ପ୍ରବଳ ବର୍ଷା ସହ ହେବ ଘଡ଼ଘଡ଼ି: ଏସବୁ ଜିଲାକୁ ସତର୍କ କରାଇଲା ପାଣିପାଗ କେନ୍ଦ୍ର, ୩ ଘଣ୍ଟା ପାଇଁ…

ଭୁବନେଶ୍ୱର,୨ା୫: ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷକରି କଟକ ଓ ଭୁବନେଶ୍ବରକୁ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ୩ ଘଣ୍ଟିଆ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଢେଙ୍କାନାଳ, ଯାଜପୁର, ଭଦ୍ରକ, ନୟାଗଡ଼, କନ୍ଧମାଳକୁ ସତର୍କ ସୂଚନା ଜାରି କରିଥିବାବେଳେ ଉପକୂଳ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲାକୁ ମଧ୍ୟ ସତର୍କ କରାଇଛି ପାଣିପାଗ କେନ୍ଦ୍ର।

Dharitri – Odisha’s No.1 Odia Daily