇଥିବା ପ୍ରସିଦ୍ଧ କମେଡି ଫିଲ୍ମ ‘ହେରାଫେରି’ର ତୃତୀୟ ସିକ୍ୱେଲ ‘ହେରାଫେରି ୩’ରେ ଭେଟେରାନ୍‌ ଅଭିନେତା ପରେଶ ରାଓ୍ବଲ ସାମିଲ ହେବେ ନାହିଁ। ଏନେଇ ସେ ଗତ ୧୮ ତାରିଖରେ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଥିଲେ। ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ‘ହେରାଫେରି ୩’ର ନିର୍ମାତା ତଥା ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ପରେଶଙ୍କୁ ଏକ ଲିଗାଲ ନୋଟିସ୍‌ ପଠାଇଛନ୍ତି। ପରେଶ ହଠାତ୍‌ ଫିଲ୍ମରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରି ଫିଲ୍ମ ନିର୍ମାତାଙ୍କ ସହ କରିଥିବା କଣ୍ଟ୍ରାକ୍ଟକୁ ଉଲ୍ଲଂଘନ କରିଛନ୍ତି ଏବଂ ଫିଲ୍ମକୁ କ୍ଷତି ପହଞ୍ଚାଇଛନ୍ତି। ପରେଶଙ୍କ ଉକ୍ତ ଆଚରଣ ଅଣପେସାଦାର ହୋଇଥିବା ଦର୍ଶାଇ ଅକ୍ଷୟ ତାଙ୍କୁ ୨୫ କୋଟି ଟଙ୍କାର କ୍ଷତିପୂରଣ ନୋଟିସ୍‌ ପଠାଇଛନ୍ତି। ବୁଧବାର ଏନେଇ ‘ହେରାଫେରି’ ସିରିଜ୍‌ର ଅନ୍ୟତମ ଷ୍ଟାର୍‌ ଅଭିନେତା ସୁନୀଲ ଶେଟ୍ଟିଙ୍କର ପ୍ରତିକ୍ରିୟା ସାମ୍‌ନାକୁ ଆସିଛି। ‘ହେରାଫେରି ୩’ରେ ସାମିଲ ନ ହେବା ନେଇ ପରେଶଙ୍କ ନିଷ୍ପତ୍ତି ତାଙ୍କୁ ବ୍ୟକ୍ତିଗତ ଭାବେ ଝଟକା ଦେଇଛି ବୋଲି ସୁନୀଲ କହିଛନ୍ତି। ସେ କହିଛନ୍ତି, ପରେଶଙ୍କ ବିନା ‘ହେରାଫେରି ୩’ର କଳ୍ପନା ଅସମ୍ଭବ। ତାଙ୍କ କିମ୍ବା ଅକ୍ଷୟଙ୍କ ବିନା ଏହି ଫିଲ୍ମର ନିର୍ମାଣ ସମ୍ଭବ, କିନ୍ତୁ ପରେଶଙ୍କ ବିନା ଏହା ହୋଇପାରିବ ନାହିଁ। ପରେଶଙ୍କ ବିନା ‘ହେରାଫେରି ୩’କୁ ଦର୍ଶକ ପସନ୍ଦ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ପାକିସ୍ତାନୀ ପ୍ରେମ: ଭାରତର ବଡ଼ ଶତ୍ରୁଙ୍କ ସହ କରିବେ ଲଞ୍ଚ୍‌

ୱାଶିଂଟନ,୧୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଲଞ୍ଚରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବେ। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି...

ସ୍ବାମୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ, ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ ବେଳେ…

ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗାଁରୁ ଆସିଛି ପୁଣି ପାରିବାରିକ କଳହର କରୁଣ ପରିଣତି। ସ୍ବାମୀଙ୍କୁ ହତ୍ୟା କରି...

ମୋଦିଙ୍କ ସହ ଫଟୋ ଶେୟାର କରି ହୃଦୟର କଥା କହିଦେଲେ ମେଲୋନି: ପ୍ରଧାନମନ୍ତ୍ରୀ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡାର କାନାନାସ୍କିସ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ...

କଳିଙ୍ଗା ଘାଟିରେ ଧସିଲା ମାଟି ଅତଡ଼ା, ପାହାଡ଼ ତଳକୁ ଖସିଲା ୨ ଜେସିବି

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଳିଙ୍ଗା ଘାଟିରେ ମାଡ଼ି ଅତଡ଼ା ଧସିଛି। ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଧସି ପଡ଼ିଥିବା ଜଣାପଡ଼ିଛି। ତେବେ ଘାଟି...

ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି, ଫସି ରହିଲେ ଜୁଏଲ ଓରାମ

ଭୁବନେଶ୍ୱର/ନୂଆଦିଲ୍ଲୀ,୧୮ା୬: ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୪ ଘଣ୍ଟା ଧରି ଫସି ରହିଥିଲେ ଯାତ୍ରୀ। ଏହି ବିମାନରେ...

କୋଉଠି ଲୁଚିଛ, ସରେଣ୍ଡର କର: ‘ସୁପ୍ରିମ ଲିଡର୍‌’ଙ୍କୁ ଅଲ୍ଟିମେଟମ୍‌ ଦେଲେ ଟ୍ରମ୍ପ

ଜେରୁଜେଲମ,୧୮।୬:ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସୁପ୍ରିମ ଲିଡର୍‌ ଖାମେନେଇଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଖାମେନେଇଙ୍କ ନାମ ନେଇ...

ଆସନ୍ତାକାଲି ପର୍ଯ୍ୟନ୍ତ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା: ଏସବୁ ରାଜ୍ୟକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୮ା୬: ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କିଛିକିଛି ସ୍ଥାନରେ ବଜ୍ରପାତ ସହିତପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା...

ମୋଦି-କାର୍ନିଙ୍କ ମଧ୍ୟରେ ଐତିହାସିକ ଡିଲ୍‌: ଏବେ ଟେନ୍‌ସନ୍‌ରେ ଖଲିସ୍ତାନୀ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନୂତନ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ବୈଠକ କାନାଡାର କାନାନାସ୍କିସରେ ଅନୁଷ୍ଠିତ G7 ଶିଖର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri