Posted inଜାତୀୟ

ସୋନିଆଙ୍କୁ ଭେଟିଲେ ହେମନ୍ତ

ନୂଆଦିଲ୍ଲୀ,୧୪।୭(ପି.ଟି.): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ହେମନ୍ତ ସୋରେନ୍‌ ଶନିବାର କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସ୍ତ୍ରୀ ସୁନୀତା କେଜ୍‌ରିଓ୍ବାଲଙ୍କୁ ଭେଟିଛନ୍ତି। ସ୍ତ୍ରୀ କଳ୍ପନା ସୋରେନ୍‌ଙ୍କ ସହ ହେମନ୍ତ ୧୦ ଜନପଥ ବାସଭବନରେ ସୋନିଆଙ୍କୁ ସାକ୍ଷାତ କରିଥିଲେ। ଲୋକ ସଭା ନିର୍ବାଚନ ପରେ ତଥା ସେ ଜେଲ୍‌ରୁ ବାହାରିବା ପରେ ସୋନିଆଙ୍କୁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ହେମନ୍ତ କହିଥିବାବେଳେ ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଉପରେ କୌଣସି ଆଲୋଚନା ହୋଇ ନ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କାଯର୍ର୍‌ୟକାରୀ ଅଧ୍ୟକ୍ଷ ଥିବା ହେମନ୍ତ ସୁନୀତାଙ୍କୁ ଭେଟିବା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଅବକାରୀ ଦୁର୍ନୀତି ମାମଲାରେ ଖୁବ୍‌ଶୀଘ୍ର ଜାମିନ ପାଇବେ ବୋଲି ଆଶାବ୍ୟକ୍ତ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ସାକ୍ଷାତ ଆଲୋଚନା ବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ଉପସ୍ଥିତ ଥିଲେ। ଆପ୍‌ ପକ୍ଷରୁ ଉକ୍ତ ମିଟିଂର ଏକ ଭିଡିଓ ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ କରାଯାଇଛି। ଏକଚ୍ଛତ୍ରବାଦ ବିରୋଧରେ ଇଣ୍ଡିଆ ବ୍ଲକ୍‌ ଏକାଠି ହୋଇଥିବା କ୍ୟାପ୍‌ଶନରେ ଲେଖାଯାଇଛି। ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ଇଡି ହେମନ୍ତଙ୍କୁ ଗତ ଜାନୁଆରୀ ୩୧ରେ ଗିରଫ କରିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୫ ମାସ ପରେ ସେ ଜାମିନରେ ବାହାରି ପୁଣିଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ: ପଥର ବନ୍ଧ ନିର୍ମାଣ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ…

ଛତ୍ରପୁର, ୧୧/୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ…

ଧାନ ରୁଆ ବେଳେ ଅଘଟଣ, ବଜ୍ରପାତରେ ଚାଲିଗଲା ୪ ମହିଳାଙ୍କ ଜୀବନ

ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼…

ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗୋଦାମ: ଅଡ଼ବା ପୁଲିସର ଚଢ଼ାଉରେ …

ମୋହନା, ୧୧।୮ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣକାରୀଙ୍କ ବିରୋଧରେ ଅଡ଼ବା ପୋଲିସକୁ ମିଳିଛି ବଡ଼ ସଫଳତା। କେଶରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେକାବନ୍ଧା ସଂରକ୍ଷିତ ଜଙ୍ଗଲରେ ଲୁଚାଇ…

ତାଳବଣିଆ ଛକ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ପିକ୍‌ଅପ୍‌: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର, ୧୧।୮ (ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ପଞ୍ଚାୟତର ତାଳବଣିଆ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକ ବୋଝେଇ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ମୃତ୍ୟୁକୁ ଜୟ କରିପାରିଲେନି ମୃତ୍ୟୁଞ୍ଜୟ: ଶେଷରେ…

ଗୁଡାରି, ୧୧।୮ (ପ୍ରମୋଦ କୁମାର ପତି): ଗୁଡାରି ସହରର ଗୌଡ଼ ସାହି ବାସିନ୍ଦା ନରସିଂହ ପାଢ଼ୀଙ୍କ କଲେଜ ପଢୁଆ ପୁଅ ମୃତ୍ୟୁଞ୍ଜୟ ପାଢ଼ୀ କ୍ୟାନ୍‌ସର ସହ ଦୀର୍ଘଦିନ…

ଝାଡଖଣ୍ଡକୁ କାହିଁକି ଗଲେନି ରାହୁଲ ଗାନ୍ଧୀ? ସିଧା ସିଧା ଉତ୍ତର ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୧।୮: ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ମଙ୍ଗଳବାର ଦିନ ସଂସଦ ପରିସର ବାହାରେ NDA ଏବଂ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri