ପ୍ରବଳ ବର୍ଷାରେ ବୁଡ଼ିଗଲାଣି ଧାନଜମି, ଚାଷକାର୍ଯ୍ୟ ବ୍ୟାହତ, ଚାଷୀ ମୁଣ୍ଡରେ ଚଡ଼କ

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷଜମିରେ ବର୍ଷାଜଳ ଭରି ଯାଇଥିବାରୁ ଧାନଗଜା ବୁଡି ଗଲାଣି। ଯଦି ଆଉ କିଛି ଦିନ ବର୍ଷା ଲାଗି ରହିବ ତେବେ ଧାନ ଗଜା ବର୍ଷା ଜଳରେ ବୁଡ଼ି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି। ସମଗ୍ର କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ୯ହଜାର ହେକ୍ଟର ଜମିରେ ଧାନଚାଷ ଚାଷୀମାନେ କରିଛନ୍ତି। ୧୦ହଜାର ହେକ୍ଟରରେ କପା ଚାଷ କରାଯାଇଛି। ମକା , ମାଣ୍ଡିଆ, ଚିନାବାଦାମ, କାନ୍ଦୁଲ ଏଭଳି ବିଭିନ୍ନ ପ୍ରକାର ଚାଷ କରାଯାଇଛି। ଏହିପରି ଲଗାତର ବର୍ଷା ଜାରି ରହିବ। ତେବେ କପା ଗଛ ବର୍ଷା ଜଳରେ ଭାଙ୍ଗି ଯାଇ ବହୁ ନଷ୍ଟ ହେବ। କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମର ଗରିବ ଲୋକଙ୍କ ଝାଟିମାଟି ଘର ଭାଙ୍ଗି ଗଲାଣି। ଚାଷୀମାନେ ବିଲରେ ଧାନ ବେଉଷଣ କରିବା ସମୟର ବର୍ଷା ଲାଗି ରହିଥିବାରୁ ଚାଷ କରିବାରେ ଚାଷୀଙ୍କ ବହୁ କ୍ଷତି ହେବାର ସମ୍ଭାବନା ଦେଖାଯାଉଛି। ଚାଷଜମିରେ ବର୍ଷାଜଳ ଭରି ରହିଥିବାରୁ ଧାନଗଜାଗୁଡ଼ିକ ନଷ୍ଟ ହେବା ସହ କପା, ମକା, ମାଣ୍ଡିଆ, କାନ୍ଦୁଲ ଭଳି ବହୁ ଚାଷ କ୍ଷତଗ୍ରସ୍ତ ହେବାର ସ୍ପଷ୍ଟ ଦେଖା ଯାଉଛି। ଲଗାତର ବର୍ଷା ହେଉଥିବାରୁ ଲୋକମାନେ ଗ୍ରାମଞ୍ଚଳରୁ ସହରକୁ ଯିବା କଷ୍ଟ ହେଉଛି। କେସିଙ୍ଗା ସହରରେ ପନିପରିବା, ଦୋକାନ, ବଜାର କିଣାବିକାରେ ବହୁ ଅସୁବିଧା ଦେଖାଯାଉଛି।

କେସିଙ୍ଗା ବ୍ଲକ ବାଲସି ଗ୍ରାମର ହଜାର ହଜାର ଏକର ଚାଷଜମିରେ ପାଣି ଭରି ଗଲାଣି। ବାଲସି ଗ୍ରାମରେ ଲୋକମାନେ ବର୍ଷା ଯୋଗୁ ଘରୁ ପଦାକୁ ବାହାରୁ ନାହାନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ବି.ଏ.ଓ.ଜିତେନ୍ଦ୍ର ସିଂଙ୍କୁ ପଚାରିବାରୁ ବର୍ଷା ସରିଲେ ଆମ ଷ୍ଟାଫ୍‌ ସବୁ ଅଞ୍ଚଳକୁ ଯାଇ ସର୍ଭେ କରିବେ। ତେବେ ଜଣାପଡ଼ିବ କ’ଣ ସବୁ କ୍ଷୟକ୍ଷତି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?