ସୁନ୍ଦରୀ ହେଲେନ୍‌ଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ୪ ସନ୍ତାନର ପିତା ସଲିମ୍‌ ଖାଁ; ଏଭଳି ଥିଲା ତାଙ୍କର ଲଭ୍‌ଷ୍ଟୋରୀ

ବମ୍ବେ: ବଲିଉଡ୍‌ରେ ଆଇଟମ୍‌ ଗର୍ଲର ପରମ୍ପରା ବେଶ ପୁରୁଣା କହିଲେ ଚଳେ। ଅନେକ ନାୟିକା ଏଥିରେ ନାଚି ଦର୍ଶକଙ୍କୁ ମତୁଆଲା କରନ୍ତି। ହେଲେ ବଲିଉଡ୍‌ର ପ୍ରଥମ ଆଇଟମ୍‌ ଗର୍ଲ କିଏ  ଜାଣନ୍ତି? ସେ ହେଲେ ହେଲେନ୍‌। ନିଜ ସମୟରେ ସେ ଏତେ ଚର୍ଚ୍ଚିତ ଥିଲେ ଯେ ତାଙ୍କ ନୃତ୍ୟ ଦେଖିବାକୁ ଦର୍ଶକେ ପାଗଳ ହୋଇଯାଉଥିଲେ। ୫୦ ଏବଂ ୬୦ ଦଶକରେ ସେ ଆଇଟମ୍‌ ଗୀତରେ ନାଚି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ।

୧୯୩୮ ଆଜିର ଦିନରେ ମିଆଁମାରରେ ଜନ୍ମ ନେଇଥିଲେ ହେଲେନ। ତାଙ୍କର ଜୀବନ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ବାପାଙ୍କୁ ହରାଇବା ପରେ ହେଲେନଙ୍କ ମା’ ଜଣେ ବ୍ରିଟିଶ ସୈନିକଙ୍କୁ ବିବାହ କରିଥିଲେ। ପରେ ତାଙ୍କ ପରିବାର କୋଲକାତା ଚାଲିଆସିଥିଲା। ଘରର ଖର୍ଚ୍ଚ ଉଠାଇବାକୁ ସେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିଥିଲେ। ପରେ ସେ ଆଇଟମ୍‌ ଗର୍ଲ ଭାବେ ନାଁ କମାଇଥିଲେ। ୧୯୫୭ରେ ସେ ନିଜଠାରୁ ୨୭ ବର୍ଷ ବଡ଼ ନିର୍ଦ୍ଦେଶକ ପିଏନ୍‌ ଅରୋରାଙ୍କୁ ବିବାହ କରିଥିଲେ। ଏହି ବିବାହ ୧୮ ବର୍ଷ ଯାଏ ଚାଲିଥିଲା। ୧୯୭୪ରେ ସେ ପିଏନ୍‌ଙ୍କଠାରୁ ଛାଡ଼ପତ୍ର ନେଇଥିଲେ।

ପରେ ହେଲେନଙ୍କ ଜୀବନକୁ ଆସିଥିଲେ ଜଣାଶୁଣା ଲେଖକ ସଲିମ ଖାଁ। ସେ ହେଲେନଙ୍କ ସହାୟତା କରିବା ପରେ ତାଙ୍କୁ ପୁଣି କାମ ମିଳିଥିଲା। ‘ଡନ୍‌, ଦୋସ୍ତାନା, ଶୋଲେ’ ଭଳି ଚଳଚ୍ଚିତ୍ରରେ ସେ କାମ କରିଥିଲେ। ସେତେବେଳେ ହେଲେନଙ୍କ ସୁନ୍ଦରତା ସମସ୍ତଙ୍କୁ ବିମୋହିତ କରୁଥିଲା। ସଲିମ ମଧ୍ୟ ସେଥିରୁ ବର୍ତ୍ତି ପାରି ନ ଥିଲେ। ପୂର୍ବରୁ ବିବାହିତ ଏବଂ ୪ ସନ୍ତାନର ପିତା ଥିବା ସତ୍ତ୍ୱେ ହେଲେନଙ୍କୁ ସେ ଭଲପାଇ ବସିଥିଲେ। ୧୯୮୧ରେ ସବୁକିଛିକୁ ପଛରେ ପକାଇ ଉଭୟ ବିବାହ କରିଥିଲେ। ତେବେ ଆଜି ତାଙ୍କ ଜନ୍ମଦିନରେ ହେଲେନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?