ବିସ୍ଥାପିତଙ୍କ ଦୁଃଖ ଦ୍ୱିଗୁଣିତ କଲା ଲଗାଣବର୍ଷା

ବଲାଙ୍ଗୀର,୩ା୮(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ପ୍ରକଳ୍ପ ଯୋଗୁଁ କିଛିଦିନ ତଳେ ବିସ୍ଥାପିତ ହୋଇଥିବା ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମର ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ପରିବାର ଏବେ ଝାଙ୍କରପାଲି ଥଇଥାନ କଲୋନୀର ଅସ୍ଥାୟୀ ଘରେ ରହୁଛନ୍ତି। ଅସ୍ଥାୟୀ ଘର ନିମ୍ନମାନର ହୋଇଥିତ୍ବାରୁ ଲୋକେ ବଷାଦିନରେ ବହୁକଷ୍ଟରେ ରହୁଛନ୍ତି। ଗତ ଦୁଇଦିନର ଲଗାଣ ବର୍ଷାରେ ପୁଣି ଥରେ ଝାଙ୍କରପାଲି ଥଇଥାନ କଲୋନୀର ଲୋକେ ଜଳ ଘେରରେ ରହିଛନ୍ତି। ଏଠାରେ ଅତି ନିମ୍ନମାନର କାମ ହୋଇଥିବା ଲୋକେ ବହୁ ଦିନରୁ ଅଭିଯୋଗ କରିଆସୁଛନ୍ତି। ଟିଣରେ ତିଆରି ଘରେ ପାଣି ଗଳୁଥିବାରୁ ଲୋକେ ଘର ଭିତରେ ରହି ବସି ପାରୁନାହାନ୍ତି। ଲଗାଣ ବର୍ଷାରେ ତାଙ୍କ ଅସ୍ଥାୟୀ ଘର ଭିତରେ ବର୍ଷା ପାଣି ଭରି ଯାଇଛି। ବାହାରେ ମଧ୍ୟ ବର୍ଷାଜଳ ଘେରାବନ୍ଦୀ ହୋଇ ରହିଛି। ଏଠାରେ ରହୁଥିବା ଫାଲ ପ୍ରଧାନ, ନାରାୟଣ କୁମ୍ଭାର, ଦିଗ୍ଶନ କୁମ୍ଭାର, ବୁଡକୁ ପ୍ରଧାନ, ଅଚ୍ୟୁତ୍‌ ପ୍ରଧାନ, ହରି ପ୍ରଧାନ, ରବୀନ୍ଦ୍ର ଗଡତ୍ୟା, ସୁରୁ ବିଶ୍ୱାଳଙ୍କ ଘରେ ପାଣି ପଶିଯାଇଛି। ରାସ୍ତାଘାଟ ତିଆରି ହୋଇ ନ ଥିବାରୁ ବର୍ଷାପାଣିରେ ଏହା ଚାଲିବା ଯୋଗ୍ୟ ହୋଇରହିନାହିଁ। ଲୋକଙ୍କ କହିବା ହେଲା ଯେ, ସେମାନେ ନିଜ ଗଁାରେ ଭଲରେ ଥିଲେ। ଆଉ ଦୁଇମାସ ପରେ ବିସ୍ଥାପିତ କରାଯାଇଥିଲେ ସେମାନଙ୍କର କୌଣସି ଅସୁବିଧା ହୋଇନଥାନ୍ତା। ମାତ୍ର ପ୍ରଶାସନ କୌଣସି କଥା ନଶୁଣି ତରବରିଆ ଭାବେ ଲୋକଙ୍କୁ ବିସ୍ଥାପିତ କରିଛି। ଗୋଟିଏ ପଟେ ଥଇଥାନ କଲୋନୀ ରହିବାଯୋଗ୍ୟ ହୋଇନାହିଁ। ଏବେ ବର୍ଷା ଦିନରେ ଲୋକେ ବହୁ କଷ୍ଟରେ ଦିନ କାଟୁଛନ୍ତି। ଜେସିବି ମେସିନ୍‌ ଅଣାଯାଇ ରାସ୍ତା କାଟିବା ପରେ ପାଣି ଯିବ ବୋଲି କୁହାଯାଉଛି। ମାତ୍ର ରାତି ସାରା ପାଣି ଘେରରେ ଲୋକ ରହିଛନ୍ତି। ଘର ଭିତରେ ପାଣି ଭରି ଯିବାରୁ ରାତିରେ ରନ୍ଧବଢ଼ା କରି ନ ଥିବା ଜଣାଇଛନ୍ତି। ପ୍ରଶାସନ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରୁ ବୋଲି ସେମାନେ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri