ହସ୍ପିଟାଲରେ ଆଡମିଟ ହେଲେ ହିନା ଖାନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହିନା ଖାନ ଅସୁସ୍ଥ ହୋଇ ପଡିଛନ୍ତି ଓ ଏହା ଭିତରେ ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜେ ଏହି ସୂଚନା ଦେଇଛନ୍ତି। ହିନା କହିଥିଲେ ଯେ ତାଙ୍କର ହାଇ ଫିଭର ଥିଲା, ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ଏହା ସହିତ ପ୍ରଶଂସକମାନଙ୍କୁ ହେଲଥ ଅପଡେଟ ଦେଉଥିବାବେଳେ ହିନା କହିଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହେବେ।
ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଦୁଇଟି ଫଟୋ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ସେ ହସ୍ପିଟାଲ ବେଡ ଉପରେ ବସିଥିବାର ନଜର ଆସିଛନ୍ତି। ଫଟୋର କ୍ୟାପସନରେ ସେ ଲେଖିଛନ୍ତି- ଲାଇଫ ଅପଡେଟ। ଫୋର୍ଥ ଡେ।
ଦ୍ୱିତୀୟ ଫଟୋରେ, ସେ ଏକ ଥର୍ମୋମିଟରର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଶରୀରର ତାପମାତ୍ରା ୧୦୨ ଦେଖାଯାଉଛି । ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି – ମୋର ହାଇ ଫିଭର ଅଛି ଏବଂ ମୋର ଶେଷ ଚାରି ରାତି ବହୁତ ଖରାପ ଯାଇଛି। ଏହି ତାପମାତ୍ରା ତଳକୁ ଯାଉନାହିଁ । କ୍ରମାଗତ ଭାବରେ ୧୦୨-୧୦୩ ରେ ବଡି ଟେମ୍ପରେଚର ରହୁଛି। ବର୍ତ୍ତମାନ କୌଣସି ଶକ୍ତି ବାକି ନାହିଁ । ଅଭିନେତ୍ରୀ ମଧ୍ୟ ଲେଖିଛନ୍ତି – ଯେଉଁମାନେ ମୋ ବିଷୟରେ ଚିନ୍ତିତ ଅଛନ୍ତି, ସେମାନଙ୍କୁ ଜଣାନ୍ତୁ ଯେ ମୁଁ ଶୀଘ୍ର ବାଉନ୍ସ ବ୍ୟାକ କରିବି।
ସୂଚନାଯୋଗ୍ୟ, ଶୋ ୟେ ରିସ୍ତା କି୍ୟା କେହଲତା ହୈ i ଏହିଥିରୁ ହିଁ ହିନା ଖାନ ନାମ-ଖ୍ୟାତି ଲାଭ କରିଥିଲା। ଏହି ଶୋ ତାଙ୍କୁ ରାତାରାତି ପ୍ରସିଦ୍ଧ କରିଥିଲା। ଦୀର୍ଘ ସମୟ ଧରି ସେ ଶୋ’ର ଏକ ଅଂଶ ଥିଲେ। ଏହି ଶୋ ପରେ ତାଙ୍କୁ ବିଗ ବସରେ ଦେଖିବାକୁ ମିଳିଥିଲା। ହିନା ବିଗ ବସରେ ବହୁତ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଫ୍ୟାଶନ ସେନ୍ସ ମଧ୍ୟ ଚର୍ଚ୍ଚାରେ ଥିଲା । ବିଗ ବସ ପରେ ହିନାଙ୍କୁ ନାଗିନ ସିରିଜରେ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି।
ଏହି ଅଭିନେତ୍ରୀ ବଲିଉଡରେ ମଧ୍ୟ ଡେବ୍ୟୁ କରିଛନ୍ତି। ତାଙ୍କୁ ବିକ୍ରମ ଭଟ୍ଟଙ୍କ ଫିଲ୍ମ ହ୍ୟାକଡରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri