ସକାଳୁ ସକାଳୁ ଟ୍ବିନସିଟିରେ ପ୍ରବଳ ବର୍ଷା, ଏହି ଜିଲାକୁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର,୩୦।୬: ବର୍ଷାରେ ଭିଜିଲା ଟ୍ବିନସିଟି । ସକାଳୁ ସକାଳୁ ଭୁବନେଶ୍ବର ଓ କଟକରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଏହାରି ଭିତରେ ଆଗକୁ ବର୍ଷାର ପରିମାଣ ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।  ଜୁନ ପହିଲାରୁ ମୌସୁମୀ ଅଧିକ ସକ୍ରିୟ ହେବା ସହ ବର୍ଷାରେ ପରିମାଣ ମଧ୍ୟ ବଢ଼ିବ । ଆସନ୍ତା ୭ ଦିନ ପର୍ଯ୍ୟନ୍ତ କିଛି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ରାୟଗଡ଼ା, କୋରାପୁଟ,ମୟୂରଭଞ୍ଜ, କନ୍ଧମାଳ, ଗଜପତି,କେନ୍ଦୁଝର ଏବଂ ମାଲକାନଗିରି ଜିଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ସେହିପରି ବୁଧବାର ମଧ୍ୟ ଅନେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୧ ତାରିଖରେ ସାରା ରାଜ୍ୟରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 

Dharitri – Odisha’s No.1 Odia Daily

Share
Tags: odisha rain