ନରକଙ୍କାଳ, ଖପୁରି ଜବତ

ଜେନାପୁର,୧୭।୪(ଡି.ଏନ.ଏ.): ଜେନାପୁର ଥାନା ଅଞ୍ଜିରା ପଞ୍ଚାୟତ ଅଧୀନ ମୁରାରିପୁର ଗ୍ରାମ ନିକଟରେ ଥିବା ମହିମା ଆଶ୍ରମ ବାଡ଼ିର ଏକ କେନ୍ଦୁଗଛରୁ ଶନିବାର ଅପରାହ୍ନରେ ମଣିଷର ଖପୁରି, କଙ୍କାଳ, ଚପଲ ଓ ପୋଷାକ ମିଳିଛି। ଏହାକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି। ସୂଚନା ମୁତାବକ, ଅପରାହ୍ନରେ ମୁରାରିପୁର ଗ୍ରାମର କିଛି ପିଲା କେନ୍ଦୁ ଖାଇବାକୁ ସେଠାକୁ ଯାଇଥିଲେ। ଗଛରୁ କେନ୍ଦୁ ତୋଳିବା ସମୟରେ ଗଛରେ ଓହଳିଥିବା ରଶିରେ ଏକ ହାଡ଼ ଓ ତଳେ ପଡ଼ିଥିବା ଖପୁରି ସହ ଖଣ୍ଡବିଖଣ୍ଡିତ ହାଡ଼ ଦେଖିବାକୁ ପାଇଥିଲେ। ପିଲାମାନେ ଏସବୁ ଦୃଶ୍ୟ ହଠାତ୍‌ ଦେଖି ଚକିତ ହୋଇଯାଇଥିଲେ। ପରେ ଏ ସମ୍ପର୍କରେ ଗାଁକୁ ଆସି ପ୍ରକାଶ କରିବାରୁ ଏହା ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା।
ପାଇ ଜେନାପୁର ଥାନାଧିକାରୀ ଉମାକାନ୍ତ ନାୟକଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ବାସୁଦେବ ପରିଡ଼ା, ଏଏସ୍‌ଆଇ ମନୋରଞ୍ଜନ ସାମଲ ସଦଳବଳ ସେଠାରେ ପହଞ୍ଚତ୍ ସେସବୁକୁ ଜବତ କରିଥିଲେ। ଚପଲ ଓ ଡ୍ରେସ୍‌ରୁ ଏହା କୌଣସି ପୁରୁଷ କଙ୍କାଳ ବୋଲି ସନ୍ଦେହ କରାଯାଉଛି। ଘଟଣାଟି ଦୀର୍ଘଦିନ ପୂର୍ବରୁ ଘଟିଥିବା ପ୍ରତ୍ୟକ୍ଷଦର୍ଶୀମାନେ ସନ୍ଦେହ ପ୍ରକାଶ କରୁଛନ୍ତି। ତେବେ ଏହି ପୁରୁଷ କିଏ ଓ କାହିଁକି ତାଙ୍କର ମୃତ୍ୟୁ ହେଲା ତାହା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ କିଛି ମାସ ତଳେ ମୁରାରିପୁର ଗ୍ରାମର ଜଣେ ଯୁବକ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ତେବେ ଜବତ କଙ୍କାଳ ତାଙ୍କର ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ତେଣୁ ଜବତ କଙ୍କାଳ ଓ ଅନ୍ୟ ସାମଗ୍ରୀକୁ ପରୀକ୍ଷା କରି ପୋଲିସ ଏହାର ପର୍ଦ୍ଦାଫାଶ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri