Posted inଜାତୀୟ

ହ୍ୟାଲୋ ମୁଁ ସିବିଆଇ ଅଫିସର କହୁଛି…ବୃଦ୍ଧ ମହିଳାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଉଡିଗଲା ୭୨ ଲକ୍ଷ ଟଙ୍କା

ଥିରୁଭାନନ୍ତପୁରମ୍‌,୧୩।୯: କେରଳର ଜଣେ ୮୨ ବର୍ଷ ବୟସ୍କା ମହିଳା ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଠକମାନେ ଚତୁରତାର ସହ ଜଣେ ବୃଦ୍ଧ ମହିଳାଙ୍କୁ ଟାର୍ଗେଟ କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୭୨ ଲକ୍ଷ ଟଙ୍କା ଚୋରି କରିଥିଲେ।

ମହିଳା ଜଣକ କହିଛନ୍ତି ଯେ ଅଗଷ୍ଟ ୨୩ରେ ତାଙ୍କୁ ଏକ ଅଜ୍ଞାତ ନମ୍ବରରୁ କଲ ଆସିଥିଲା। କଲ କରୁଥିବା ବ୍ୟକ୍ତି ନିଜକୁ ଜଣେ ଆରବିଆଇ ଅଧିକାରୀ ବୋଲି ପରିଚୟ ଦେଇଛନ୍ତି। ଏହା ପରେ ଅଭିଯୁକ୍ତ ମହିଳାଙ୍କୁ କହିଥିଲେ ଯେ, ତାଙ୍କ କ୍ରେଡିଟ କାର୍ଡ ବ୍ଲକ୍‌ କରାଯାଇଛି ଏବଂ ଏହାକୁ ତୁରନ୍ତ ଧ୍ୟାନ ଦେବାକୁ ଏବଂ ଏହାକୁ ଅନ୍‌ବ୍ଲକ୍‌ କରିବା କଥା କହିଥିଲେ।

ଏହା ପରେ ମହିଳାଙ୍କୁ ଆଉ ଏକ କଲ ଆସିଥିଲା ଏବଂ ପରେ ଠକ ଜଣଙ୍କ ସିବିଆଇ ଅଧିକାରୀ ଭାବରେ ଉକ୍ତ ମହିଳାଙ୍କ ପରିଚୟ ପ୍ରକାଶ କରିଥିଲେ। ନକଲି ସିବିଆଇ ଅଧିକାରୀ ମହିଳାଙ୍କୁ କହିଥିଲେ ଯେ ତାଙ୍କ ବିରୋଧରେ ଟଙ୍କା ଲଣ୍ଡରିଂ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ମହିଳାଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ କରାଯାଇଥିଲା। ଏନେଇ ମହିଳା ଡରି ଯାଇଥିଲେ। ଯେପର୍ଯ୍ୟନ୍ତ ଯାଞ୍ଚ ଚାଲିଛିମହିଳା ଜଣକ ସେମାନଙ୍କ ସହ ସହଯୋଗ କରିବାକୁ କୁହାଯାଇଥିଲା। ଏହା ପରେ ମହିଳାଙ୍କୁ ନକଲି ଡକ୍ୟୁମେଣ୍ଟ ଦେଖାଇ ଡିଜିଟାଲ ଗିରଫ କରାଯାଇଥିଲା ଏବଂ ପରେ ଗିରଫ ଧମକ ଦିଆଯାଇଥିଲା।

ଏହି ଅନୁସନ୍ଧାନ ସମୟରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ସୂଚନା ନିଆଯାଇଥିଲା ଏବଂ ତାଙ୍କୁ କୁହାଯାଇଥିଲା ଯେ ଯଦି ସେ ଏହି ଘଟଣାରେ ସହଯୋଗ ନ କରନ୍ତି ତେବେ ତାଙ୍କୁ ଗିରଫ କରାଯିବା ନିଶ୍ଚିତ। ଏହା ପରେ ମହିଳା ଜଣକ ବିବ୍ରତ ହୋଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଚୋରମାନଙ୍କୁ ଦେଇଥିଲେ ଏବଂ ପରେ ୭୨ ଲକ୍ଷ ଟଙ୍କା ଚୋରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏକ ସମୟରେ ରାବଣପୋଡି ଉତ୍ସବରେ ସାମିଲ ହେଲେ ମୋଦି-ରାହୁଲ, ଫଟୋ ଭାଇରାଲ 

ନୂଆଦିଲ୍ଲୀ,୧୩।୧୦: ଦେଶବ୍ୟାପୀ ପବିତ୍ର ନବରାତ୍ରି ଉତ୍ସବ ଜାରି ରହିଛି। ଏ ନେଇ  ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। ଏହି ଅବସରରେ ଦିଲ୍ଲୀରେ ଏକ ନିଆରା ଚିତ୍ର...

୪୬୨ କୋଟିର ସମ୍ପତ୍ତି, ଦାମୀ ହୀରା ଅଳଙ୍କାର, ଆଖି ଖୋସି ହୋଇଗଲା ପରି ବାବା ସିଦ୍ଦିକ୍‌ଙ୍କ ସମ୍ପତ୍ତି…

ମୁମ୍ବାଇ,୧୩।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି।...

ବାବା ସିଦ୍ଦିକ୍‌ଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା: ସୁଟରମାନେ ଅଟୋରେ ଆସି…

ମୁମ୍ବାଇ,୧୩ା୧୦: ମୁମ୍ବାଇରେ ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକ୍‌ଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା।...

ଗୁଳିମାଡରେ ଜୀବନ ହାରିଲେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକ

ମୁମ୍ବାଇ,୧୨।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପିର ଅଜିତ ପାୱାର ଦଳର ସଦସ୍ୟ ବାବା ସିଦ୍ଦିକଙ୍କ ମୁମ୍ବାଇର ବାନ୍ଦ୍ରାଠାରେ ଗୁଳିମାଡ ପରେ ତାଙ୍କର ମୃତ୍ୟୁ ଘଟିଛି।...

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କୁ ମୁମ୍ବାଇରେ ଗୁଳିମାଡ଼

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପିର ଅଜିତ ପାୱାର ଦଳର ସଦସ୍ୟ ବାବା ସିଦ୍ଦିକଙ୍କୁ ମୁମ୍ବାଇର ବାନ୍ଦ୍ରା ଠାରେ ଗୁଳିମାଡ ହୋଇଛି। ଗମନ ପରେ...

ତୀର ମାରି ରାବଣ ଦହନ କଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୦: ଦିଲ୍ଲୀର ମାଧବ ଦାସ ପାର୍କରେ ରାବଣ ପୋଡି ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ...

ନିର୍ମାଣ କାମ ବେଳେ ଭୁଶୁଡ଼ିଲା କାନ୍ଥ: ଚାଲିଗଲା ୭ ଶ୍ରମିକଙ୍କ ଜୀବନ

ମେହସଣା(ଗୁଜରାଟ),୧୨।୧୦: ଗୁଜରାଟ ମେହସଣା ଜିଲାରେ ଶନିବାର ଏକ ଅଘଟଣ ଘଟିଛି। ଏକ ଘରୋଇ କମ୍ପାନୀର କାନ୍ଥ ଭୁଶୁଡ଼ି ୭ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏପରିକି କାନ୍ଥ...

ଭାଜପାକୁ ନେଇ ଏମିତି ବୟାନ ଦେଲେ ଖାର୍ଗେ, ରାଗିବେ ମୋଦି

ନୂଆଦିଲ୍ଲୀ,୧୨।୧୦: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ସମୟରେ ସେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri