ଆଜି ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୯ ତାରିଖରୁ ଆହୁରି ବଢ଼ିବ

ଭୁବନେଶ୍ୱର,୧୮ା୮: ସୋମବାର କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ବଜ୍ରପାତ ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁର ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ୧୯ ତାରିଖ ସକାଳୁ ବର୍ଷା ପରିମାଣ ବଢ଼ିପାରେ। ଏଥିପାଇଁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ରେଡ୍‌ ଓ୍ବାର୍ନିଂ ଓ ରାୟଗଡ଼ା, ଗଜପତି ଓ କଳାହାଣ୍ଡିକୁ ଅରେଞ୍ଜ ଓ୍ବାର୍ନିଂ ରହିଛି। ସେହିପରି ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁରକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ଉପକୂଳ, ପଶ୍ଚିମ କେନ୍ଦ୍ରୀୟ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସହିତ ଗଭୀର ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତତ୍‌ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ତେବେ ଏହି ଲଘୁଚାପ ସୋମବାର ଅବପାତର ରୂପ ନେବା ପରେ ବର୍ଷା ପରିମାଣ ଓ ବିସ୍ତୃତି ବଢ଼ିପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଆମେରିକା ସାମରିକ ଘାଟି ନିକଟରେ ଉ.କୋରିଆର ୧୦ ମିସାଇଲ ମାଡ଼, ଥରିଲେ ଟ୍ରମ୍ପ!

ସିଓଲ,୧୫ା୩: ଇରାନ୍‌ ଉପରେ ଆମେରିକାର ଘନ ଘନ ଆକ୍ରମଣ ଭିତରେ ଉତ୍ତର କୋରିଆ ପୂର୍ୱ ସାଗର ଉପକୂଳରେ ଆମେରିକାର ସେନା ଘାଟି ନିକଟରେ ୧୦ କ୍ଷେପଣାସ୍ତ୍ର ମାଡ଼…

ସେନା ପଠାଇଲା ଆମେରିକା, ଏବେ ବିଶ୍ୱଯୁଦ୍ଧ ଥୟ!

ଓ୍ୱାଶିଂଟନ୍‌ ,୧୫ା୩: ଇରାନ୍‌ର ଖାର୍ଗ ଦ୍ୱୀପ ଉପରେ ଆମେରିକାର ଆକ୍ରମଣ ପରେ ଇରାନ୍‌ ଆହୁରି ପ୍ରତିଶୋଧ ପରାୟଣ ହୋଇପଡ଼ିଛି। ପୂର୍ୱରୁ ଆମେରିକା ଉପରେ ପରୋକ୍ଷରେ ଚାପ ସୃଷ୍ଟି…

ରାଜ୍ୟ ସଭା ନିର୍ବାଚନ: ଘୋଡାବେପାର ପରେ ଚର୍ଚ୍ଚା ଏଜେଣ୍ଟ ହେବ କିଏ?

ଭୁବନେଶ୍ୱର, ୧୫।୩(ସୁନିତ୍‌ ମିଶ୍ର): ବିଜେଡିର ଅଧିକାଂଶ ନେତାଙ୍କ ଭିତରେ ବର୍ତ୍ତମାନ ଆଲୋଚନା ରାଜ୍ୟ ସଭା ନିର୍ବାଚନ ଲାଗି ଦଳର ଏଜେଣ୍ଟ କିଏ ହେବେ। ଏଜେଣ୍ଟଙ୍କ କାମ ହେଉଛି,…

ଆଜିଠୁ ୪ ଦିନ ଝଡ଼ବର୍ଷା

ଭୁବନେଶ୍ୱର, ୧୫ା୩(ବନ୍ଦନା ସେଠୀ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଶନିବାର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡାରେ ସର୍ୱାଧିକ ତାପମାତ୍ରା…

ଆମେରିକା ଉପରେ ଭୟଙ୍କର ଆକ୍ରମଣ କଲା ଇରାନ, ସବୁ ଛାରଖାର…

ତେହରାନ୍‌/ଓ୍ୱାଶିଂଟନ୍‌,୧୫ା୩:(ଏ.ପି./ରଏଟର୍ସ) ମଧ୍ୟପ୍ରାଚ୍ୟ ଯୁଦ୍ଧ ଶନିବାର ତୃତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଇରାନ୍‌ର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପରେ ଆମେରିକା ଆକ୍ରମଣ କରିଛି। ‘କ୍ରାଉନ୍‌ ଜୁଏଲ୍‌’…

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri