ଚିନ୍ତା ବଢ଼ାଇଛି ନିଅଣ୍ଟିଆ ବର୍ଷା

ଚମ୍ପୁଆ,୧୪ା୭(ମହେଶ୍ୱର ଦାସ): କୃଷି ଜିଲା ଚମ୍ପୁଆ ଅଧୀନରେ ଥିବା ଚମ୍ପୁଆ ବ୍ଲକ୍‌ରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ହୋଇଛି। ବର୍ଷାକୁ ଅନାଇ ଧାନ ତଳି ପକାଇଥିବା ଚାଷୀ ମୁଣ୍ଡରେ ହାତ ଦେଲେଣି। କେଉଁଠି ତଳି ବୁଢ଼ାହେବାକୁ ବସିଲାଣି ତ କେଉଁଠି ଜମି ହଳ କରି ରୁଆ ଧାନ କରିବାକୁ ଲକ୍ଷ୍ୟ ରଖିଥିବା ଚାଷୀ ବର୍ଷାକୁ ଚାହିଁ ବସିଛି। ନିଅଣ୍ଟିଆ ବର୍ଷା ଯୋଗୁ ପାଣି ଅଭାବରେ ତଳି ମରୁଡ଼ି ହେବା ଆଶଙ୍କା ବଢ଼ାଇଛି। ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ସମୟ ହୋଇଯାଇଥିଲେ ମଧ୍ୟ ଧାନ ଚାଷ ପାଇଁ ଅନୁକୂଳ ପାଗ ହୋଇପାରୁନାହିଁ। ଫଳରେ କ୍ଷତିର ଆଶଙ୍କା ବୃଦ୍ଧି ପାଉଥିବା ବେଳେ ଚାଷୀଙ୍କ ମନରେ ହତାଶ ଭାବ ଦେଖାଦେଇଛି।
ସୂଚନା ଅନୁଯାୟୀ, ୨୦୨୨ରେ ଚାଷର ଟାର୍ଗେଟ ଅନୁସାରେ ଧାନ ୧୩,୮୦୦ ହେକ୍ଟର, ଶସ୍ୟ ଜାତୀୟ ୧୬,୧୭୦ ହେକ୍ଟର ଓ ମକା, ମାଣ୍ଡିଆ ଆଦି ୧୬୫୦ ହେକ୍ଟର ରହିଥିବା ବେଳେ ଚଳିତ ବର୍ଷ ଜୁନ୍‌ ସୁଦ୍ଧା ଧାନ ୮୫୫ ହେକ୍ଟର, ଶସ୍ୟ ଜାତୀୟ ୨୦୮୫ ହେକ୍ଟର, ଡାଲି ଜାତୀୟ ୨୮୦ ହେକ୍ଟର ଓ ତୈଳ ଜାତୀୟ ୨୫୨ ହେକ୍ଟର ଚାଷ କରାଯାଇଛି। ସେହିପରି ଝୁମ୍ପୁରା ବ୍ଲକ୍‌ରେ ବର୍ତ୍ତମାନ ସୁଦ୍ଧା ଧାନ ୫୬ ହେକ୍ଟର, ଶସ୍ୟ ଜାତୀୟ ୨୦୯ ହେକ୍ଟର, ଡାଲି ଜାତୀୟ ୮୫ ହେକ୍ଟର ଓ ତୈଳ ଜାତୀୟ ୩୭ ହେକ୍ଟର ଚାଷ ହୋଇଛି। ଏହା ସହ ଯୋଡ଼ା ବ୍ଲକ୍‌ରେ ଜୁନ ସୁଦ୍ଧା ଧାନ ୨୯୧ ହେକ୍ଟର, ଶସ୍ୟ ଜାତୀୟ ୩୫୦ ହେକ୍ଟର, ଡାଲି ଜାତୀୟ ୨୩୦ ହେକ୍ଟର ଓ ତୈଳ ଜାତୀୟ ୨୮ ହେକ୍ଟର ଜମିରେ ଅଦ୍ୟବଧି ଚାଷ କରାଯାଇଛି। ପୂର୍ବ ବର୍ଷ ତୁଳନାରେ ଏହି ଚାଷ ଆଶାଠାରୁ ବହୁ ଗୁଣରେ କମ୍‌ ହୋଇଛି। ସେହିପରି ୨୦୨୨ ଜୁନ୍‌ ସୁଦ୍ଧା ଚମ୍ପୁଆ ବ୍ଲକ୍‌ରେ ୧୩୩.୬୦ ମି.ମି. ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୯ ମି.ମି. ବର୍ଷା ହୋଇଛି। ଗତ ବର୍ଷ ଯୋଡ଼ାରେ ୧୨୬.୨୦ ମି.ମି. ଓ ଝୁମ୍ପୁରାରେ ୭୪.୪୦ ମି. ମି. ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଜୁନ୍‌ ସୁଦ୍ଧା ଯୋଡ଼ାରେ ୧୫୧.୬୦ ମି.ମି. ଓ ଝୁମ୍ପୁରାରେ ୨୧୭.୬୦ ମି.ମି. ବର୍ଷା ହୋଇଛି। ଚମ୍ପୁଆ ବ୍ଲକ୍‌ରେ ଚାଷୀ ଜମିରେ ହଳକରି ବର୍ଷାକୁ ଅପେକ୍ଷା କରିଛନ୍ତି। ଯଦି ଉପଯୁକ୍ତ ସମୟରେ ବର୍ଷା ନ ହୁଏ, ଚଳିତ ବର୍ଷ ଚାଷୀ ଚାଷ କାର୍ଯ୍ୟ ଆଗକୁ ବଢ଼ାଇପାରିବ କି ନାହିଁ ତାହା ଏବେ ଚାଷୀକୁଳଙ୍କୁ ସନ୍ଦେହରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri