ହେଭିୱେଟ୍‌ଙ୍କ ଗଡ଼ ଭାଙ୍ଗିଦେଲା ବିଜେଡି

ବଲାଙ୍ଗୀର ଅଫିସ,୨୮ା୨: ବଲାଙ୍ଗୀର ଜିଲାର ଦୁଇ ହେଭିୱେଟ୍‌ କଂଗ୍ରେସ ଦଳର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ଭାଜପାର କନକ ବର୍ଦ୍ଧନ ସିଂଦେଓଙ୍କ ଗଡ଼ରେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାତ୍‌ କରିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ପକ୍ଷରୁ ବଲାଙ୍ଗୀରରେ ଜିଲା ପରିଷଦ ଗଠନ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ଓ ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କ ନେତୃତ୍ୱରେ ୩୪ ଜିଲା ପରିଷଦ ଆସନରୁ ୨୩ ଆସନ ଅକ୍ତିଆର କରି ଭାଜପା ଶକ୍ତି ପ୍ରଦର୍ଶନ କରିଥିଲା। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବିଶେଷ ଭଲ ପ୍ରଦର୍ଶନ କରିପାରି ନ ଥିଲେ ମଧ୍ୟ ଦୁଇଟି ଜିଲା ପରିଷଦ ଆସନରେ ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବିଜୟୀ ହୋଇ କଂଗ୍ରେସର ଶକ୍ତି ପ୍ରଦର୍ଶନ କରିଥିଲେ। ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଜିଲାର ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି। ପ୍ରଥମ ଦିନ ଭୋଟ ଗଣତି ପରେ ୧୪ ଜିଲା ପରିଷଦ ଆସନରୁ ୧୨ଟିରେ ବିଜେଡି ବାଜିମାତ୍‌ କରିଛି। ଗୋଟିଏ ସିଟ୍‌ରେ ଭାଜପା ଓ ଅନ୍ୟ ଗୋଟିଏରେ କଂଗ୍ରେସ ସୀମିତ ରହିଛି। ସବୁଠୁ ଚକିତ କଲାଭଳି କନକଙ୍କ ଗଡ଼ କୁହାଯାଉଥିବା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜିମାତ୍‌ କରିଛି।

ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପରେ ପାଟଣାଗଡ଼, ଖପ୍ରାଖୋଲ ଓ ବେଲପଡ଼ାର ଘୋଷିତ ତିନି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଗଣତିରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି। ଏଭଳି ଏକ ପରିସ୍ଥିତିକୁ ନେଇ ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ଫଳାଫଳ ଯାହା, ତାକୁ ଗ୍ରହଣ କରିବାକୁ ପଡ଼ିବ। ଏବେ ଆମର ଦୁର୍ବଳତା କେଉଁଠି ଥିଲା, କେଉଁ କାରଣରୁ ଆମେ ଏପ୍ରକାର ପରିସ୍ଥିତିରେ ପଡିଲୁ ସେ ନେଇ ବିଚାର କରାଯିବ। ତେବେ ଗୋଟିଏ କଥା କହିବି, ଲୋକମାନେ ଗୋଟିଏ କଥା କହୁଛନ୍ତି ଓ ଆଉ ଗୋଟିଏ କରୁଛନ୍ତି। ଲୋକେ ଗଣତନ୍ତ୍ରକୁ ଆଉ ବିଶ୍ୱାସ କରୁନାହାନ୍ତି। ଲୋକେ ସବୁ ଜିନିଷ ବିକ୍ରିଯୋଗ୍ୟ ବୋଲି ଭାବୁଛନ୍ତି। ଲୋକେ ସୁଶାସନ ନୁହେଁ, ଟଙ୍କା ଚାହଁୁଛନ୍ତି। ଯିଏ ଯେତେ ଅଧିକ ଦେଲା ସିଏ ଜିତୁଛି ବୋଲି ସେ କହିଛନ୍ତି।
ଗତ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଜିଲା ପରିଷଦ ଆସନରୁ କଂଗ୍ରେସ ଗୋଟିଏ ସିଟ୍‌ ଜିତିଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ୪ ଆସନରୁ ୨ଟିରେ ବିଜେଡି ଜିତିସାରିଥିବାବେଳେ ଅନ୍ୟ ଦୁଇଟିରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି। ଗଡ଼ ରକ୍ଷା କରିବାରେ କଂଗ୍ରେସର ହେଭିୱେଟ୍‌ ନେତା ବିଧାୟକ ମିଶ୍ର ସଫଳ ହୋଇନାହାନ୍ତି। ଏନେଇ ତାଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କହିଥିଲେ ଯେ, ଚଳିତ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଦେଖି ଆଶ୍ଚର୍ଯ୍ୟ ହୋଇଛି। ଯାହା ଆଶା କରିଥିଲୁ ସେଥିରେ ନିରାଶ ହୋଇଛୁ। କଂଗ୍ରେସ ଦଳ ପାଇଁ ଏହା ଗୋଟେ ବିପର୍ଯ୍ୟୟ। ଆମକୁ ଆତ୍ମଚିନ୍ତନ କରିବାକୁ ପଡ଼ିବ। ରାସ୍ତା ଖୋଜିବାକୁ ପଡ଼ିବ। ତେବେ ବି ଜନମତକୁ ସମ୍ମାନ ଦେଉଛି। ଲୋକଙ୍କ ମତକୁ ମାନିବାକୁ ପଡ଼ିବ। ତେବେ ଓଡ଼ିଶାର ଯେଉଁ ଭଉଣୀଭାଇ ଭୋଟ୍‌ ଦେଇ ଶାସକ ଦଳକୁ ବିପୁଳ ବିଜୟ ଦେଇଛନ୍ତି ସେମାନେ ଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରି ଏକଚ୍ଛତ୍ରବାଦକୁ ସମର୍ଥନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri