Odisha Elections 2024

ଟିଏସ୍‌ଏମ୍‌ଏଲ୍‌ର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୪।୭:ଟାଟା ଷ୍ଟିଲ ମାଇନିଂ ଲିମିଟେଡ (ଟିଏସ୍‌ଏମ୍‌ଏଲ) ପକ୍ଷରୁ ସାପ ସଂକ୍ରାନ୍ତୀୟ ଭ୍ରାନ୍ତ ଧାରଣା ଦୂର କରିବା ସହିତ ସାପକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି। ଏପରିକି ଟିଏସ୍‌ଏମ୍‌ଏଲ୍‌ର ଯାଜପୁର ଜିଲା ସ୍ଥିତ ସୁକିନ୍ଦା କ୍ରୋମାଇଟ୍‌ ଖଣି ପରିସରରେ ‘ସାପ ଆମର ବନ୍ଧୁ’ ଶୀର୍ଷକ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଯାଇଛି। ଏ ସମ୍ପକରେ ଟାଟା ଷ୍ଟିଲ୍‌ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଜୈବବିବିଧତା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାର ବିଷୟ ଉପରେ ଆମେ ସର୍ବଦା ଗୁରୁତ୍ୱ ଦେଉଥାଉ। ଏପରିକି ଆମର ବିଶ୍ୱାସ ରହିଛି ଯେ ସାପ ଆମର ବନ୍ଧୁ, ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଏହି ଶାନ୍ତ ଓ ବିରଳ ପ୍ରଜାତିକୁ ଭଲ ଭାବେ ବୁଝିବା ଏବଂ ମଣିଷ ଓ ପ୍ରକୃତି ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସୃଷ୍ଟି କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଅପରପକ୍ଷରେ ଭୁବନେଶ୍ୱରର ସ୍ବେଚ୍ଛାସେବୀ ସଂଗଠନ ‘ସ୍ନେକ୍‌ ହେଲ୍‌ପଲାଇନ୍‌’ସହଯୋଗିତାରେ ଆୟୋଜନ କରାଯାଇଥିବା ଏଭଳି ଏକ କାର୍ଯ୍ୟକ୍ରମରେ କମ୍ପାନୀର କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ସଫେଇ, ଉଦ୍ୟାନ କୃଷି ଓ ନିରାପତ୍ତା ବିଭାଗର ଆଗ ଧାଡ଼ିର କର୍ମୀ ଏବଂ ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଭଳି ଗୋଷ୍ଠୀ ସ୍ବାସ୍ଥ୍ୟ ସଦସ୍ୟ, ସ୍ଥାନୀୟ ଚାଷୀ, ପଞ୍ଚାୟତିରାଜ ଅନୁଷ୍ଠାନର (ପିଆରଆଇ) ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ସାପ ସଂକ୍ରାନ୍ତରେ ସଚେତନତାର ପ୍ରସାର କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri