କେନ୍ଦ୍ରୀୟ ଗାଜାରେ ଜୋର୍‌ଦାର ଆକ୍ରମଣ

ଡେଇର୍‌ ଅଲ୍‌-ବଲାହ,୩୧।୧୨(ପି.ଟି.): କେନ୍ଦ୍ରୀୟ ଗାଜାରେ ଇସ୍ରାଏଲ୍‌ ସେନା ଆକ୍ରମଣକୁ ଜୋର୍‌ଦାର କରିଛି। ଏଥିରେ ଶତାଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିବା ସହ ୧୫୮ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ଓ୍ବେଷ୍ଟ ବ୍ୟାଙ୍କରେ ଚଢ଼ାଉ କରି ଇସ୍ରାଏଲ୍‌ ସୈନ୍ୟ ୧୪ ଜଣଙ୍କୁ ଅଟକ ରଖିଛନ୍ତି। ଶନିବାର କେନ୍ଦ୍ରୀୟ ଗାଜାର ଜାଓ୍ବେଦା ଅଞ୍ଚଳରେ ଇସ୍ରାଏଲ୍‌ ପ୍ରବଳ ବୋମାମାଡ଼ କରିଛି। ଏହି ଆକ୍ରମଣରେ ବହୁ ଘର ଧ୍ୱଂସ ହୋଇଥିବାବେଳେ ଭଗ୍ନାବଶେଷ ତଳୁ ମୃତାହତଙ୍କୁ ଉଦ୍ଧାର କରାଯାଉଛି। ଅନେକ ଷ୍ଟାଡିୟମ, ସ୍ପୋର୍ଟ୍‌ସ କ୍ଲବ୍‌କୁ ଇସ୍ରାଏଲ୍‌ ସେନା ଟାର୍ଗେଟ କରିବା ସହ ସେଥିରୁ କେତେକକୁ ଅଟକ, ନିର୍ଯାତନା ଓ ଦଣ୍ଡ କେନ୍ଦ୍ରରେ ପରିଣତ କରିଛି। ଶନିବାର ୨ଟି ସହରାଞ୍ଚଳ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ୍‌ ଯୁଦ୍ଧବିମାନ ବୋମାମାଡ଼ କରିଥିଲା।
ଗାଜା ଉପରେ ଇସ୍ରାଏଲ୍‌ର ଆକ୍ରମଣ ଜାରି ରହିଥିବାବେଳେ ୨୦ ହଜାରରୁ ଊର୍ଦ୍ଧ୍ୱ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲାଣି। ଜନସଂଖ୍ୟାର ୮୫ ପ୍ରତିଶତ ଘରଦ୍ୱାର ଛାଡ଼ି ପଳାଇଗଲେଣି। ଯେଉଁମାନେ ରହିଯାଇଛନ୍ତି, ସେମାନେ ଖାଦ୍ୟ, ପାନୀୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆତଙ୍କ ମଧ୍ୟରେ ବଞ୍ଚତ୍ରହିଛନ୍ତି। ତୁରନ୍ତ ଯୁଦ୍ଧ ବନ୍ଦ ଲାଗି ଅନ୍ତର୍ଜାତୀୟ ସ୍ତରରେ ଚାପ ବଢ଼ୁଥିବା ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ୍‌କୁ ଅଧିକ ଅସ୍ତ୍ର ବିକ୍ରି କରିବା ଲାଗି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ହମାସ୍‌ ଆତଙ୍କବାଦୀ ମୂଳପୋଛ ନ ହେବା ପର୍ଯ୍ୟନ୍ତ ଅଭୂତପୂର୍ବ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ୍‌ କହିଛି। ତେବେ ପାଲେଷ୍ଟିନୀୟ ସମାଜରେ ହମାସ୍‌ ଆତଙ୍କବାଦୀଙ୍କ ଚେର ବହୁ ଗଭୀରକୁ ଯାଇଥିବାରୁ ସେମାନଙ୍କୁ ମୂଳପୋଛ କରିବା ସମ୍ଭବ ହୋଇ ନ ପାରେ ବୋଲି କେତେ ଜଣ କହିଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲ୍‌କୁ ଆମେରିକା କୂଟନୈତିକ ସ୍ତରରେ ସହଯୋଗ ଯୋଗାଇଦେବା ସହ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିଛି। ଇସ୍ରାଏଲ୍‌ର ଯୁକ୍ତି ହେଲା, ଏବେ ଯୁଦ୍ଧ ବନ୍ଦକଲେ ତାହା ହମାସ୍‌ର ବିଜୟ ହେଲା ବୋଲି ବିବେଚନା କରାଯିବ। ପାଲେଷ୍ଟିନୀୟ ନାଗରିକଙ୍କର କ୍ଷତି ନ ହେବା ଭଳି ପଦକ୍ଷେପ ନେବାକୁ ଆମେରିକା ଇସ୍ରାଏଲ୍‌କୁ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ମଧ୍ୟରେ ବାତିଲ ହୋଇପାରେ ଶାନ୍ତି ଚୁକ୍ତି: ତେହରାନ ଏବେ କାହିଁକି ଦେଇଛି ଚେତାବନୀ? ଜାଣନ୍ତୁ…

ତେହରାନ,୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ପ୍ରୟାସ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଦୁଇ ରାଷ୍ଟ୍ର…

ସକାଳୁ ସକାଳୁ ଇରାନକୁ ଧମକ ଦେଲେ ଟ୍ରମ୍ପ! ଡିଲ ଉପରେ ସସପେନ୍ସକୁ ନେଇ ପଠାଇଲେ…

ଓ୍ବାଶିଂଟନ,୨୫।୫: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ…

ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୫ା୫: ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରୁଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହଠାତ୍‌…

ଭାରତକୁ ଟାର୍ଗେଟ କରାଯାଇନି: ରୁବିଓ

ନୂଆଦିଲ୍ଲୀ,୨୫ା୫(ପି.ଟି.): ଭାରତ ଓ ଆମେରିକା ମଧ୍ୟରେ ବହୁପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବାକୁ ଯାଉଛି, ଯାହା ଉଭୟ ଦେଶ ପାଇଁ ଲାଭଦାୟକ ଏବଂ ସ୍ଥାୟୀ ହେବ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ଏମିତି ଘୋଷଣା କଲା ଇରାନ ଖୁସି ହୋଇଗଲା ସାରା ବିଶ୍ୱ, ଏଥର ଶେଷ ହେବ ଯୁଦ୍ଧ!

ନୂଆଦିଲ୍ଲୀ/ତେହରାନ,୨୪।୫: ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡକ୍ଟର ଅବଦୁଲ ମାଜିଦ ହାକିମ ଏଲାହିଙ୍କ ଏକ ବିବୃତ୍ତି ଅନ୍ତର୍ଜାତୀୟ ରାଜନୀତିରେ ଏକ ନୂତନ ଆଲୋଚନାର ସୂତ୍ରପାତ କରିଛି।…

ଭାରତର ମାଷ୍ଟରଷ୍ଟ୍ରୋକ୍‌, ଅଡୁଆରେ ଚାଇନା

ନୂଆଦିଲ୍ଲୀ,୨୪।୫: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଭାରତ ସମେତ ବିଶ୍ୱବ୍ୟାପୀ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଚାଇନା ଯୁଦ୍ଧଜାହାଜ ଏବଂ…

‘ମୋତେ ମୂର୍ଖ କୁହ ନାହିଁ – ମୋତେ ଏକଛତ୍ରବାଦୀ କୁହ’: ଜାଣନ୍ତୁ କାହିଁକି ଏମିତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି ଯେ ତାଙ୍କୁ ‘ମୂର୍ଖ’ ବୋଲି କୁହାଯିବା ପସନ୍ଦ ନୁହେଁ; ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri