ପ୍ରବଳ ବର୍ଷାରେ ବୁଡ଼ିଗଲାଣି ଧାନଜମି, ଚାଷକାର୍ଯ୍ୟ ବ୍ୟାହତ, ଚାଷୀ ମୁଣ୍ଡରେ ଚଡ଼କ

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷଜମିରେ ବର୍ଷାଜଳ ଭରି ଯାଇଥିବାରୁ ଧାନଗଜା ବୁଡି ଗଲାଣି। ଯଦି ଆଉ କିଛି ଦିନ ବର୍ଷା ଲାଗି ରହିବ ତେବେ ଧାନ ଗଜା ବର୍ଷା ଜଳରେ ବୁଡ଼ି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି। ସମଗ୍ର କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ୯ହଜାର ହେକ୍ଟର ଜମିରେ ଧାନଚାଷ ଚାଷୀମାନେ କରିଛନ୍ତି। ୧୦ହଜାର ହେକ୍ଟରରେ କପା ଚାଷ କରାଯାଇଛି। ମକା , ମାଣ୍ଡିଆ, ଚିନାବାଦାମ, କାନ୍ଦୁଲ ଏଭଳି ବିଭିନ୍ନ ପ୍ରକାର ଚାଷ କରାଯାଇଛି। ଏହିପରି ଲଗାତର ବର୍ଷା ଜାରି ରହିବ। ତେବେ କପା ଗଛ ବର୍ଷା ଜଳରେ ଭାଙ୍ଗି ଯାଇ ବହୁ ନଷ୍ଟ ହେବ। କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମର ଗରିବ ଲୋକଙ୍କ ଝାଟିମାଟି ଘର ଭାଙ୍ଗି ଗଲାଣି। ଚାଷୀମାନେ ବିଲରେ ଧାନ ବେଉଷଣ କରିବା ସମୟର ବର୍ଷା ଲାଗି ରହିଥିବାରୁ ଚାଷ କରିବାରେ ଚାଷୀଙ୍କ ବହୁ କ୍ଷତି ହେବାର ସମ୍ଭାବନା ଦେଖାଯାଉଛି। ଚାଷଜମିରେ ବର୍ଷାଜଳ ଭରି ରହିଥିବାରୁ ଧାନଗଜାଗୁଡ଼ିକ ନଷ୍ଟ ହେବା ସହ କପା, ମକା, ମାଣ୍ଡିଆ, କାନ୍ଦୁଲ ଭଳି ବହୁ ଚାଷ କ୍ଷତଗ୍ରସ୍ତ ହେବାର ସ୍ପଷ୍ଟ ଦେଖା ଯାଉଛି। ଲଗାତର ବର୍ଷା ହେଉଥିବାରୁ ଲୋକମାନେ ଗ୍ରାମଞ୍ଚଳରୁ ସହରକୁ ଯିବା କଷ୍ଟ ହେଉଛି। କେସିଙ୍ଗା ସହରରେ ପନିପରିବା, ଦୋକାନ, ବଜାର କିଣାବିକାରେ ବହୁ ଅସୁବିଧା ଦେଖାଯାଉଛି।

କେସିଙ୍ଗା ବ୍ଲକ ବାଲସି ଗ୍ରାମର ହଜାର ହଜାର ଏକର ଚାଷଜମିରେ ପାଣି ଭରି ଗଲାଣି। ବାଲସି ଗ୍ରାମରେ ଲୋକମାନେ ବର୍ଷା ଯୋଗୁ ଘରୁ ପଦାକୁ ବାହାରୁ ନାହାନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ବି.ଏ.ଓ.ଜିତେନ୍ଦ୍ର ସିଂଙ୍କୁ ପଚାରିବାରୁ ବର୍ଷା ସରିଲେ ଆମ ଷ୍ଟାଫ୍‌ ସବୁ ଅଞ୍ଚଳକୁ ଯାଇ ସର୍ଭେ କରିବେ। ତେବେ ଜଣାପଡ଼ିବ କ’ଣ ସବୁ କ୍ଷୟକ୍ଷତି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୁଭଲକ୍ଷ୍ମୀଙ୍କ ବହୁମୁଖୀ ପ୍ରତିଭା: ୮ ବର୍ଷ ବୟସରେ ନୃତ୍ୟ-ମଡେଲିଂରେ ସାଉଁଟୁଛନ୍ତି ସଫଳତା

ଅମରପାଲି,୨୯ା୧୦(ପୀତାମ୍ବର ସାହୁ): କଅଁଳ ବୟସରୁ ନୃତ୍ୟ ପ୍ରତି ଆଗ୍ରହ ରଖି ଚର୍ଚ୍ଚାକୁ ଆସିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ୮ ବର୍ଷୀୟା ଶୁଭଲକ୍ଷ୍ମୀ ହୋତା। ସମ୍ବଲପୁରର ଏକ…

ଡମି, ଏକ ଇଟାଲୀୟ ପାସପୋର୍ଟ, ଘରୋଇ ଜେଟ…, ଫିଲ୍ମ ଷ୍ଟାଇଲରେ ବ୍ରାଜିଲରୁ ଆମେରିକା ପଳାଇ ଗଲେ ବୋଲସୋନାରୋ

ବ୍ରାସିଲିଆ,୨୯।୧୦: ସାମ୍ପ୍ରତିକ ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ, ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋଙ୍କୁ ଆଉ ସର୍ବସାଧାରଣରେ ଦେଖିବାକୁ ମିଳିନାହିଁ। ଲୋକଲୋଚନରୁ ଦୂରେଇ ରହି ସେ ନିଜ…

ବଲାଙ୍ଗୀରରେ ବଢୁଛି ଗଞ୍ଜେଇ ବେପାର: ଦୁଇ ଦିନରେ ଷ୍ଟେଶନରୁ ୧୭ କେଜି ଗଞ୍ଜେଇ ଜବତ, ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ବଲାଙ୍ଗୀର,୨୯।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଳବାଇ ପୋଲିସ ଗତ ଦୁଇଦିନ ମଧ୍ୟରେ ୧୭ କେଜି ଗଞ୍ଜେଇ ଜବତ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ…

ରୁଷିଆ ଆକ୍ରମଣରେ ଥରି ଉଠିଲା ୟୁକ୍ରେନ; ରେଳ ଷ୍ଟେଶନ ଉପରେ ଡ୍ରୋନ ଆକ୍ରମଣରେ ୧୩ ମୃତ

କ୍ୱିଭ,୨୯।୧୦: ରୁଷିଆ ୟୁକ୍ରେନର ଡନିପ୍ରୋ ସହର ଉପରେ ଏକ ବଡ଼ ଧରଣର ଡ୍ରୋନ ଆକ୍ରମଣ କରିଛି, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦ରୁ ଅଧିକ…

ଦାରିଙ୍ଗବାଡ଼ିର ଏକାଧିକ ଗାଁ ପ୍ରଭାବିତ: କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ସରପଞ୍ଚ

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ):ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦାରିଙ୍ଗବାଡ଼ି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା ଯୋଗୁ ଶ୍ରୀପଙ୍କା ଗ୍ରାମ ରାସ୍ତାର ଶ୍ରାମମାହା ପଡ଼ାରୁ…

ନଦୀରେ ଭାସିଆସି ଗଛରେ ଲାଖି ରହିଛି ବୃଦ୍ଧାଙ୍କ ମୃତଦେହ

ପଟ୍ଟାଙ୍ଗି,୨୯।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୁଆଁଗା ପଞ୍ଚାୟତ କୁମ୍ବିଗୁଡା ନଦୀ କୂଳରେ ଏକ ଅଚିହ୍ନା ବୃଦ୍ଧାଙ୍କ ମୃତଦେହ ପଡି ରହିଥିବା ଗୁରୁବାର…

ଧୋଇଗଲା ତାଲିଯୋଡ଼ି ବ୍ରିଜ୍‌: ୩ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ବର୍ଷା ଓ ବଢ଼ି ପାଣି ଏବେ ଜନଜୀବନକୁ ପ୍ରଭାବିତ କରିଛି। ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ…

ବାଣ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ନାହାନ୍ତି ସୁପ୍ରିମକୋର୍ଟ; ବିରାଟ କୋହଲିଙ୍କ ନାମ ନେଇ କହିଲେ ଏମିତି

ନୂଆଦିଲ୍ଲୀ,୨୯।୧୦: ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ-ଏନସିଆର (Delhi-NCR) ରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ସେ ନାହାନ୍ତି; ବରଂ, କୋର୍ଟ ଏକ ସନ୍ତୁଳିତ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?