Posted inଜାତୀୟ

କଳ୍ପନା ସୋରେନ ହୋଇପାରନ୍ତି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୬ ।୮: ଝାଡ଼ଖଣ୍ଡରେ ଏବେ ରାଜନୈତିକ ଝଡ ଲାଗି ରହିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ଉପରେ ଖଣ୍ଡା ଝୁଲୁଛି । ଅବୈଧ ଖଣି ଖନନ ପଟ୍ଟା ଆବଣ୍ଟନ ମାମଲାରେ ତାଙ୍କର ଅଡୁଆ ବଢିବାରେ ଲାଗିଛି । ଜନପ୍ରତିନିଧି ଆଇନ ୧୯୫୧ରେ ସେ ଦୋଷୀ ହୋଇଛନ୍ତି । ଏବେ ଶେଷ ନିଷ୍ପତ୍ତି ରାଜ୍ୟପାଳଙ୍କ ଉପରେ । ଏବେ ପ୍ରଶ୍ନ ଉଠିଛି କି ଯଦି ଶୁକ୍ରବାର ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତି ତେବେ କିଏ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ । ଏହି ରେସରେ କେତେ ଜଣଙ୍କ ନାମ ସାମ୍ନାକୁ ଆସୁଥିବା ବେଳେ ସବୁଠାରୁ ଆଗରେ ରହିଛି ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନାମ ।

କଳ୍ପନା ଓଡ଼ିଶାର ମୟୁରଭଞ୍ଜ ଜିଲା ବାସିନ୍ଦା । ଏକ ବ୍ୟବସାୟୀ ପରିବାରରେ ତାଙ୍କର ଜନ୍ମ । ତାଙ୍କର ଦୁଇ ଭଉଣୀ ଭାଇ ରହିଛନ୍ତି । ୧୯୭୬ରେ ରାଞ୍ଚିରେ ସେ ଜନ୍ମ ନେଇଥିଲେ । ରାଞ୍ଚିରେ ସେ ଗ୍ରାଜୁଏଶନ ଶେଷ କରିଛନ୍ତି । ଏହାପରେ ୨୦୦୬ରେ ସେ ହେମନ୍ତ ସୋରେନଙ୍କୁ ବିବାହ କରିଥିବା ବେଳେ ତାଙ୍କର ୨ଟି ସନ୍ତାନ ରହିଛନ୍ତି ।
ସେ ନିଜେ ଜଣେ ବିଜନେସ ଓମେନ । ଏହାସହ ସେ ଏକ ପ୍ରାଇଭେଟ ସ୍କୁଲ ବି ଚଳାଉଛନ୍ତି । ସାମାଜିକ କାର୍ଯ୍ୟକ୍ରମରେ ସେ ଖୁବ୍ କମ ନଜର ଆସନ୍ତି । ହେଲେ ମହିଳା ସଶକ୍ତିକରଣ ଓ ଶିଶୁ କାର୍ଯ୍ୟକ୍ରମରେ ସେ ସବୁବେଳେ ନଜର ଆସିଥାଆନ୍ତି ।
ମୁଖ୍ୟମନ୍ତ୍ରୀ ପଦକୁ ନେଇ କଳ୍ପନା ସୋରେନଙ୍କ ନାମ ଚର୍ଚ୍ଚାକୁ ଆସୁଛି ସତ । ହେଲ ଏବେ ସବୁଠାରୁ ବଡ ପ୍ରଶ୍ନ ବିନା ରାଜନୈତିକ ଅନୁଭବରେ କଳ୍ପନା କ’ଣ ରାଡ଼ଖଣ୍ଡ ରାଜନୀତିର ଟଣାଭିଡାକୁ ସମ୍ଭାଳି ପାରିବେ । କଳ୍ପନାଙ୍କ ମାତା-ପିତା ରାଜନୈତିକ ପରିବାରର ନୁହେଁ ସତ ହେଲେ ସେ ସୋରେନ ପରିବାରର ବୋହୂ ହେବା ପରେ ଦୀର୍ଘ ୧୬ ବର୍ଷ ହେବ ରାଜନୀତିକୁ ଅତି ପାଖରୁ ଦେଖି ଆସୁଛନ୍ତି । ତାଙ୍କ ସ୍ୱାମୀ ହେମନ୍ତ ସୋରେନଙ୍କର ରାଜନୀତିରେ ଲମ୍ବା ଅନୁଭବ ରହିଛି । ସେ ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି । ଏହାସହ କଳ୍ପନାଙ୍କ ଶ୍ୱଶୁର ଶିବୁ ସୋରେନ ବି ରାଜନୀତିରେ ବହୁ ପୁରୁଣା । ତେଣୁ ଏସବୁକୁ ଦେଖିଲେ କଳ୍ପନା ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri