ହେନ୍ତାଳବନର ସୁରକ୍ଷା,ବୃଦ୍ଧି ପାଇଁ ପ୍ରୟାସ

ଋାଜନଗର,୪।୯(ଡି.ଏନ.ଏ.):  ବଙ୍ଗୋପସାଗର ତଟବର୍ତ୍ତୀ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରାକୃତିକ ଭାବେ ଗଢି ଉଠିଥିବା ହେନ୍ତାଳବନର ସୁରକ୍ଷା ଏବଂ ବୃଦ୍ଧି ପାଇଁ ରାଜନଗର ବନବିଭାଗ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଧିରେ ଧିରେ ଭିତରକନିକା ସୀମା ସରହଦରେ ବେଆଇନ ଭାବେ ଗଢି ଉଠିଥିବା ଚିଙ୍ଗୁଡିଘେରିରୁ ନିର୍ଗତ ବିଷାକ୍ତ ରାସାୟନିକ ପଦାର୍ଥ ଭିତରକନିକାରେ ପ୍ରବାହିତ ନଦୀ ନାଳର ଜଳରେ ମିଶିବା ଦ୍ୱାରା ହେନ୍ତାଳ ବୃକ୍ଷ ପ୍ରତି ବିପଦ ସୃଷ୍ଟି କରୁଛି। ରାଜନଗର ବନବିଭାଗ ପକ୍ଷରୁ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ବାଉଁଶଗଡି ନଦୀ ପାଖ ସୁନେଇ ରୂପେଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଚାରିଘରିଆଠାରେ ହେନ୍ତାଳବୃକ୍ଷ ନର୍ସରୀ ସ୍ଥାପନ କରାଯାଇଛି। ଏହାକୁ ରାଜନଗର ଡିଏଫଓ ଡ. ଯଜ୍ଞଦତ୍ତ ପତି ଉଦ୍‌ଘାଟିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏସିଏଫ୍‌ ପୁନମ ହୀରା ହାଁସଦା, ଗବେଷକ ପ୍ରସନ୍ନ କୁମାର ନାୟକ, ରାଜନଗର ରେଞ୍ଜ ଅଫିସର ଚିତ୍ତରଞ୍ଜନ ବେହୁରା, ଇକ୍ରିକର ସଂଯୋଜକ ଦେବାଶିଷ ପତି, ଫରେଷ୍ଟର ପଦ୍ମନାଭ ରାଉତ, ରଞ୍ଜନ କୁମାର ପାଣି, ରଞ୍ଜିତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଲୁଣା ଜଙ୍ଗଲ ପରିସର ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ଲୁଣା ଗଛର ଚାରା ଯେପରି ସହଜରେ ଉପଲବ୍ଧ ହେବ, ସେଥିପାଇଁ ଭିତରକନିକାର ଡାଙ୍ଗମାଳଠାରେ ୬୭ ପ୍ରଜାତିର ଲୁଣା ଗଛର ନର୍ସରୀ ଗୋଟିଏ ସ୍ଥାନରେ ନିର୍ମାଣ କରାଯାଇଛି। ଚାରିଘରିଆଠାରେ ମ୍ୟାନଗ୍ରୁଭ ମେଟା ନର୍ସରୀ ଉଦ୍‌ଘାଟିତ ହୋଇଛି। ଏହି ନର୍ସରୀରେ ଭିତରକନିକାରେ ଥିବା ସମସ୍ତ ୬୭ ପ୍ରଜାତିର ଲୁଣା ଗଛର ଚାରା ପ୍ରସ୍ତୁତ କରାଯିବ। ବର୍ତ୍ତମାନ ପ୍ରଥମ ଦଫାରେ ରାଇ, ସିନ୍ଦୁକା, ଗରାଣୀ, ବଣରୁଅ, ହେନ୍ତାଳ, ସୁନ୍ଦରୀ, କରଞ୍ଜ, ହବାଳି, କେରୁଅଁ, ଶିଶୁମର, ପାଣିଆମ୍ବ, ଖରିସେଣା, ବନୀ, ଗୁଆଁ, ପାଳିଆଚୁଆ, ଡଟ, ସିଙ୍ଗଡା ଆଦି ୨୨ ପ୍ରଜାତିର ୩୫ ହଜାର ଚାରା ପ୍ରସ୍‌ୁତ କରାଯାଇଛି। ବାଉଁଶଗଡ଼ ନଦୀରୁ ଏହି ନର୍ସରୀକୁ ସ୍ଲୁଇସ୍‌ ମାଧ୍ୟମରେ ଲୁଣାପାଣି ଯାଆସ କରୁଛି। ପୂର୍ବରୁ ଯେଉଁ ସ୍ଥାନରେ ଚାରା ରୋପଣ ହେଉଥିଲା ତା ପୂର୍ବରୁ ସେହି ସ୍ଥାନରେ ଚାରା ପ୍ରସ୍ତୁତ କରାଯାଇଥାଏ। ଭିତରକନିକା ଲୁଣା ଜଙ୍ଗଲ ପାଇଁ ପ୍ରସିଦ୍ଧିଲାଭ କରିଥିଲେ ମଧ୍ୟ ସ୍ଥାୟୀ ଲୁଣା ଗଛର ନର୍ସରୀ ନ ଥିଲା । ଭାରତର କୌଣସି ସ୍ଥାନରେ ଗୋଟିଏ ସ୍ଥାନରେ ୬୭ ପ୍ରଜାତିର ଲୁଣା ଗଛର ଚାରା ପ୍ରସ୍ତୁତି ନିମନତେ ନର୍ସରୀ ନାହିଁ ବୋଲି କୁହାଯାଉଛି।
ଭିତରକନିକା ଜାତୀୟ ଉଦ୍ୟାନରେ ହେନ୍ତାଳବଣର ବୃଦ୍ଧି ପାଇଁ ବ୍ୟାପକ କାର୍ଯ୍ୟକ୍ରମ ବନବିଭାଗ ହାତକୁ ନେଇଛି। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ-୨୦୨୧ର ରିପୋର୍ଟ ଅନୁସାରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଗତ ୨ ବର୍ଷରେ ଲୁଣା ଜଙ୍ଗଲ ସବୁଠୁ ଅଧିକ ବୃଦ୍ଧି ପାଇଛି। ଓଡିଶାର ଭିତରକନିକା ଜାତୀୟ ଉଦ୍ୟାନରେ ଲୁଣା ଜଙ୍ଗଲର କଳେବର ବୃଦ୍ଦି ପାଇଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ସାରା ଦେଶରେ ଗତ ୨ ବର୍ଷରେ ୧୭ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ ଓଡିଶାରେ ୮.୩୪ ବର୍ଗ କି.ମି.ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ଓଡିଶାରେ ବୃଦ୍ଧି ପାଇଥିବା ୮.୩୪ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ମଧ୍ୟରୁ କେବଳ ଭିତରକନିକା ଜାତୀୟ ଉଦ୍ୟାନରେ ୭.୭୬ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ଗତ କିଛି ବର୍ଷ ହେଲା ରାଜ୍ୟ ଓ କେନ୍ଦ୍ର ସରକାର ଲୁଣା ଜଙ୍ଗଲ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଛନ୍ତି। ସାରା ବିଶ୍ୱରେ ୯୨ ପ୍ରଜାତିର ହେନ୍ତାଳ ବଣ ଦେଖା ଯାଉଥିବା ବେଳେ ଭାରତରେ ୭୩ ପ୍ରଜାତିର ଓ ଭିତରକନିକାରେ ସମସ୍ତ ୭୩ ପ୍ରଜାତିର ହେନ୍ତାଳ ବଣ ଦୃଷ୍ଟି ଗୋଚର ହୋଇଥାଏ। ଲୁଣା ଜଙ୍ଗଲ ବା ହେନ୍ତାଳବଣ ଉପକୂଳର ସୁରକ୍ଷା କବଚ। ବିଭିନ୍ନ ଝଡ, ବାତ୍ୟା ସମୟରେ ଲୁଣା ଜଙ୍ଗଲ ଉପକୂଳର ସୁରକ୍ଷା କବଚ ହୋଇଆସିଛି। ବାତ୍ୟା ଓ ଲୁଣା ଜୁଆର ପ୍ରତିରୋଧ କ୍ଷମତା ଲୁଣା ଜଙ୍ଗଲର ରହିଛି। ସମୁଦ୍ର ତଟଭୂମିରେ ସୁରକ୍ଷା କବଚ ଭଳି ଲୁଣା ଜଙ୍ଗଲ ଉଭୟ ସ୍ଥଳ ଓ ଜଳଭାଗକୁ ସୁରକ୍ଷା ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri