କାଳବୈଶାଖୀ ବର୍ଷା: ଜମିରେ ଭାସୁଛି ପାଚିଲା ଧାନ

ଲଙ୍ଗଳେଶ୍ୱର, ୧୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳରେ ଅଦିନିଆ କାଳବୈଶାଖୀ ବର୍ଷା ଯୋଗୁ ହେକ୍ଟର ହେକ୍ଟର ଜମିରେ ପାଚିଲା ଧାନ ସବୁ ପାଣିରେ ଭାସୁଛି। ବିଶେଷ କରି ଧାନଜମିରେ ଦୁଇ ଫୁଟ୍‌ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି। ପବନ ସହ ବର୍ଷା ଯୋଗୁ ୬୦ରୁ ୭୦ ପ୍ରତିଶତ ଜମିରେ ପାଚିଲା ଧାନ ମାଟି ଉପରେ ଶୋଇଯାଇଛି। ଗୋଟିଏ ପଟେ ଲକଡାଉନ୍‌ କଟକଣା ଯୋଗୁ ଧାନ ଅମଳ ହୋଇପାରି ନ ଥିବା ବେଳେ ଅନ୍ୟପଟେ କାଳବୈଶାଖୀ ବର୍ଷା ଚାଷୀଙ୍କ ଉପରେ ଦାଉ ସାଧୁଛି।
ବାଲେଶ୍ୱର ଜିଲା ଅଧୀନ ବାଲିଆପାଳ ଏବଂ ଲଙ୍ଗଳେଶ୍ୱର ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରିଥାନ୍ତି। ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଅଞ୍ଚଳର ଚାଷୀମାନେ ଧାନରୁଆଠାରୁ ଆରମ୍ଭ କରି ଧାମ ଅମଳ ପର୍ଯ୍ୟନ୍ତ ସମସ୍ତ ଚାଷ କାର୍ଯ୍ୟ ପାଇଁ ପଡ଼ୋଶୀ ମୟୂରଭଞ୍ଜ ଜିଲା ଏବଂ ପଶ୍ଚିମବଙ୍ଗର ଶ୍ରମିକଙ୍କ ଉପରେ ନିର୍ଭର କରିଥାନ୍ତି। ମାତ୍ର ଏବେ ଲକଡାଉନ୍‌ କଟକଣା ଯୋଗୁ ବାହାର ରାଜ୍ୟରୁ ଶ୍ରମିକ ଆସିପାରୁ ନ ଥିବାରୁ ହଜାର ହଜାର ହେକ୍ଟର ଜମିରେ ଧାନ କଟା ହୋଇ ନ ପାରିବାରୁ ଚାଷୀ କୁଳ ଚିନ୍ତାରେ ଅଛନ୍ତି। ଏହାସହିତ ହାର୍ଭେଷ୍ଟର ମେଶିନ ପାଇଁ ଡ୍ରାଇଭର ପଡ଼ୋଶୀ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରୁ ଆସିଥାନ୍ତି। ଲକଡାଉନ୍‌ କଟକଣା ଯୋଗୁ ଅନ୍ୟ ରାଜ୍ୟରୁ ଡ୍ରାଇଭର ମଧ୍ୟ ଆସିବା ସମ୍ଭବ ହୋଇପାରୁନି। କେମିତି ଧାନ ଅମଳ କରିବେ ସେହି ଚିନ୍ତାରେ ଅଛନ୍ତି ଚାଷୀ କୁଳ। ଗୋଟିଏ ପଟେ କରୋନା ପ୍ରଭାବିତ କରୁଥିବା ବେଳେ ଅନ୍ୟପଟେ ବର୍ଷା ଦାଉ ସାଧୁଛି। ଗତବର୍ଷ ରବି ଫସଲ ଅମଳ ବେଳକୁ ବାତ୍ୟା ଅମ୍ପନ ସମ୍ପୂର୍ଣ୍ଣ ଭାବେ ଧାନ ଚାଷ ଉଜାଡ଼ି ଦେଇଥିଲା। ବର୍ତ୍ତମାନ ସୁଦ୍ଧା ତାହାର କ୍ଷତି ଭରଣା କରିପାରି ନ ଥିବା ବେଳେ ଚାଷୀମାନେ ଚଳିତବର୍ଷ ଚାଷ ଉପରେ ଆଶା ରଖିଥିଲେ। ମାତ୍ର ଅମଳ ସମୟରେ ଲକଡାଉନ୍‌ କଟକଣା ଏବଂ କାଳବୈଶାଖୀ ବର୍ଷା ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେବାକୁ ବସିଛି। ଧାମ ଅମଳ ହୋଇ ନ ପାରିଲେ ଚାଷୀଙ୍କ ସବୁ ଆଶା ଚୁର୍‌ମାର ହେବା ନିଶ୍ଚିତ। ବ୍ୟାଙ୍କ, ସୋସାଇଟି ଏବଂ ହାତ ଉଧାରି କରି ଚାଷ କାର୍ଯ୍ୟରେ ଟଙ୍କା ବିନିଯୋଗ କରିଥିବା ଚାଷୀ ଧାନ ଅମଳ କରି ଧାର ଟଙ୍କା ପରିଶୋଧ କରିବା ସହିତ ନିଜର ଆବଶ୍ୟକତା ମେଣ୍ଟାଇଥାଏ। ଯାହା କି ଏବେ ଅସମ୍ଭବ ଲାଗୁଛି। ସରକାର ଏନେଇ ପଦକ୍ଷେପ ନେଲେ ଚାଷୀକୂଳ ଏହି ଦୁର୍ଦ୍ଦଶାରୁ ରକ୍ଷା ପାଇପାରନ୍ତେ ବୋଲି କାଳିଚରଣ ଜେନା, ସାର୍ତ୍ତୁକ ରାଉଳ ଓ ଅମୂଲ୍ୟ ପଟ୍ଟାୟତ ପ୍ରମୁଖ ଚାଷୀ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri